ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଦିଲ୍ଲୀ-ଏନସିଆରରୁ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ପଠାଇବା ମାମଲା; ସରିଲା ଶୁଣାଣି, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

Published By : Swapna Ray | August 14, 2025 2:26 PM

ନୂଆଦିଲ୍ଲୀ, ୧୪।୮: ଦିଲ୍ଲୀ-ଏନସିଆରରୁ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ପଠାଇବା ମାମଲା । ସୁପ୍ରିମକୋର୍ଟରେ ୩ଜଣିଆ ଖଣ୍ଡପୀଠରେ ଶୁଣାଣିରେ ରାୟ ସଂରକ୍ଷିତ ରଖିଛନ୍ତି । ଦିଲ୍ଲୀ-ଏନସିଆରରୁ ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ପଠାଇବା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ବିରୋଧରେ ଦାୟର ହୋଇଥିବା ପିଟିସନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । 

ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କେହି କୁକୁରଙ୍କୁ ମାରିବାକୁ କହୁ ନାହାନ୍ତି । ଆମେ କେବଳ ସେମାନଙ୍କୁ ମଣିଷଙ୍କଠାରୁ ପୃଥକ୍ କରି ରଖିବାକୁ କହୁଛୁ । ଲୋକମାନେ ପିଲାଙ୍କୁ ବାହାରକୁ ଛାଡ଼ିବାକୁ ଡରୁଛନ୍ତି । ନିୟମ ତିଆରି କରିଦେଲେ କୌଣସି ସମାଧାନ ହେବ ନାହିଁ । ଅଦାଲତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିବ । କିଛି ଲୋକ ଚିକେନ୍, ଅଣ୍ଡା ଆଦି ଖାଉଛନ୍ତି, କିନ୍ତୁ ପଶୁପ୍ରେମୀ ହେବାର ଦେଖାଣିଆା କରୁଛନ୍ତି । ଏହା ଏଭଳି ଏକ ପ୍ରସଙ୍ଗ, ଯାହାର ସମାଧାନ ହେବା ଦରକାର । ପିଲାଙ୍କ ଜୀବନ ଯାଉଛି । ଡବ୍ଲୁଏଚଓ ଡାଟା କହୁଛି ଯେ, ୩୦୫ ଜଣ ଲୋକଙ୍କ ପ୍ରତିବର୍ଷ ମୃତ୍ୟୁ ହେଉଛି, ଯାହାଙ୍କ ଭିତରେ ଅଧିକାଂଶ ୧୫ ବର୍ଷରୁ କମ୍ ବୟସର ରହିଛନ୍ତି । ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ଦ୍ୟୁଷନ୍ତ ଦୁବେ କହିଛନ୍ତି, କିଛି ଲୋକ ଚିକେନ୍, ଅଣ୍ଡା ଆଦି ଖାଉଛନ୍ତି, କିନ୍ତୁ ପଶୁ ପ୍ରେମୀ ହେବାର ଦେଖାଣିଆା କରୁଛନ୍ତି । ଏହା ଏଭଳି ଏକ ପ୍ରସଙ୍ଗ, ଯାହାର ସମାଧାନ ହେବା ଦରକାର । ହୁ' ଡାଟା କହୁଛି ଯେ, ୩୦୫ଜଣ ଲୋକଙ୍କ ପ୍ରତିବର୍ଷ ମୃତ୍ୟୁ ହେଉଛି, ଯାହାଙ୍କ ଭିତରେ ଅଧିକାଂଶ ୧୫ବର୍ଷରୁ କମ୍ ବୟସର ରହିଛନ୍ତି ।

ସେପଟେ ବୁଲା କୁକୁରଙ୍କ ଅଧିକାର ସ୍ୱର ଉଠାଇଛନ୍ତି ବରିଷ୍ଠ ଆଇନଜୀବି କପିଲ ସିବଲ । ସେ କହିଛନ୍ତି, ପ୍ରଥମ ଥର ମୁଁ ଏସ୍ଜିଙ୍କୁ ଏହା କହୁଥିବାର ଶୁଣୁଛି, ଯେ ଆଇନ ଅଛି । କିନ୍ତୁ ଏହାକୁ ପାଳନ କରିବାର ଦରକାର ନାହିଁ । ସେ ପଚାରିଥିଲେ କ’ଣ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି ? ଏଥିପାଇଁ କେତେ ଟଙ୍କା ଦିଆଗଲାଣି ? ଏବେ ବି କୌଣସି ସେଲ୍ଟର ହୋମ୍ ନାହିଁ । କୌଣସି ନୋଟିସ୍ ଦିଆନଯାଇ ବି ୭୦୦ କୁକୁରଙ୍କୁ ଉଠାଇ ନିଆଗଲାଣି । ଭଗବାନ ଜାଣନ୍ତି ତାଙ୍କର କ’ଣ ହେବ । ତାଙ୍କୁ ଉଠାଇ ନିଆଗଲା ନା ମାରି ଦିଆଗଲା ? ତେବେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ।  

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.