ନୂଆଦିଲ୍ଲୀ,୧୩/୦୮: ଖାଟୁଶ୍ୟାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ବାଟରେ ଜଗିଥିଲା ମୃତ୍ୟୁ । ରାଜସ୍ଥାନର ଦୌସା-ମୋନହରପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ପିକ୍ ଅପ୍ ଭ୍ୟାନ୍ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୭ ଶିଶୁଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡିଛି । ୨୨ ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶ୍ରଦ୍ଧାଳୁ ରାଜସ୍ଥାନର ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ପିକ୍ ଅପ୍ ଭ୍ୟାନ ଛିଡ଼ା ହୋଇଥିବା କଣ୍ଟେନରକୁ ଧକ୍କା ଦେଇଥିଲା । ଘଟଣାର ତଦନ୍ତ ଚାଲିଛି । ଏହି ଦୁର୍ଘଟଣା ଦୌସାରେ ଏକ କାର୍- ଟ୍ରଲର ଧକ୍କାର ୩ ଦିନ ପରେ ହୋଇଛି । ଯେଉଁଥିଲେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜୟପୁରରୁ ଏକ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ଗାଁକୁ ଫେରୁଥିଲେ ।
ଦୌସା ଜିଲ୍ଲାପାଳ ଦେବେନ୍ଦ୍ର କୁମାର କହିଛନ୍ତି, ''ପ୍ରାଥମିକ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ୯ ଜଣଙ୍କୁ ଚିକିତ୍ସା ପାଇଁ ଜୟପୁର ସ୍ତାନାନ୍ତରଣ କରାଯାଇଛି । ଅନ୍ୟ ୩ ଜଣ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପିକ୍ ଅପ୍ ଭ୍ୟାନ୍ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟିଛି ।'' ଏସ୍ପି ସାଗର ରାଣା କହିଛନ୍ତି, ଖାଟୁଶ୍ୟାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ ଶ୍ରଦ୍ଧାଳୁ । ଏହି ସମୟରେ ଦୌସାରେ ଦୁର୍ଘଟଣା ହୋଇଛି । ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୭ରୁ୮ ଜଣ ଆହତଙ୍କୁ ଜୟପୁରର ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।