ଭୁବନେଶ୍ବର, ୧୮।୫ ଗଙ୍ଗପଡାଠାରେ ଲାଇଟ ଭେହିକିଲ ଅଣ୍ଡର ପାସ ( ଏଲଭିୟୁପି) ନିର୍ମାଣ ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଡି ଯାତାୟତ ଉପରେ କଟକଣା ଜାରି କରାଯାଇଛି। ଏହି କଟକଣା ମେ ୧୮ ତାରିଖରୁ ଜୁନ ୧୫ ତାରିଖ ୯୦ ଦିନ ପର୍ଯ୍ୟନ୍ତ ଲାଗୁ କରାଯାଇଛି।
ଏହି ନିର୍ମାଣ ସମୟରେ ଜାତୀୟ ରାଜପଥ ନଂ ୧୬ରେ ଭୁବନେଶ୍ବର ପଟୁ ଖୋର୍ଦ୍ଧା ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ନିଶଙ୍କ ମାର୍କେଟ କମ୍ପେ୍ଲକସ ଗଙ୍ଗପଡାଠାରୁ ସର୍ଭିସ ରୋଡ ଦେଇ ଯିବେ। ସେହିପରି ଜାତୀୟ ରାଜପଥ ନଂ-୧୬ରେ ଖୋର୍ଦ୍ଧା ପଟୁ ଭୁବନେଶ୍ବର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଆଦିତ୍ୟ ଟାଇଲ୍ସ ଆଣ୍ଡ ମାର୍ବଲ ଗଙ୍ଗପଡା ଠାରୁ ସର୍ଭିତ ରୋଡ ଦେଇ ଯିବେ।