ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ରଥଖଳା ହାଲ୍‌ଚାଲ୍‌...ଗରଗରା ପଡ଼ି ଉଠିଲା ଗୟଳ, ଦଣ୍ଡାକୁ ମିଶାଇ କଣ୍ଟା ପଡ଼ିଲା

ପୁରୀ,୧୭/୦୬: ତିନି ରଥରେ ସମନ୍ୱୟ ରଖାଯାଇ କାର୍ଯ୍ୟ ଆଗଉଛି । ଚାରିନାହାକା ଉଠାଇ ରଥ ଉପରି ଭାଗ କାର୍ଯ୍ୟ ଆଗେଇ ନେବାକୁ ନିର୍ମାଣକାରୀଙ୍କ ନଜର ରହିଛି । ରବିବାର ତିନି ରଥରେ ୬ ଗରଗରା ପଡ଼ିଛି । ଗରଗରା ଉଠିଲା ପରେ ଦଣ୍ଡାକୁ ମିଶାଇ କଣ୍ଟା ପଡ଼ିଲା । ଗରଗରାରେ ବିନ୍ଧ ସରିଛି । ରଥଖଳାରେ ୩ ରଥର ଚାରି ନାହାକା ପ୍ରସ୍ତୁତ ହୋଇ ରହିଛି । ଚାରିନାହାକା ତଳ ସାଲ ଗରଗରା ବିନ୍ଧରେ ଭୁଞ୍ଜାଯିବ । ଉପର ସାଲରେ ଭୂଇଁ ଉଠିବ । ରଥରେ ତିନିଟି  ଭୂଇଁ ସ୍ଥାପନ ହେବ । ସୋମବାର ପୂର୍ବାହ୍ନରେ ଚାରିନାହାକା ଉଠିଯିବ ।  

ଗରଗରା ପରେ ଗୟଳ କାମ ହେଲା । କୋଣ ଗୁଜ ସିଧାରେ ବସିଲା ଗୟଳ ।  ପୋଲ  ଗୟଳ ଉଠାଯାଇଛି ।  ଏହାପରେ ଛନ୍ଦା ଗୟଳ ଆଦି ବିଭିନ୍ନ  କାମ ହେବ । ତାଳଧ୍ୱଜ  ଓ ନନ୍ଦିଘୋଷର ୧୨ଟି  ଲେଖାଏଁ ଗୟଳ ସହ ଦେବୀ ରଥର ୮ଟି  ଗୟଳ ଚଉପଟ ଶେଷ ହେବ ଉପରେ । ଦଣ୍ଡା ସହିତ ଗୟଳକୁ ଡେରି ରଖିବା  ପାଇଁ ଟାଣ ଦିଆଯାଇଛି । ନନ୍ଦିଘୋଷ ଓ  ତାଳଧ୍ୱଜ ରଥରେ ୭ଟି ଲେଖାଏଁ ଟାଣ  ଓ ଦେବଦଳନ ରଥରେ ୫ଟି ଟାଣ  ଦିଆଯାଏ । ପ୍ରତ୍ୟେକ ରଥରେ ୪ଟି  ଲେଖାଏଁ ଅଶୁଂଆରି ଲାଗେ । 

ଗୟଳ  ପଡ଼ିବା ସମ୍ପୂର୍ଣ୍ଣ ହେଲେ ପଟା ବାଡ଼ିଆ ହୋଇ ରଥର ଚଟାଣ ତିଆରି ହେବ । ରଥର ମଧ୍ୟସ୍ଥଳ ସାମାନ୍ୟ ଉଚ୍ଚା ହୋଇ ଚାରି ପାଶ୍ୱର୍କୁ ସାମାନ୍ୟ ନିଚ୍ଚା ଅର୍ଥାତ୍‌  ଗଡ଼ାଣିଆ। ଗୟଳର ସ୍ଥିତିକୁ ନେଇ ଚଟାଣ  ପ୍ରସ୍ତୁତ ହୋଇଥାଏ ।  ରୂପକାର ସେବକମାନେ ଖୋଦେଇରେ ଲାଗିଛନ୍ତି। ଦୋଳବେଦି ପରିସରରେ  କମାର ସେବକ କାର୍ଯ୍ୟରେ ନିୟୋଜିତ  ଅଛନ୍ତି । ଗତକାଲି ରାତିରେ ଦଣ୍ଡାରେ  କଣ୍ଟା ପିଟିଲା ସମୟରେ ଜଣେ  କମାର ସେବକ ଆହତ ହୋଇଛନ୍ତି ।  ଆହତ କମାର ବଡ଼ ବାଡ଼ର  ଯମ୍ବେଶ୍ୱର ବୋଲି ସୂଚନା ରହିଛି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.