ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ଇଡ଼ି ରେଡ୍ ପରେ ମୁହଁ ଖୋଲିଲେ ରାଜ କୁନ୍ଦ୍ରା, କହିଲେ 'ମୋ ପତ୍ନୀଙ୍କୁ ବାରମ୍ବାର କରନି ସାମିଲ'

ମୁମ୍ବାଇ,୩୦/୧୧: ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଗତକାଲି ରାଜ କୁନ୍ଦ୍ରାଙ୍କ ଘର ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଘର ଉପରେ ଚଢାଉ କରିଛି ଇଡି। ଯାହାକୁ ନେଇ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯେଉଁଥିରେ ଏହି ମାମଲାରେ ତାଙ୍କ ପତ୍ନୀଙ୍କୁ ସାମିଲ ନ କରିବାକୁ କହିଛନ୍ତି । ରାଜ କୁନ୍ଦ୍ରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି ଲେଖିଛନ୍ତି, '' ଗତ ଚାରି ବର୍ଷ ଧରି ଚାଲିଥିବା ଯାଞ୍ଚକୁ ମୁଁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛି। 'ସହଯୋଗ', 'ଅଶ୍ଳୀଳ' ଏବଂ 'ମନି ଲଣ୍ଡରିଂ' ଦାବି ନେଇ ପ୍ରଶ୍ନ ରହିଛି । ଏହାକୁ ନେଇ ଆମେ କେବଳ ଏତିକି କହିବୁ, ମିଛ କଥା ସତ୍ୟକୁ କେବେ ଲୁଚାଇ ପାରିବ ନାହିଁ, ଶେଷରେ ନ୍ୟାୟର ବିଜୟ ହେବ । ଏଥିରେ ମୋ ପତ୍ନୀଙ୍କ ନାମକୁ ବାରମ୍ବାର ସାମିଲ କରନ୍ତୁ ନାହିଁ । ଦୟାକରି ସୀମାରେ ରୁହନ୍ତୁ ଏବଂ ସମ୍ମାନ ଦିଅନ୍ତୁ ।''

ପ୍ରକାଶ ଥାଉକି, ମୁମ୍ବାଇ ପୋଲିସ ୨୦୨୧ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି କାର୍ଯ୍ୟ ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଲୀଳ ବିଷୟବସ୍ତୁ ସୃଷ୍ଟି ଏବଂ ପ୍ରଚାର ସହିତ ଜଡିତ । ପୂର୍ବରୁ ମଧ୍ୟ ଏହି ମାମଲାରେ ଶିଳ୍ପାଙ୍କ ନାମ ଅଣାଯାଇଥିଲା। ବର୍ତ୍ତମାନ ଯେତେବେଳେ ଏହାକୁ ପୁନର୍ବାର ଶିଳ୍ପାଙ୍କ ନାଁ  ସହ ଯୋଡାଯାଇଥିବାରୁ  ରାଜ ଏନେଇ ପ୍ରତିକ୍ରୟା ଦେଇ ବର୍ଷିଛନ୍ତି । ରାଜ କୁନ୍ଦ୍ରା ମାସ ମାସ ଧରି ଇଡି ସ୍କାନରରେ ଥିଲେ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ କୁନ୍ଦ୍ରାଙ୍କୁ ୨୦୨୧ ମସିହାରେ ଗିରଫ କରାଯାଇଥିଲା। ଦୁଇ ମାସ ଜେଲରେ ରହିବା ପରେ ସେ ସେପ୍ଟେମ୍ବର ୨୦୨୧ ରୁ ଜାମିନରେ ବାହାରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.