ଚେନ୍ନାଇ: ପଞ୍ଜାବ କିଙ୍ଗସ୍ ପାଖରୁ ଶୋଚନୀୟ ପରାଜୟ ସହ ଆଇପିଏଲର ପ୍ଲେ-ଅଫ୍ରୁ ବାଦ ପଡ଼ିଛି ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲ ସିଜିନ୍ରେ ଅଷ୍ଟମ ପରାଜୟ ସହ ସିଏସକେ ପ୍ଲେ-ଅଫ୍ ଆଶା ଧୂଳିାସାତ ହୋଇଛି । ସେପଟେ ପଞ୍ଜାବ କିଙ୍ଗସ୍ ୪ ଓ୍ବିକେଟ୍ରେ ମ୍ୟାଚ୍ ଜିତି ନେଇଛି । IPL 2025ର ୪୯ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ର ଅଧିନାୟକ ଶ୍ରେୟାସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ ୧୯.୨ ଓଭରରେ ୧୯୦ ରନ୍ରେ ଅଲଆଉଟ୍ ହୋଇଥିଲା । ଚେନ୍ନାଇ ପାଇଁ ସାମ୍ କରନ୍ ସର୍ବାଧିକ ରନ୍ କରିଥିଲେ। ସେ ୪୭ ବଲ୍ରେ ୮୮ ରନ୍ କରି ଆଉଟ୍ ହୋଇଥିଲେ। ୟୁଜବେନ୍ଦ୍ର ଚହଲ୍ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚ୍ରେ ସେ ତାଙ୍କ IPL କ୍ୟାରିୟରର ଦ୍ୱିତୀୟ ହ୍ୟାଟ୍ରିକ୍ ନେଇଥିଲେ । ଚହଲ୍ ୩ ଓଭରରେ ୩୨ ରନ୍ ଦେଇ ୪ ୱିକେଟ୍ ନେଇଥିଲେ।
ଶ୍ରେୟସ ଆୟରଙ୍କ ଅଧିନାୟକ ଇନିଂସ ଏବଂ ୟୁଜବେନ୍ଦ୍ର ଚହଲଙ୍କ ହ୍ୟାଟ୍ରିକ୍ ଯୋଗୁଁ ପଞ୍ଜାବ କିଙ୍ଗସ୍ ଚେପକରେ ଚେନ୍ନାଇ ସୁପର କିଙ୍ଗସ୍କୁ ୪ ୱିକେଟରେ ପରାସ୍ତ କରିଛି। ଏହା ଚେପକରେ ଚେନ୍ନାଇର କ୍ରମାଗତ ପଞ୍ଚମ ପରାଜୟ । ଆୟର ଅଧିନାୟକ ଇନିଂସ ଖେଳି ୪୧ ବଲ୍ରେ ୭୨ ରନ୍ କରିଥିଲେ। ଏହି ସମୟରେ ସେ ୫ ଚୌକା ଏବଂ ୪ଟି ଛକା ମାରିଥିଲେ। ପ୍ରଭସିମରନ୍ ସିଂହ ମଧ୍ୟ ୫୪ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଫଳରେ ପଞ୍ଜାବ ୧୯.୪ ଓଭରରେ ୧୯୧ ରନ୍ର ଲକ୍ଷ୍ୟ ହାସଲ କରିଥିଲା ।
ଚେନ୍ନାଇ ପାଇଁ ମଥିଶା ପଥିରାନା ଏବଂ ଖଲିଲ୍ ଅହମ୍ମଦ ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୯.୨ ଓଭରରେ ୧୯୦ ରନ୍ କରିଥିଲା। ଚେନ୍ନାଇ ପାଇଁ ସାମ୍ କରନ୍ ୮୮ ରନ୍ର ଇନିଂସ୍ ଖେଳିଥିଲେ। ପଞ୍ଜାବ ପାଇଁ ୟୁଜବେନ୍ଦ୍ର ଚହଲ୍ ହ୍ୟାଟ୍ରିକ୍ ସହିତ ମୋଟ ୪ଟି ୱିକେଟ୍ ନେଇଥିଲେ। ଚହଲ ଗୋଟିଏ ଓଭରରେ ୪ଟି ୱିକେଟ୍ ନେଇଥିଲେ । ଏହି ବିଜୟ ସହିତ ପଞ୍ଜାବ ୧୩ ପଏଣ୍ଟ ସହିତ ପଏଣ୍ଟ ଟେବୁଲ୍ରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ।