ବାଙ୍ଗାଲୋର: ଆଇପିଏଲ ୨୦୨୫ର କ୍ୱାଲିଫାୟର-୧ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପଞ୍ଜାବ କିଙ୍ଗସ୍ ୧୦୧ ରନ ସଂଗ୍ରହ କରି ଅଲଆଉଟ୍ ହୋଇଥିଲା। ବାଙ୍ଗାଲୋର ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂହ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାଲୁଥିବା ଆଜିର ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୧୪.୧ ଓଭର ସୁଦ୍ଧା ପଞ୍ଜାବକୁ ଅଲଆଉଟ୍ କରିଦେଇଥିଲା। ପଞ୍ଜାବ ପ୍ଲେଅଫ୍ରେ ସର୍ବନିମ୍ନ ସ୍କୋର କରିଥିବା ଦଳରେ ସାମିଲ ହୋଇଯାଇଛି। ପୂର୍ବରୁ ୨୦୨୩ରେ ଲକ୍ଷ୍ନୌ ମୁମ୍ବାଇ ବିପକ୍ଷରେ ମଧ୍ୟ ମାତ୍ର ୧୦୧ ରନ ସଂଗ୍ରହ କରିଥିଲା।
ବାଙ୍ଗାଲୋର ପାଇଁ ଜୋଶ ହାଜେଲଉଡ୍ ଏବଂ ସୁୟାଶ ଶର୍ମା ୩-୩ ୱିକେଟ୍ ନେଇଛନ୍ତି। ଯଶ ଦୟାଲ ୨, ଭୁବନେଶ୍ୱର କୁମାର ଏବଂ ରୋମାରିଓ ସେଫର୍ଡ ପ୍ରତ୍ୟେକେ ଗୋଟିଏ ୱିକେଟ୍ ପାଇଛନ୍ତି। ପଞ୍ଜାବ ପାଇଁ ମାର୍କସ୍ ଷ୍ଟୋଇନିସ୍ (୨୬ ରନ) ସର୍ବାଧିକ ରନ କରିଥିଲେ। ଅନ୍ୟ ବ୍ୟାଟସମ୍ୟାନ୍ ୨୦ ରନ ଅତିକ୍ରମ କରିପାରି ନଥିଲେ।