ପ୍ରମୂଖ ଖବର
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଟାରିଫ୍ ଟେନ୍‌ସନ ଭିତରେ ହୋଇପାରେ ମୋଦି-ଟ୍ରମ୍ପ ଭେଟଘାଟ, UNGA ସମିଟ୍ ପାଇଁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ

Published By : Ankita S | August 13, 2025 11:11 AM

ନୂଆଦିଲ୍ଲୀ,୧୩/୦୮: ଭାରତ ଆମେରିକା ମଧ୍ୟରେ କମିବ କି ଟାରିଫ୍ ଟେନ୍‌ସନ୍ ? ଟାରିଫ୍ ୱାର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ସମ୍ଭାବନା ରହିଛି । ଆସନ୍ତା ମାସରେ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ମିଳିତ ଜାତିସଂଘର ଏକ ସଭାରେ ଯୋଗ ଦେବାକୁ ୟୁଏସ୍‌ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟାରିଫ୍ ବିବାଦ ଭିତରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ମୋଦି । ଦୁଇ ନେତାଙ୍କ ମଧ୍ୟରେ ଟାରିଫ୍ ସମେତ ଅଟକିଥିବା ଟ୍ରେଡ୍ ଡିଲ୍‌ ବାବଦରେ ଆଲୋଚନା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୩ରୁ ୨୭ ଯାଏ ନ୍ୟୁୟର୍କରେ ୟୁଏନ୍‌ଜିଏର ଗୁରୁତ୍ୱପର୍ଣ୍ଣ ବୈଠକ ହେବ ।

ପ୍ରଧାନମନ୍ତ୍ରୀ UNGAରେ ସାମିଲ ହେବେ- ୟୁଏନଜିଏର ୮୦ତମ ଅଧିବେଶନ ସେପ୍ଟେମ୍ବର ୯ ରେ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଏହି ସାଧାରଣ ସଭାରେ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିପାରନ୍ତି। ଉଚ୍ଚସ୍ତରୀୟ ଜେନେରାଲ ବିତର୍କ ସେପ୍ଟେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପାରମ୍ପାରିକ ଭାବରେ ବ୍ରାଜିଲ ଅଧିବେଶନର ପ୍ରଥମ ବକ୍ତା ହେବେ । ଏହା ପରେ ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୩ରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଭାରତ ସହିତ, ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ସରକାର ପ୍ରମୁଖମାନେ ସେପ୍ଟେମ୍ବର ୨୬ରେ ଜାତିସଂଘ ସାଧାରଣ ସଭାର ସାଧାରଣ ବିତର୍କକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୬ରେ UNGA ବକ୍ତା ତାଲିକାରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି ।  ବର୍ତ୍ତମାନ ପାଇଁ ଏ ବାବଦରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

ଟ୍ରେଡ୍‌, ଟାରିଫ୍ ଓ ଋଷ ତେଲ କ୍ରୟ ମୁଦ୍ଦା- ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟ ବୁଝାମଣାରେ ସବୁଠୁ ବଡ ଅସୁବିଧା ରହିଛି କୃଷି, ଦୁଗ୍ଧଜାତୀୟ ଉତ୍ପାଦକୁ ଆମେରିକୀୟ ବଜାର ଖୋଲିବାକୁ ନେଇ ଭାରତ ରାଜି ନାହିଁ । ଏହାରି ଭିତରେ ଟ୍ରମ୍ପ ୨୫ % ଟାରିଫ୍ ସହିତ ଋଷଠୁ ତେଲ କିଣିବା କାରଣରୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ । ଫଳରେ ମୋଟ୍ ଟାଟିଫ୍ ୫୦ % ରହିଛି । ଭାରତ ଋଷଠୁ ତେଲ କିଣିବାକୁ ନେଇ ଆମେରିକା ଅସନ୍ତୋଷ ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.