ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମିଥ୍ୟା ମାମଲା ପ୍ରତିବାଦରେ ତହସିଲ ସାମ୍ନାରେ ଧାରଣା

Published By : Bijay Swain | July 15, 2025 7:36 PM

ଅସ୍ତରଙ୍ଗ, ୧୫/୦୭: ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ନଗର ଗ୍ରାମ ପଞ୍ଚାୟତ ଅଧୀନ କାଳିଆକଣ ଠାରେ ରାସ୍ତା ସଂଯୋଗୀ କରଣକୁ ନେଇ ବିବାଦୀୟ ପରିସ୍ଥିତି। ଉଭୟ ଗୋଷ୍ଠୀ ମଧ୍ୟରେ ତୀବ୍ର ଗଣ୍ଡଗୋଳ ପରେ କାବେରୀ ଦଳାଇଙ୍କ ଅଭିଯୋଗକୁ ଭିତ୍ତିକରି ଅସ୍ତରଙ୍ଗ ପୋଲିସ ୧୧ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଯାହାକୁ ସମ୍ପୂର୍ଣ୍ଣ ବିରୋଧ କରି କାହିଁକି ପୋଲିସ ମାମଲା ରୁଜୁ କରିବା ପ୍ରତିବାଦରେ ତହସିଲ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଶତାଧିକ ପୁରୁଷ ଓ ମହିଳା ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି।

ଖବର ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ଗ୍ରାମ ପଞ୍ଚାୟତ ଅଧୀନ କାଳିଆକଣ ମୁଖ୍ୟ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମାଣ ଓ ମରାମତି କାମ ଜାରି ରହିଛି। କିନ୍ତୁ କାଳିଆକଣ ପୁଷ୍କରଣୀ ନିକଟବର୍ତ୍ତୀ ସ୍ଥାନରେ ବିବାଦୀୟ ପରିସ୍ଥିତି ଥିବାରୁ ୧୩୦ମିଟର ସ୍ଥାନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ସଂଯୋଗୀକରଣ ହୋଇନାହିଁ। ଯାହା ଫଳରେ ମୁଖ୍ୟ ରାସ୍ତାରେ ଏଭଳି ସମସ୍ୟା ଯୋଗୁଁ ସାଧାରଣ ଲୋକ ଯାତାୟାତ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଉକ୍ତ ଠିକାଦାର ଶୁକ୍ରବାର ଦିନ ରାସ୍ତା କାମ କରୁଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା। କିନ୍ତୁ ସ୍ଥାନୀୟ ଅଂଚଳର କାବେରୀ ଦଳାଇ ଅସ୍ତରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ରେ ଦର୍ଶାଇଥିଲେ ଏହି ଜାଗା ଉପରେ ପୂର୍ବରୁ କୋର୍ଟରେ କେଶ ରହିଅଛି, ଏହା ସହ କିଛି ପୁରୁଷ ଓ ମହିଳା ଙ୍କ ନାମରେ ଅଭିଯୋଗ ମଧ୍ୟ କରିଥିଲେ। 

ଯାହାକୁ ନେଇ ଅସ୍ତରଙ୍ଗ ଥାନା ଉପନିରୀକ୍ଷକ ଅନିରୁଦ୍ଧ ଜାଲ୍ଲୀ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ କାବେରୀ ଦଳାଇଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଅସ୍ତରଙ୍ଗ ଥାନାରେ କେଶ ନମ୍ବର ୧୩୭/୨୫ରେ ୧୧ଜଣ ନାଁରେ ମାମଲା ରୁଜୁ କରିଥିଲେ। କିନ୍ତୁ କାଳିଆକଣ ଗ୍ରାମବାସୀ କହିବା ମୁତାବକ ବାରମ୍ବାର ମିଥ୍ୟା ଅଭିଯୋଗରେ ମାମଲା ରୁଜୁ କରିବା ପ୍ରତିବାଦରେ ମଙ୍ଗଳବାର ଦିନ ଶତାଧିକ ମହିଳା ଓ ପୁରୁଷ ଅସ୍ତରଙ୍ଗ ଭଉଁରିଆ ସେତୁ ଠାରୁ ଅସ୍ତରଙ୍ଗ ତହସିଲ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ତହସିଲ ସାମ୍ନାରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରିଥିଲେ। ଏହା ସହ ନଗର ପଂଚାୟତ ପୂର୍ବତନ ସରପଞ୍ଚ ନିରଞ୍ଜନ ବେହେରା କହିଛନ୍ତି ଦାବୀ ଗୁଡିକ ମଧ୍ୟରେ ମିଥ୍ୟା ମାମଲା ଖାରଜ କରାଯାଉ, ରାସ୍ତା ସମସ୍ୟା ପ୍ରଶାସନ ଗୁରୁତର ସହ ନେଇ ରାସ୍ତା ସଂଯୋଗୀ କରଣ ହେଉ। 

ଏମିତି କିଛି ଦାବୀ ନେଇ ବିକ୍ଷୋଭକାରୀମାନେ ଅସ୍ତରଙ୍ଗ ତହସିଲ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ବସିରହିଥିଲେ। କିନ୍ତୁ ତହସିଲ ପରିସରରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ତାଡ଼ଙ୍କ ମଧ୍ୟରେ ରାସ୍ତା ସମସ୍ୟା ସମ୍ପର୍କରେ ଆଲୋଚନା ପରେ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାର ସିଂ, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି ରାସ୍ତା ସମସ୍ୟା ସ୍ଥାନ ପରିଦର୍ଶନ କରିଥିଲେ। ଆଗାମୀ ୨୨ତାରିଖରେ ରାସ୍ତା ସମସ୍ୟା ଥିବା ସ୍ଥାନରେ ମାପଚୁପ ହେବ ବୋଲି ଆଲୋଚନା ହୋଇଛି। ମିଥ୍ୟା ମାମଲା ଖାରଜ କରିବା ପ୍ରତିବାଦରେ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ବସିବା ପରେ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ ପହଂଚି ପ୍ରତିବାଦରେ ବସିଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। କହିଥିଲେ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି କିନ୍ତୁ ଘଟଣାର ତଦନ୍ତ କରାଯିବ। ମାମଲା ରୁଜୁ ପରେ ତଦନ୍ତ ହୁଏ, ଯାହାକି ପ୍ରତିଶ୍ରୁତି ଦେବା ପରେ ପ୍ରତିବାଦରେ ବସିଥିବା ଶତାଧିକ ଲୋକ ଶାନ୍ତିପୂର୍ଣ୍ଣ ଧାରଣାରୁ ଉଠିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.