ପ୍ରମୂଖ ଖବର
  • ବ୍ରହ୍ମପୁର ବଡ଼ବଜାରର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରରେ ଗୁଳିମାଡ଼, ଜଣେ ଗୁରୁତର
  • ||
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି , ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଗସ୍ତରେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ବିହାରର ଏହି ସବୁ ଜିଲ୍ଲାରେ କଟିଛି ଅଧିକ ଭୋଟରଙ୍କ ନାଁ, ଅନେକଙ୍କ ରହିଛି ନେପାଳ ସହ କନେକ୍ସନ

Published By : Harapriya Biswal | August 3, 2025 3:25 PM

ପାଟନା,୩।୮: ବିହାରରେ ସ୍ପେଶାଲ ଇନଟେନସିଭ ରିଭିଜନ୍‌ (ଏସଆଇଆର)ବେଳେ ମୋଟ ୭.୨ କୋଟି ଭୋଟରଙ୍କ ଭିତରୁ ୬୫ ଲକ୍ଷଙ୍କ ନାଁ କଟି ଯାଇଛି। ନିର୍ବାଚନ କମିଶନ୍ ନୂଆ ଭୋଟର ଲିଷ୍ଟର ଡ୍ରାଫ୍ଟ ଜାରି କରିଛି। ୬୫ ଲକ୍ଷରୁ ୨୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସେଭଳି ବାକି ମତଦାତାଙ୍କ ନାଁ କଟିବାର କାରଣ ମଧ୍ୟ ଅଲଗା ରହିଛି। ଏଥିରେ ମାଇଗ୍ରେସନ୍, ଅନ୍ତରାଜ୍ୟ ପ୍ରବାସୀ ଓ ସୀମା ପାର ପାରିବାରିକ ସମ୍ପର୍କ ଥିବା ମତଦାତା ମଧ୍ୟ ରହିଛନ୍ତି। ଆସନ୍ତୁ ଜାଣିବା ଏତେ ବଡ଼ ସଂଖ୍ୟାରେ କାମ କଟିବା ପଛର କାରଣ କ’ଣ ?

ରାଜଧାନୀ ପାଟନାକୁ ନେଇ ବୁଥ୍ ଲେବଲ ଅଧିକାରୀ(ବିଏଲ୍‌ଓ) କହିଛନ୍ତି ଯେତେବେଳେ ସେମାନେ ପ୍ରଥମେ ଘରକୁ ଘର ଫର୍ମ ନେଇ ଯାଉଥିଲେ ବହୁତ ଗୁଡିଏ ଘରେ କେହି ମିଳିନଥିନ୍ତେ। ବହୁ ମତଦାତା ସହରରେ ଘର କରି ରହୁଥିଲେ। ଏପରିକି ଅନେକ ଲୋକଥିଲେ ଯେଉଁମାନେ ଭଡା ଘରକୁ ବଦଳାଇ ସାରିଥିଲେ। ଏଭଳି ବହୁ ସଂଖ୍ୟା ନାଁରେ ଡ୍ରାଫ୍ଟ ଲିଷ୍ଟରୁ କଟି ଯାଇଥିଲା।ଏହାପରେ ମତଦାତାଙ୍କୁ ଯୋଡିବା ପାଇଁ ସ୍ବଚ୍ଛତା କାର୍ଯ୍ୟକର୍ତ୍ତା ଘର ଘର ଯାଇ ଖାଲି ଫର୍ମ ବିତରଣ କରିଥିଲେ। ଏହାପରେ ବହୁତ ଗୁଡିଏ ପରିବାର ଯୋଡି ହୋଇ ପାରିନଥିଲେ। ଏଭଳି ଏକାକୀ ପାଟାନାରେ ୧୪ ବିଧାନସଭା ଅଞ୍ଚଳରେ ୩.୯୫ ଲକ୍ଷ ନଁ କାଟି ଦିଆଯାଇଥିଲା। 

ବିହାରର ଉତ୍ତରରେ ଥିବା ଜିଲ୍ଲା ଗୁଡିକରେ ସବୁଠାରୁ ଅଧିକ ନାଁ କଟିଛି। ଏଥିରେ ଦରଭଙ୍ଗା, ମଧୁବନୀ, ଗୋପାଳଗଞ୍ଚ ଓ ସୀମାଞ୍ଚଳ ଜିଲ୍ଲା ରହିଛି। ମଧୁବନୀରେ ୩.୫ ଲକ୍ଷ, ଦରଭଙ୍ଗାରେ ଦୁଇ ଲକ୍ଷ ଓ ଗୋପାଳଗଞ୍ଜରେ ପ୍ରାୟ ୩.୧ ଲକ୍ଷ ମତଦାତା କମ୍ ହୋଇଯାଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ବହୁତ ଭୋଟର ଅସ୍ଥାୟୀ ଭାବରେ ନିଜର ଅଞ୍ଚଳ ଛାଡି ଅନ୍ୟ ସ୍ଥାନରେ ରହୁଛନ୍ତି। ସେଥିପାଇଁ ତାଙ୍କ ନାଁ କଟି ଯାଇଛି। ବହୁତ ଗୁଡିଏ ଲୋକ ନେପାଳ, ବଂଲାଦେଶର ଓ ମିଆଁମାରରୁ ଆସିଛନ୍ତି। ତାଙ୍କର ନାଁ ଭୋଟର ଲିଷ୍ଟରେ ରହିଥିଲା। ପୂର୍ବ ଓ ପଶ୍ଚିମ ଚମ୍ପାରଣଳ ସୀତାମଡି, ସୁପୋଲ,ଅରାରିୟା ଓ ପୂର୍ଣ୍ଣିଆ ଜିଲ୍ଲାରେ ଏଭଳି ସମସ୍ୟା ଅଧିକ ରହିଛି। ଏହି ଲୋକମାନେ ବିହାରର ହୋଇଥିଲେ ମଧ୍ୟ ନେପାଳରେ ରହୁଛନ୍ତି। 

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ପରିବାରରେ ବଣ୍ଟାବଣ୍ଟି ଓ ନ୍ୟୁକ୍ଲି୍ଅର ଫ୍ୟାମିଲି କାରଣରୁ ବହୁତ ଗୁଡିଏ ଲୋକଙ୍କ ନାଁ କଟି ଯାଇଛି। ଏବେ ନିର୍ବାଚନ କମିଶନଙ୍କ  ଦାବି ଓ ଆପତ୍ତିକୁ ବହୁ ଲୋକ  ସ୍ବୀକାର କରୁଛନ୍ତି।  ତେବେ କିଛି ଲୋକ କହିଛନ୍ତି,ତାଙ୍କ ନାଁ ମୃତକଙ୍କ ମଧ୍ୟରେ ସାମିଲ କରାଯାଇଛି। କିନ୍ତୁ ସେମାନେ ଜୀବିତ ଅଚନ୍ତି। ସେଭଳି ଆଉ କିଛି କହିଛନ୍ତି, ଯେଉଁମାନଙ୍କର ମୃତ୍ୟୁ ହୋଇଛି ତାଙ୍କ ନାଁ ଏବେ ବି ଭୋଟର ଲିଷ୍ଟରେ ଅଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.