ପୁରୀ,୧୫/୦୭ : ସୁନ୍ଦରାଚଳରୁ ନୀଳାଚଳକୁ ବାହୁଡିବେ ନୀଳାଦ୍ରିନାଥ। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାରେ ସଅଳ ସଅଳ ନୀତିକାନ୍ତି ଆରମ୍ଭ ହୋଇଛି। ଅକାଶନୀତି, ମଙ୍ଗଳାଆଳତି ଓ ସେନାପଟା ଲାଗି ପରେ ପହଣ୍ଡି ବିଜେ ଆରମ୍ଭ ହୋଇଛି।
ପ୍ରଥମେ ଶ୍ରୀ ଚକ୍ରରାଜ ସୁଦର୍ଶନ ଧାଡ଼ି ପହଣ୍ଡିରେ ଯାଇ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିଛନ୍ତି। ତାଙ୍କ ପଛେପଛେ ଘଣ୍ଟର ତାଳେତାଳେ ଟାହିଆ ହଲାଇ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ବାଡ଼ ସାମନ୍ତ ତଥା ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡରେ ନାକଚଣା ଦ୍ଵାର ଦେଇ ତାଳଧ୍ବଜ ରଥକୁ ବିଜେ କରୁଛନ୍ତି। ପରେ ଶୂନ୍ୟ ପହଣ୍ଡିରେ ଦୁଇ ଭାଇଙ୍କ ଗେହ୍ଲା ଭଉଣୀ ମା’ ସୁଭଦ୍ରା ରଥକୁ ଆସୁଛନ୍ତି। ଶେଷକୁ ହଟିଆ ଠାକୁର ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ।