ପ୍ରମୂଖ ଖବର
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ପହଲଗାମ ଆତଙ୍କୀ ହମଲାରେ ଭାରତର କଡ଼ା ପଦକ୍ଷେପ : ସଂସଦରେ ଭାରତ ବିରୋଧରେ ଓଗାଳିଲା ବିଷ ପାକିସ୍ତାନ , କହିଲା ...

Published By : Prameya | April 25, 2025 9:00 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ପାକିସ୍ତାନର କନେକ୍ସନ ସାମ୍ନାକୁ ଆସିବା ପରେ , ସେ ହଡ ବଡେଇ ଯାଇଛି। ଖୁବ୍‌ ଭୟଭୀତ ହୋଇ ସଂସଦରେ ଭାରତ ବିରୋଧରେ ଖୁବ୍‌ ବିଷ ଓଗାଳିଛି ପାକିସ୍ତାନ। ଶୁକ୍ରବାର ପାକିସ୍ତାନୀ ସଂସଦ ଭାରତ ବିରୋଧରେ ଘାତକ ହମଲାକୁ ପାକିସ୍ତାନ ସହ ଯୋଡିବାକୁ ନେଇ ସର୍ବସମ୍ମତିରେ ଏକ ପ୍ରସ୍ତାବ ପାରିତ କରିଛି। ସେ କହିଛି ଯେ, ପାକିସ୍ତାନ ନିଜର ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି। ପହଲଗାମ ହମଲାରେ ଆତଙ୍କୀମାନେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ନାଗରିକଙ୍କୁ ଗୁଳି କରି ହତ୍ୟା କରି ଥିଲେ। ଏହାପରେ ସାରା ଦେଶରେ ପାକିସ୍ତାନ ବିରୋଧରେ ଖୁବ୍‌ ଉତ୍ତେଜିତ ମାହୋଲ ସୃଷ୍ଟି ହୋଇଛି।

ପାକିସ୍ତାନୀ ଡେପୁଟୀ ପିଏମ୍‌ ଇଶାକ୍‌ ଡାର୍‌ ସଂସଦରେ ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି, ଯେଉଁଥିରେ କୁହାଯାଉଛି କି , ପାକିସ୍ତାନ ଜଳ ଆତଙ୍କବାଦ ଓ ସାମରିକ ଉତ୍ତେଜନା ସମେତ କୌଣସି ବି ଆକ୍ରମଣ ବିରୋଧରେ ନିଜର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ସକ୍ଷମ ଓ ପ୍ରସ୍ତୁତ। ପ୍ରସ୍ତାବ ଅନୁସାରେ , ସଂସଦ ଏହି କଥା ଉପରେ ଜୋର ଦେଇଛି ଯେ, ନିର୍ଦ୍ଦୋଷ ନାଗରିକଙ୍କ ହତ୍ୟା ପାକିସ୍ତାନ ଦ୍ୱାରା ପ୍ରଦତ୍ତ  ମୂଲ୍ୟବୋଧର ବିପରୀତ ।

କୁହାଯାଇଛି ,” ଏହି ପ୍ରସ୍ତାବ ଜମ୍ମୁ ଓ କାଶ୍ମୀରରେ ୨୨ ଅପ୍ରେଲ ୨୦୨୫ରେ ହୋଇଥିବା ପହଲଗାମ ହମଲାରେ ପାକିସ୍ତାନକୁ ଯୋଡ଼ିବାର ସବୁ ଅଯଥା ଓ ଭିତ୍ତିହୀନ ପ୍ରୟାସକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି।

ପ୍ରସ୍ତାବରେ କୁହାଯାଇଛି - ଭାରତ ତାକୁ ବଦନାମ କରୁଥିବା  ପାକିସ୍ତାନ ଅଭିଯୋଗ କରିଛି। ସଂସଦ କହିଛି, ପାକିସ୍ତାନକୁ ବଦନାମ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ସୁଚିନ୍ତିତ ଓ ଦୁର୍ଭାବନାପୂର୍ଣ୍ଣ ଅଭିଯାନର ନିନ୍ଦା କରାଯାଉଛି, ଯାହା ସଂକୀର୍ଣ୍ଣ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହାସହ , ପାକିସ୍ତାନ ଭାରତର ସିନ୍ଧୁ ଜଳ ସନ୍ଧି ଉପରେ ରୋକ୍‌ ଲଗାଇବାର ନିଷ୍ପତ୍ତିର ମଧ୍ୟ ନିନ୍ଦା କରିଛି ଏବଂ ପୁଣି ଥରେ ଦୋହରାଇଛି ଯେ ଏହା ସ୍ପଷ୍ଟ ଉପାୟରେ ଯୁଦ୍ଧର କାର୍ଯ୍ୟାନୁଷ୍ଠାନ ସହ ସମାନ ।

କହି ରଖୁଛୁ କି, ହମଲା ପରେ  ନୂଆଦିଲ୍ଲୀ ବୁଧବାର ପାକିସ୍ତାନ ବିରୋଧରେ ଅନେକ ଦୃଢ ପଦକ୍ଷେପ ନେଇଛି। ଭାରତ କାର୍ଯ୍ୟାନୁଷ୍ଠାନ ନେଇ ୧୯୬୦ର ସିନ୍ଧୁ ଜଳ ସନ୍ଧିକୁ ନିଲମ୍ୱିତ କରିଦେଇଛି। ଏହା ବ୍ୟତୀତ , ପାକ୍‌କୁ ଲାଗିଥିବା ଅଟାରୀ ବର୍ଡରକୁ ମଧ୍ୟ ବନ୍ଦ କରିଦେଇଛି ଏବଂ କୂଟନୀତିକ ସଂପର୍କକୁ ମଧ୍ୟ ହ୍ରାସ କରିଦେଇଛି। ଏହା ବ୍ୟତୀତ , ପାକିସ୍ତାନୀ ନାଗରିକଙ୍କ ଭିସାକୁ ମଧ୍ୟ ରଦ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। ଏହାର ଜବାବରେ ପାକିସ୍ତାନ ମଧ୍ୟ ପ୍ରମୁଖ ବୈଠକ କରିଛି ଏବଂ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏୟାରସ୍ପେସ୍‌କୁ ବନ୍ଦ କରିବା ସମେତ ଅନେକ ନିଷ୍ପତ୍ତି ନେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.