ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଧରମବନ୍ଧା ମଣ୍ଡିରୁ ଉଠୁନି ଧାନ; ସିଏସଓ ଅଫିସ ଘେରିଲେ ଚାଷୀ

Published By : Bijay Swain | June 16, 2025 4:50 PM

ନୂଆପଡ଼ା,୧୬।୬(ଆପ୍ର): ନୂଆପଡ଼ା ବ୍ଳକ ଖୁଟମନଭେରା ମଣ୍ଡିରୁ ଧାନ ମଣ୍ଡିରୁ ଧାନ ଉଠୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ଆଜି ଚାଷୀମାନେ ସିଏସଓ ଅଫିସ ଘେରାଉ କରିଥିଲେ ।

ଖବର ମୁକାବକ, ଗତ ୧୦ ଦିନ ହେଲା ଖୁଟମନଭେରା ମଣ୍ଡିରେ ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି ରହିଛି । ଏବେ ମଣ୍ଡିରେ ୫୦ରୁ ଉର୍ଦ୍ଧ ଚାଷୀଙ୍କ ପ୍ରାୟ ୧୫ ହଜାର ବସ୍ତା ଧାନ ପଡିଛି । ଏମିତିକି ମଣ୍ଡିରେ ମଇ ୨୧ରୁ ମିଳିଥିବା ଟୋକାନ ଚାଷୀଙ୍କ ଧାନ ବିକ୍ରି ହୋଇନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଚାଷୀମାନେ ପ୍ୟାକ୍ସ କର୍ମଚାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ବି କୌଣସି ସୁଫଳ ମିଲିନିଥିଲା । 

ଆଜି ଖୁଟମନଭେରା ମଣ୍ଡିରୁ ୩୦ରୁ ଅଧିକ ଚାଷୀ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲେ । ଜିଲାପାଳଙ୍କ ଅନୁପସ୍ଥିତରେ ଜିଲ୍ଲା ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏସିଏସଓ ଥଣ୍ଡୁରାମ ନାଏକ ଚାଷୀଙ୍କୁ ବୁଝାସୁଝା କରିଥିଲେ । ଏହି ଖବର ପାଇ ଜିଲ୍ଲା ପରିଷଦ ସଭ ଭରତଲାଲ ରାଉତ, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା, ମଣ୍ଡଳ ସଭାପତି ସଦାନନ୍ଦ ଯୋଶୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାଧାରଣ ସମ୍ପାଦକ ଭକ୍ତବନ୍ଧୁ ଧରୁଆ ସିଏସଓ ଅଫିସରେ ପହଞ୍ଚିଥିଲେ । ସେଠି ମଣ୍ଡିକୁ ଦୁଇଟି ଟ୍ରକ ପଠାଇବାକୁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.