ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଥମୁନି ରେଳ ଦୁର୍ଘଟଣା, ବାହାନଗା ପରେ ଏବେ କାଞ୍ଚନଜଙ୍ଗା ଟ୍ରେନ୍ ଟ୍ରାଜେଡି... ଜାଣନ୍ତୁ ୬୦ ଦଶକରୁ ଏପର୍ଯ୍ୟନ୍ତର ପୁରା ରେକର୍ଡ

ନୂଆଦିଲ୍ଲୀ,୧୭।୬: ଦେଶରେ ଥମୁନି ରେଳ ଦୁର୍ଘଟଣା। ଓଡିଶାର ବାହାନଗା ଟ୍ରେନ୍ ଟ୍ରାଜେଡିକୁ ଲୋକେ ଭୁଲି ନଥିବା ବେଳେ ପଶ୍ଚିମବଙ୍ଗରେ ଘଟିଛି ଆଉ ଟ୍ରେନ୍‌ ଟ୍ରାଜେଡି। ସୋମବାର ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡିରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି କାଞ୍ଚନଜଙ୍ଗା ଏକ୍ସପ୍ରେସ। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୂ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। 

ରେଳ ଭିତ୍ତିଭୂମିର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି ସରକାର। ହେଲେ ସୁଧୁରୁନି ବ୍ୟବସ୍ଥା, ଘଟୁଛି ବଡ଼ ବଡ଼ ରେଳ ଦୁର୍ଘଟଣା। ରେଳଓ୍ବେ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା କାରଣରୁ ଚାଲିଯାଉଛି ଯାତ୍ରୀଙ୍କ ଜୀବନ। ଏହାର ଆଉ ଏକ ଉଦାହରଣ ହେଉଛି  ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡିରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଦୁର୍ଘଟଣା। କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ନେଇ ଆସିଛି ପ୍ରାଥମିକ ତଦନ୍ତ ରିପୋର୍ଟ। ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଜୟା ବର୍ମା  ସିହ୍ନା କହିଛନ୍ତି, କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରାକ୍‌ରେ ଠିଆ ହୋଇଥିବା ବେଳେ ପଛରୁ ଆସି ପିଟିଥିଲା ମାଲବାହୀ ଟ୍ରେନ୍। ରହିବାକୁ ସିଗନାଲ ଦିଆଯାଇଥିଲେ ମଧ୍ୟ ମାଲବାହୀ ଟ୍ରେନ୍‌ର ଲୋକୋ ପାଇଲଟ୍ ଏହାକୁ ମାନି ନଥିଲେ। ଫଳରେ ହୋଇଥିଲା ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣଭ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହା ସହ ଗୁରୁତରଙ୍କୁ ଅଢେଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ।

କାଞ୍ଚନଜଙ୍ଗା ଦୁର୍ଘଟଣା ହେଉଛି ଚଳିତ ବର୍ଷର ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା। ଏହି ଦୁର୍ଘଟଣା ଗତ ବର୍ଷ ଜୁନ୍‌ ୨ରେ ବାଲେଶ୍ବର ବାହାନଗାରେ ହୋଇଥିବା ଘଟଣାକୁ ମନେପକାଇ ଦେଇଛି। ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରାକ୍‌ରେ ଠିଆ ହୋଇଥିବା ଏକ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା। ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌। ଏହି ଦୁର୍ଘଟଣାରେ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ ।  ତେବେ ଦେଶରେ ଏଭଳି ଟ୍ରେନ୍ ଦୁର୍ଘଟଣା ନୂଆ ନୁହେଁ। ଗତ ୬୨ ବର୍ଷରେ ଘଟି ସାରିଛି ୩୮ ହଜାର ରେଳ ଦୁର୍ଘଟଣା।

ସରକାରଙ୍କ ରିପୋର୍ଟ ଅନୁସାରେ, ୨୦୦୪ରୁ ୨୦୧୪ ଭିତରେ ପ୍ରତି ବର୍ଷ ହାରାହାରି ୧୭୧ ଟ୍ରେନ୍ ଦୁର୍ଘଟଣା ଘଟୁଥିଲା। ତେବେ ୨୦୧୪ ରୁ ୨୦୨୩ ମଧ୍ୟରେ ବାର୍ଷିକ ପ୍ରାୟ ୭୧ଟି ରେଳ ଦୁର୍ଘଟଣା ଘଟିଛି। ଭାରତରେ ଟ୍ରେନ୍ ଦୁର୍ଘଟଣାରେ ଗତ କିଛି ଦଶକରେ ହ୍ରାସ ଘଟିଛି। ରେଲଓ୍ବେ ଇୟର ବୁକ୍ ଅନୁସାରେ, ୧୯୬୦-୬୧ ରୁ ୧୯୭୦-୭୧ ଭିତରେ ୧୦ ବର୍ଷରେ ୧୪,୭୬୯ ଟ୍ରେନ୍ ଦୁର୍ଘଟଣା ଘଟିଛି। ୨୦୦୪-୦୫ ଭିତରେ ୨୦୧୪ ରୁ ୧୫ ଭିତରେ ୧,୮୪୪ ଦୁର୍ଘଟଣା ଘଟିଛି। ସେଭଳି ୨୦୧୫-୧୬ ୨୦୨୧-୨୨ ମଧ୍ୟରେ ୬ ବର୍ଷରେ ୪୪୯ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏ ହିବାସରେ ୧୯୬୦ ରୁ ନେଇ ୨୦୨୨ ପର୍ଯ୍ୟନ୍ତ ୬୨ ବର୍ଷରେ ୩୮,୬୭୨ ରେଳ ଦୁର୍ଘଟଣା ଘଟିଛି। ଅର୍ଥାତ ବର୍ଷକୁ ହାରାହାରି ୬୦୦ ରୁ ଅଧିକ ରେଳ ଦୁର୍ଘଟଣା ଘଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.