ପ୍ରମୂଖ ଖବର
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଆଜି ଆସିବ ମୁଦ୍ରାନୀତି ବୈଠକ ଫଳାଫଳ, ସାଧାରଣ ଲୋକଙ୍କ ମିଳିପାରେ ଆଶ୍ୱସ୍ତି,ଶସ୍ତା ହୋଇପାରେ ଗୃହ, ଗାଡ଼ି ଋଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଦେଢ଼ କିମି ଡ୍ରେନ୍‌ରେ ଦେଢ଼ କୋଟି ଖର୍ଚ୍ଚ ! ସିଏମ୍‌ସି ମୁଖ୍ୟ ଡ୍ରେନ୍‌ ସଫେଇ ଆଳରେ ହରିଲୁଟ୍‌

Published By : Rasmita Pradhan | June 4, 2025 2:06 PM

କଟକ, ୪/୬ : କଟକ ମହାନଗର ନିଗମ(ସିଏମ୍‌ସି)ରେ ପଙ୍କୋଦ୍ଧାର ନାଁରେ ଚାଲିଛି ହରିଲୁଟ୍‌। ମୁଖ୍ୟ ଡ୍ରେନ୍‌-୧ ସଫେଇ ପାଇଁ ଯନ୍ତ୍ରୀ ବିଭାଗ ଦ୍ୱାରା ମାନୁଆଲ୍‌ ପଙ୍କୋଦ୍ଧାର ଫାଇଲ୍‌ କରାଯାଇଥିଲା ବେଳେ ଏହାକୁ ମେସିନ୍‌ରେ ସଫେଇ କରାଯାଉଛି। ଫଳରେ ଅଧିକ ଖର୍ଚ୍ଚ ଦର୍ଶାଇ କମ୍‌ ଖର୍ଚ୍ଚରେ କାମ କରାଯାଉଥିବା ଅଭିଯୋଗ ଉଠିଛି। ଏମିତିକି ପ୍ରାୟ ଦେଢ଼ କିମିର ଡ୍ରେନ୍‌ ସଫେଇ ପାଇଁ ଦେଢ଼ କୋଟିର ଖର୍ଚ୍ଚ ଦର୍ଶାଯାଇଛି। ଏହାସହ ଏହି କାର୍ଯ୍ୟରେ କିଛି ଶିଶୁ ଶ୍ରମିକଙ୍କୁ ଅସୁରକ୍ଷିତ ଭାବେ କାର୍ଯ୍ୟରେ ଲଗାଯାଇଥିବା ବି ଅଭିଯୋଗ ହୋଇଛି । ଏନେଇ ସିଏମ୍‌ସି ଯନ୍ତ୍ରୀ ବିଭାଗର ମନ୍‌ମାନି ଏବେ ପଦାରେ ପଡ଼ିଛି। 

ବର୍ଷା ଦିନକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିଏମ୍‌ସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଙ୍କୋଦ୍ଧାର ଚାଲିଛି । ଛୋଟ ଡ୍ରେନ୍‌ଠୁ ଆରମ୍ଭ କରି ବଡ଼ ଡ୍ରେନ୍‌ରୁ ପଙ୍କୋଦ୍ଧାର କରାଯାଉଛି । ଏନେଇ କଲ୍ୟାଣୀନଗରରୁ ଗୋଶାଳା କଲଭର୍ଟ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ୍‌ ସଫା କରାଯାଉଛି । ଏହାକୁ ଯନ୍ତ୍ରୀ ବିଭାଗ ଦ୍ୱାରା ମାନୁଆଲ୍‌ ପଙ୍କୋଦ୍ଧାର ବା ଶ୍ରମିକଙ୍କ ଦ୍ୱାରା ପଙ୍କୋଦ୍ଧାର କରାଯିବାକୁ ଫାଇଲରେ ଦର୍ଶାଯାଇଛି । ପ୍ରାୟ ଦେଢ଼ କିମି ବିଶିଷ୍ଟ ଡ୍ରେନ୍‌ ପାଇଁ ଦୁଇ ଲକ୍ଷ ଟଙ୍କିଆ ବିନା ଟେଣ୍ଡର୍‌ର ପ୍ରାୟ ୬୦ଟି ଫାଇଲ୍‌ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ରହିଛି । କିନ୍ତୁ ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଉକ୍ତ ଡ୍ରେନ୍‌ ବଡ଼ ବଡ଼ ମେସିନ୍‌ରେ ସଫା କରାଯାଉଛି । ଅର୍ଥାତ୍‌ ଯେଉଁଠି ମାନୁଆଲ୍‌ ପଙ୍କୋଦ୍ଧାର ପାଇଁ ଶ୍ରମିକ ପିଛା ୨୮୦ ଟଙ୍କା ଦର ରହିଥାଏ ସେଠାରେ ମେସିନ୍‌ରେ କରିଲେ କମ୍‌ ଖର୍ଚ୍ଚ ହୋଇଥାଏ । ତେଣୁ ମୁଖ୍ୟ ଡ୍ରେନ୍‌ ମେସିନ୍‌ ଦ୍ୱାରା କରାଯାଇଥାଏ । କିନ୍ତୁ ଯନ୍ତ୍ରୀ ବିଭାଗରେ ଏହାକୁ ଚଞ୍ଚକତା କରି ମାନୁଆଲ୍‌ ପଙ୍କୋଦ୍ଧାର ଫାଇଲ୍‌ କରି ମେସିନ୍‌ରେ ସଫା କରାଯାଉଛି । 

ଏମିତିକି ପଙ୍କ ଆଦି ସଫା କରିବାକୁ ହାତ ଗଣତି ଶ୍ରମିକ ନିୟୋଜିତ ହୋଇଛନ୍ତି । ସେମାନେ ପୁଣି ଶିଶୁ ଶ୍ରମିକ ହୋଇଥିଲା ବେଳେ ଖାଲି ଦେହରେ ବିପଦସଙ୍କୁଳ ଅବସ୍ଥାରେ ସେମାନେ ପଙ୍କୋଦ୍ଧାର କରୁଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି । ଏଣୁ ସିଏମ୍‌ସିର ମନଇଚ୍ଛା ଖର୍ଚ୍ଚକୁ ନେଇ ପଙ୍କୋଦ୍ଧାରର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି କେତେଜଣ ବରିଷ୍ଠ କର୍ପୋରେଟର । ଏନେଇ ସିଏମ୍‌ସି କମିସନର ଅନାମ ଚରଣ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି । ତେଣୁ ଉଭୟ ମେସିନ୍‌ ଓ ମାନୁଆଲ୍‌ କାମ ହେଉଛି। କେଉଁଠି ସମସ୍ୟା ଥିଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.