ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଖିରୁ ଲୁହ ଶୁଖିଗଲାଣି ହେଲେ ମିଳୁନି ଆବସ ଘର, ବାଉଁଶତାଟି କୁଡ଼ିଆରେ ବିତୁଛି ଦୟନୀୟ ଜୀବନ

Published By : Prameya | July 11, 2025 12:10 PM

ମୁନିଗୁଡ଼ା,୧୧/୦୭: ବାଉଁଶତାଟି ଆବଦ୍ଧ କୁଡ଼ିଆ ଉପରେ ପଡ଼ିଛି ଆଜବେଷ୍ଟସ୍‌ । ତା’ରି  ଭିତରେ ଦୀର୍ଘ ବର୍ଷ ହେଲା ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷା ହେଲେ ଛାତରୁ ଗଳୁଛି ପାଣି । ଓଦା  ହୋଇଯାଉଛି ଘର । ଶାନ୍ତିରେ ଶୋଇପାରୁନାହାନ୍ତି ।  ଭେଣ୍ଡିଆରୁ ପରିଣତ ବୟସରେ ପହଞ୍ଚିଛନ୍ତି ।  ପରିତାପର ବିଷୟ, ଆଜି ପର୍ଯ୍ୟନ୍ତ ଆବାସ ତାଙ୍କ  ଭାଗ୍ୟରେ ଜୁଟି ନାହିଁ । ପ୍ରଶାସନିକ ଅଧିକାରୀଙ୍କଠାରୁ  ଆରମ୍ଭ କରି ଜନପ୍ରତିନିଧିଙ୍କୁ ଦୁଃଖ ଜଣାଇଛନ୍ତି ।  ତଥାପି କୌଣସି ସୁଫଳ ମିଳିନି । ପକ୍କା ଘର ଖଣ୍ଡିଏ ପାଇଁ ଦୀର୍ଘ ୨ ଦଶନ୍ଧି ହେଲା ଅପେକ୍ଷା କରିଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ ବ୍ଲକ୍‌ ଆଗୁଳ ପଞ୍ଚାୟତ  ନିଆଳି ଗାଁର ବୃଦ୍ଧ ଦମ୍ପତି ଚକରା ପ୍ରାସ୍କା ଓ ତାଙ୍କ  ସ୍ତ୍ରୀ ଡମ୍ବା ପ୍ରାସ୍କା । ମରିବା ଆଗରୁ ଅନ୍ତତଃ ସେମାନଙ୍କୁ  ଘର ଖଣ୍ଡିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।   

ଚକରା ଓ ଡମ୍ବା କହିଛନ୍ତି, ଗୋଟିଏ ଝିଅକୁ ନେଇ  ତାଙ୍କ ସଂସାର । ଭେଣ୍ଡିଆ ବୟସରେ ସ୍ୱଳ୍ପ ଜମିରେ  ଚାଷ କରିବା ସହ କୁଲି ମଜୁରି ଲାଗି ୩ ପ୍ରାଣୀ  ଚଳିଯାଉଥିଲେ । ଝିଅ ବାହା ହୋଇ ଶାଶୂଘରକୁ  ଚାଲିଯିବା ପରଠୁ ସେମାନେ ଦଦରା କୁଡ଼ିଆରେ  ରହି ଆସୁଛନ୍ତି । ଏବେ ପରିଣତ ବୟସରେ ଆଗଭଳି  କୌଣସି କାମଧନ୍ଦା କରିପାରୁନାହାନ୍ତି । ଜମି ମଧ୍ୟ  ପଡ଼ିଆ ପଡ଼ୁଛି । ସରକାରୀ ସହାୟତା କହିଲେ,  ଉଭୟଙ୍କୁ ମିଳୁଛି ଭତ୍ତା । ଭତ୍ତା ଟଙ୍କାରେ କଷ୍ଟମଷ୍ଟେ  ଚଳୁଛନ୍ତି । ଘର କରିବା ପାଇଁ ପାଖରେ ଅର୍ଥ ନାହିଁ ।  ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ  ଭେଣ୍ଡିଆ ବୟସରୁ ଆବେଦନ କରୁଛନ୍ତି । ଏ ଭିତରେ  ଦୀର୍ଘ ୨ ଦଶନ୍ଧି ବିତିଯାଇଛି । ତଥାପି କୌଣସି ସୁଫଳ  ମିଳିନଥିବା ଦୁଃଖର ସହ କହିଛନ୍ତି । ଅନ୍ତତଃ ବଞ୍ଚିଥିବା  ଭିତରେ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ  ସେମାନେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।  

ଏ ସମ୍ପର୍କରେ ସମିତିସଭ୍ୟ ତଥା ବିଜେପି ନେତା  ସୁବାସ ପ୍ରାସ୍କା କହିଛନ୍ତି, ବୃଦ୍ଧ ଦମ୍ପତିଙ୍କୁ ଏବେ ନିଶ୍ଚିତ  ଘର ମିଳିବ । ଏବେ ମୋହନ ସରକାରଙ୍କ ତରଫରୁ  ଗୃହହୀନଙ୍କୁ ଆବାସ ଯୋଗାଇ ଦେବାପାଇଁ ତାଲିକା  ମଗାଯାଇଥିଲା । ସମସ୍ତ ତାଲିକା ପ୍ରଦାନ କରାଯାଇଛି ।  ଆଗରୁ ଆବାସ ପ୍ରଦାନରେ ବହୁ ଅନିୟମିତତା ହୋଇଛି । ଏବେ ସମସ୍ତ ଗରିବ ପରିବାରକୁ ଘର ମିଳିଯିବ । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି  ଦେବାକୁ ସେମାନେ ନିବେଦନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.