ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତିର କୋପ, ବନ୍ୟା, ଭୂସ୍ଖଳନ: ୩୦ ମୃତ, ଆସାମରେ ୧୦ ହଜାର ଲୋକ ପ୍ରଭାବିତ

Published By : Prameya | June 1, 2025 11:58 AM

ନୂଆଦିଲ୍ଲୀ, ୦୧/୦୬: ଉତ୍ତରପୂର୍ବ  ଭାରତରେ ପ୍ରବଳ ବର୍ଷା ଲାଗି ରହିଛି ।  ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ,  ମିଜୋରାମ, ସିକ୍କିମରେ ବନ୍ୟା ସ୍ଥିତି ସୃଷ୍ଟି  ହୋଇଛି । ଗତ ୨ ଦିନରେ ଏଠାରେ ୩୦  ଜଣଙ୍କ ମୃତ୍ୟୁ ଘଟିଲାଣି । କେବଳ ୨୨ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ  ମଧ୍ୟରେ ଭୂସ୍ଖଳନ ଯୋଗୁ ଆସାମରେ  ୯ ଜଣଙ୍କ ମୃତ୍ୟୁ ଘଟିଛି । ବନ୍ୟାଯୋଗୁ ୧୦  ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଅରୁଣାଚଳ ପ୍ରଦେଶରେ ଅଚାନକ  ବନ୍ୟା-ଭୂସ୍ଖଳନ କାରଣରୁ ୭ ଜଣଙ୍କ ମୃତ୍ୟୁ  ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ପରିବାରର  ସଦସ୍ୟ ଅଛନ୍ତି । ପୂର୍ବ କାମେଙ୍ଗ ଜିଲ୍ଲାରେ  ୧୩ ନମ୍ବର ଜାତୀୟ ରାଜପଥର ବାନାସେପ୍ପା ସେକ୍ସନରେ ଶୁକ୍ରବାର ବିଳମ୍ବିତ ରାତିରେ ଭୂସ୍ଖଳନ ହୋଇଥିଲା । ଏଥିରେ  ଏହି ଦୁଇ ପରିବାରର ଗାଡ଼ି ଖାଇକୁ  ଖସିପଡ଼ିଥିଲା ।

ସେହିଭଳି ମିଜୋରାମରେ ୪  ଓ ମେଘାଳୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ସେହିପରି ଭୂସ୍ଖଳନ, ପାହାଡ଼  ଅତଡ଼ା ଖସିବା ଆଦି କାରଣରୁ ଗତକାଲି  ମେଘାଳୟରେ ୩, ଅରୁଣାଚଳ ପ୍ରଦେଶରେ  ୨ ଏବଂ ମିଜୋରାମ, ନାଗାଲାଣ୍ଡ ଓ ତ୍ରିପୁରାରେ  ଜଣେ ଲେଖାଏଙ୍କ ମୃତ୍ୟୁ ହୋଇଥିଲା । ମିଜୋରାମର ଲାଙ୍ଗ୍‌ଟଲାଇ ସହରରେ ଭୂସ୍ଖଳନ  ଯୋଗୁ ୫ ଘର ଏବଂ ଏକ ହୋଟେଲ ଭାଙ୍ଗି  ଯାଇଛି । ସିକ୍କିମରେ ଭୂସ୍ଖଳନ ଯୋଗୁ ଥେଙ୍ଗ୍‌  ଏବଂ ଚୁଙ୍ଗ୍‌ଥାଙ୍ଗ୍‌ ଅଞ୍ଚଳରେ ଅନେକ ଘର  ଆବର୍ଜନା ତଳେ ପୋତି ହୋଇଯାଇଛି ।  ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ନେଇ  ଆଲର୍ଟ ଜାରି କରାଯାଇଛି । ନେପାଳରେ  ବର୍ଷା କାରଣରୁ ବିହାରର କିଶନଗଞ୍ଜ ଜିଲ୍ଲାର  ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି । 

କନକଇ, ବୁଢ଼ୀ କନକଇ ଏବଂ ମେଚି ନଦୀରେ  ଜଳସ୍ତର ବଢ଼ିଛି । ନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ  ପାଣି ପଶିଯାଇଛି । ଫଳରେ ଅନେକ ଫସଲ ନଷ୍ଟ ହୋଇଛି । ଜମ୍ମୁ-କାଶ୍ମୀରରେ ଶନିବାର  ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ମଧ୍ୟ  ହୋଇଛି । ମେ’ ୩୦ ସୁଦ୍ଧା ଦେଶରେ  ହାରାହାରି ୧୧୬.୬ ମିମି ବର୍ଷା ହୋଇଥିବା  ରେକର୍ଡ ହୋଇଛି । ଯାହା କି କୌଣସି ମେ’  ମାସରେ ସର୍ବାଧିକ । ୧୯୯୦ ମସିହାରେ ଏହା  ୧୧୦.୭ ମିମି ଥିଲା । ସାଧାରଣତଃ ମେ’ରେ  ହାରାହାରି ୬୧.୪ ମିମି ବର୍ଷା ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.