ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ନୟାଗଡ଼ ଓଡ଼ଗାଁ ସହରରେ ଡବଲ ମର୍ଡର ଘଟଣା, ଅଭିଯୁକ୍ତ ନିରଞ୍ଜନ ମଲ୍ଲିକଙ୍କୁ ଫାଶୀ ଦଣ୍ଡାଦେଶ

ନୟାଗଡ଼, ୨୬/୦୪ : ୨୦୧୯ ଜାନୁଆରୀ ୧୭ ତାରିଖ। ଭୋର୍ ପ୍ରାୟ ୨ଟାରୁ ୩ଟା ହେବ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ସହରର ସେହି କାଳ ରାତି। ରକ୍ତମୁଖା ପାଲଟିଥିଲା ନିରଞ୍ଜନ। ଆଉ ହାତରେ କାଠ ଫାଳିଆ ଧରି ପାଲଟିଯାଇଥିଲା ହିଂସ୍ର। ହାବୁଡ଼ରେ ଯିଏ ପଡ଼ିଲା ତାକୁ ମାରିଲା। ଏହିଭଳି ଭାବେ ୨ ଜଣଙ୍କୁ ପିଟିପିଟି ହତ୍ୟା କରିବା ପରେ ୪ ଜଣଙ୍କୁ ଗୁରୁତର କରିପକାଇଥିଲା। ସାରା ରାଜ୍ୟରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇଦେଲା। ନିରଞ୍ଜନକୁ କାବୁ କରିବାକୁ ଯାଇ କିଛି ପୋଲିସ କର୍ମୀ ବି ଆହତ ହୋଇଥିଲେ। ଶେଷରେ ଅଭିଯୁକ୍ତକୁ କାବୁ କରିଥିଲା ପୋଲିସ। 

ଏହି ଘଟଣାରେ ଏବେ ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଅଭିଯୁକ୍ତ ନିରଞ୍ଜନ ମଲ୍ଲିକକୁ ଫାଶୀ ଦଣ୍ଡାଦେଶ ହୋଇଛି। ପ୍ରତ୍ୟକ୍ଷଦର୍ଶୀ ଏବଂ ୨୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଇନ୍ଦୁଭୂଷଣ ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ। ଅନ୍ୟପଟେ ଏହି ରାୟକୁ ଉପରକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ ବୋଲି ଅଭିଯୁକ୍ତଙ୍କ ଓକିଲ କହିଛନ୍ତି। 

ସୂଚନାନୁଯାୟୀ, କୁଶଢିପି ଗାଁର ନିରଞ୍ଜନ ମଲ୍ଲିକ ୨୦୧୯ ଜାନୁଆରୀ ୧୭ ତାରିଖ ନୟାଗଡ଼ ଜିଲ୍ଲା ଓଡ଼ଗାଁ ସହରରେ ଚାଞ୍ଚଲ୍ୟ ଖେଳାଇଥିଲା। ଭୋର ପ୍ରାୟ ୨ରୁ ୩ଟା ବେଳେ ଏକ କାଠ ଫାଳିଆ ଧରି ସିନେମା ହଲ୍ ଛକରେ ଥିବା ଏକ ଘରୋଇ ନସିଂହୋମ୍‌ରେ ପଶିଥିଲା। ସେଠାରେ ଜଣେ ଗର୍ଭବତୀ ମହିଳା ସୁଲୋଚନା ପ୍ରଧାନ ଓ ତାଙ୍କ ମା ମଦନୀ ପ୍ରଧାନଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମଦନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୁଲୋଚନାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା। ପରେ ନିରଞ୍ଜନ ସହରର ପରିବା ବଜାରରେ ରାତ୍ରୀ ଜଗୁଆଳୀ ଭାବେ କାର୍ଯ୍ୟ କରୁଥିବା ଲୋଚନ ସେଠୀଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ନିରଞ୍ଜନ ରଘୁନାଥ ମନ୍ଦିର ରାସ୍ତାକୁ ଚାଲି ଆସିଥିଲା। ମନ୍ଦିର ଦର୍ଶନ ପାଇଁ ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲା। ଏହି ସମୟରେ ଅମୁଲି ବାରିକ ନାମକ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଏବଂ ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା। 

ଖବର ପାଇ ଓଡଗାଁ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ନିରଞ୍ଜନକୁ କାବୁ କରିବାକୁ ଯାଇଥିଲେ। ହେଲେ ନିରଞ୍ଜନର ଆକ୍ରମଣର ଶିକାର ହୋଇଥିଲେ। ଥାନା ଅଧିକାରୀଙ୍କ ଛାତିକୁ ପଥର ମାଡ଼ କରିଥିଲା। ତେବେ ବିଭିନ୍ନ ଲୋକଙ୍କୁ ଆକ୍ରମଣ କରିବା ପରେ ନିରଞ୍ଜନ ଏକ ଧାନ ଗଦାରେ ଲୁଚି ଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ କାବୁ କରିଥିଲା। ଏହି ଘଟଣାକୁ ସେତେବେଳେ ପୋଲିସର ନିଷ୍କ୍ରିୟତା ଦାୟୀ କରି ସ୍ଥାନୀୟ ଲୋକେ ବଡ଼ ଧରଣର ଆନ୍ଦୋଳନ କରିଥିଲେ। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.