ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ କେଶ ଝଡ଼ିବା ଅନେକ ଲୋକଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ମହିଳା ହୁଅନ୍ତୁ କି ପୁରୁଷ କେଶ ଝଡ଼ିବାକୁ ନେଇ ଖୁବ୍ ଚିନ୍ତାରେ ଥାଆନ୍ତି। କେଶକୁ ମଜବୁତ୍ କରିବା ପାଇଁ କେମିକାଲ ଯୁକ୍ତ ପ୍ରଡକ୍ଟ ପରିବର୍ତ୍ତେ ନ୍ୟାଚୁରାଲ ଜିନିଷର ବ୍ୟବହାର କରି ପାରିବା। ବିଶେଷକରି କେଶର ମୂଳକୁ ଯଦି ପୋଷଣ ଦିଆ ଯାଏ ତ ଖୁବ୍ ଶୀଘ୍ର କେଶ ମଜବୁତ ହେବା ଆରମ୍ଭ ହୋଇଯାଏ। କେଶକୁ ଦୃଢ କରିବା ପାଇଁ ହେୟାର ଅଏଲ୍କୁ କେଶରେ ଅଧିକ ଦିନ ଯାଏ ବ୍ୟବହାର କରିବା ବଦଳରେ ଏହି ୪ଟି ଜିନିଷକୁ ଲଗାନ୍ତୁ। କିଛି ଦିନରେ ହେୟାର ଫଲ୍ କଣ୍ଟ୍ରୋଲ ହୋଇଯିବ।
ହେୟାର ମସାଜ୍ – କେଶରେ ସବୁ ଦିନ ରାତିରେ ଅଏଲ୍ ବ୍ୟବହାର କରିବା ପରିବର୍ତ୍ତେ ସାମ୍ପୁ କରିବାର ୧-୨ ଘଣ୍ଟା ପୂର୍ବରୁ ଅଏଲ ଲଗାନ୍ତୁ। ଏହାସହ ଆଙ୍ଗୁଠି ସାହାଯ୍ୟରେ ମସାଜ କରନ୍ତୁ। ଏଥିରେ ବ୍ଲଡ୍ ସର୍କୁଲେସନ ବଢି ଥାଏ ଏବଂ ତେଲ ସହଜରେ ଅବଶୋଷିତ ହୋଇଯାଏ। ଯେଉଁଥିରେ ଜରୁରୀ ପୋଷଣ କେଶକୁ ମିଳିଥାଏ ଏବଂ କେଶ ଝଡ଼ିବା ବନ୍ଦ ହୋଇଥାଏ।
ଏଲୋବେରା ଜେଲ୍ – କେଶର ମୂଳରେ ଏଲୋବେରା ଜେଲ୍ର ମସାଜ ମଧ୍ୟ ଫଳପ୍ରଦ ହୋଇଥାଏ। ଏହା କେଶକୁ ନ୍ୟାଚୁରାଲ ମଶ୍ଚରାଇଜ୍ କରିବା ସହ ହାଇଡ୍ରେଟ୍ ମଧ୍ୟ କରିଥାଏ। ଏହାସହ କେଶକୁ କଣ୍ଡିସନ କରିଥାଏ। ଯେଉଁଥିରେ କେଶ ଶୁଖିଲା ହୋଇ ନଥାଏ ଏବଂ ଝଡ଼ିବା ହ୍ରାସ ପାଏ।
ଏଗ୍ ମାସ୍କ – କେଶକୁ ଦୃଢ କରିବା ପାଇଁ ପାର୍ଲରରେ ପ୍ରୋଟିନ୍ କ୍ୟାରେଟିନ୍ କରିବା ବଦଳରେ ଏଗ୍ ମାସ୍କକୁ ଲଗାନ୍ତୁ। ପ୍ରୋଟିନରେ ଭରପୂର ହେବା କାରଣରୁ, ଯେବେ ଆପଣ ଏଗ୍କୁ କେଶ ମୂଳରେ ଲଗାନ୍ତି ତ ଏହା ନିଶ୍ଚୟ କେଶର ମୂଳଯାଏ ପହଞ୍ଚି ଥାଏ ଏବଂ ଏହାକୁ ମଜବୁତ କରିଥାଏ।
ଗ୍ରୀନ୍ ଟି’ରେ ଧୁଅନ୍ତୁ କେଶ –
କେଶ ଦୁର୍ବଳ ଓ ଶୁଖୁଲା ହୋଇ ଝଡ଼ିବାରେ ଯଦି ଆପଣ ଚିନ୍ତିତ , ଗ୍ରୀନ୍ ଟି’ରେ କେଶକୁ ଧୁଅନ୍ତୁ। ଏହା କେଶର ହେୟାର ଫଲିକଲ୍ସକୁ ଖୋଲିବାର କାମ କରିଥାଏ। ଯେଉଁଥିରେ କେଶ ମଜବୁତ୍ ହୋଇଥାଏ। ଗ୍ରୀନ୍ ଟି ରେ ମିଳୁଥିବା କାଟେଚିନ୍ କେଶକୁ ଝଡ଼ିବାରୁ ରୋକି ଥାଏ। ଏହାସହ କେଶ ମଜବୁତ ହୁଏ ଏବଂ ସିଲ୍କି ହୋଇଯାଏ ।