ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଓଡ଼ିଶାକୁ ୭ ଜାତୀୟ ପଞ୍ଚାୟତ ପୁରସ୍କାର: ଛତ୍ରପୁର ଦେଶର ଶ୍ରେଷ୍ଠ ବ୍ଲକ୍‌ ପଞ୍ଚାୟତ, ମିଳିଲା ୨ କୋଟି

Published By : Prameya | December 12, 2024 2:13 PM

ଭୁବନେଶ୍ୱର,୧୨/୧୨: ଓଡ଼ିଶାକୁ ବୁଧବାର  ୭ଟି ବର୍ଗରେ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି । ଗଞ୍ଜାମ ଜିଲ୍ଲାକୁ ୩ଟି ଓ ସୁନ୍ଦରଗଡ଼କୁ ୨ଟି ପୁରସ୍କାର  ମିଳିଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଦେଶରେ ପ୍ରଥମ  ସ୍ଥାନ ହାସଲ କରିଛି । ଏହା ଶ୍ରେଷ୍ଠ ବ୍ଲକ୍‌ ପଞ୍ଚାୟତ  ଭାବେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ  ସତତ ବିକାଶ ପୁରସ୍କାର ହାତେଇଛି । ପୁରସ୍କାର  ବାବଦରେ ଛତ୍ରପୁରକୁ ୨ କୋଟି ଟଙ୍କା ଦିଆଯାଇଛି । 

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ  ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଜାତୀୟ  ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ  କରିଛନ୍ତି । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ  ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର  ପ୍ରଦାନ କରାଯାଇଛି । ୧୫ଟି ବର୍ଗରେ ମନୋନୀତ  ଦେଶର ମୋଟ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ  ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି ।  ଚଳିତବର୍ଷ ଓଡ଼ିଶା ମୋଟ ୭ଟି ବର୍ଗରେ ୮ କୋଟି  ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛି । 

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ କେଲୁଆପଲ୍ଲୀ  ସୁସ୍ଥ ଗ୍ରାମପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟୟ  ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଛି ।  ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା  ହିଞ୍ଜିଳିକାଟୁ ବ୍ଲକ୍‌ ସାହାପୁର ପଞ୍ଚାୟତ ଦେଶରେ ଦ୍ୱିତୀୟ  ସ୍ଥାନ ହାସଲ କରିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼  ବ୍ଲକ୍‌ କେନ୍ଦ୍ରକିଲା ପଞ୍ଚାୟତକୁ କାର୍ବନ୍‌ ନିଉଟ୍ରାଲ ବିଶେଷ  ପଞ୍ଚାୟତ ବର୍ଗରେ ଦ୍ୱିତୀୟ ପୁରସ୍କାର ଦିଆଯାଇଛି । ଏହି  ଦୁଇ ପଞ୍ଚାୟତକୁ ୭୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି ।  ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ କଶିରା ପଞ୍ଚାୟତ  ଜାତୀୟ ସ୍ତରରେ ତୃତୀୟ ସ୍ଥାନରେ ରହି ଗ୍ରାମ ଉର୍ଜା  ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ହାତେଇଛି । ଏହି  ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । 

ରାଜ୍ୟର ପଞ୍ଚାୟତିରାଜ ବିଭାଗ ଅଧୀନ  ସର୍ବୋଚ୍ଚ ପ୍ରଶିକ୍ଷଣ ପ୍ରଦାନକାରୀ ପ୍ରତିଷ୍ଠାନ ରାଜ୍ୟ  ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନକୁ ଜାତୀୟ  ସ୍ତରୀୟ ପୁରସ୍କାର ମିଳିଛି । ଏହା ଦେଶରେ ଦ୍ୱିତୀୟ  ସ୍ଥାନରେ ରହିଛି । ପଞ୍ଚାୟତ କ୍ଷମତା ନିର୍ମାଣ  ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ବର୍ଗରେ ଏହି  ପ୍ରତିଷ୍ଠାନକୁ ମଧ୍ୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି  ମିଳିଛି । ଜାତୀୟ ସ୍ତରରେ କୋରାପୁଟ ଦ୍ୱିତୀୟ ଶ୍ରେଷ୍ଠ  ଜିଲ୍ଲା ପଞ୍ଚାୟତ ବିବେଚିତ ହୋଇଛି । ଏଥିପାଇଁ  ଜିଲ୍ଲାକୁ ୩ କୋଟି ଟଙ୍କାର ପୁରସ୍କାର ଦିଆଯାଇଛି ।

 ଏହି ଅବସରରେ କେନ୍ଦ୍ର ପଞ୍ଚାୟତିରାଜ  ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ  "ପୁରସ୍କାରପ୍ରାପ୍ତ ପଞ୍ଚାୟତର କାର୍ଯ୍ୟ ଉପରେ ଅଭିନବ  ଓ ସର୍ବଶ୍ରେଷ୍ଠ ପ୍ରୟାସ ଶ୍ରେଷ୍ଠ ଅଭ୍ୟାସ' ଶୀର୍ଷକ ଏକ  ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି ପ୍ରତିଯୋଗିତାରେ  ଦେଶରେ ୧ ଲକ୍ଷ ୯୪ ହଜାର ପଞ୍ଚାୟତ ଅଂଶଗ୍ରହଣ  କରିଥଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ  ବରିଷ୍ଠ ଅଧିକାରୀ ଗିରିଶ ଏସଏନ୍‌, ସୁରେନ୍ଦ୍ର  କୁମାର ମୀନା, ନିର୍ଦ୍ଦେଶକ ରାଜ୍ୟ ଗ୍ରାମ ଉନ୍ନୟନ ଓ  ପଞ୍ଚାୟତି ରାଜ ପ୍ରତିଷ୍ଠାନ, କୋରାପୁଟ ଜିଲ୍ଲାପାଳ  କିର୍ତ୍ତୀଭାସନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟାତି ପରିଡା,  ଉପନିର୍ଦ୍ଦେଶକ ଅମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.