ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଟ୍ରମ୍ପଙ୍କ ପରେ ଏହି ମୁସଲିମ୍ ଦେଶ ଦେଲା ଝଟକା, ହମାସକୁ ଶେଷ କରିବାକୁ ଜାଣନ୍ତୁ କ’ଣ ରହିଛି ‘ପ୍ଲାନ୍ ୩୦୦୦’

Published By : Prameya | March 24, 2025 5:56 PM

ନୂଆଦିଲ୍ଲୀ,୨୪।୩:  ଇସ୍ରାଏଲ ସୁରକ୍ଷାବଳ (ଆଇଡିଏଫ୍)ର ଗାଜା ପଟିରେ ଲଗାତାର ଆକ୍ରମଣ ଜାରି ରହିଛି। ଗାଜାର ଅଲଗା ଅଲଗା ଭାଗରେ ଇସ୍ରାଏଲୀ ସେନା ବୋମାମାଡ଼ରେ ଆହୁରି ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ରାତିରେ ଦକ୍ଷିଣ ଗାଜାର ସବୁଠାରୁ ବଡ଼ ହସ୍ପିଟାଲରେ ମଧ୍ୟ ଆଇଡିଏଫ୍ ଆକ୍ରମଣ କରିଥିଲା। ଏହି କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ। ଆକ୍ରମଣରେ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। ତାଜା ଆକ୍ରମଣ ପରେ ଗାଜାରେ ଯୁଦ୍ଧ ପୁଣିଥରେ ଭୟଙ୍କର ରୂପ ନେଇଛି। ଜାନୁଆରୀରେ ଅସ୍ତ୍ରବିରତୀ ଲାଗୁ ହୋଇଥିଲେ ମଧ୍ୟ ଗତ ସପ୍ତାହରେ ଏହାକୁ ଇସ୍ରାଏଲ ଆଗ ଉଲଂଘନ କରି ବୋମାମାଡ କରିଥିଲା ।

ବର୍ତ୍ତମାନ ଯୁଦ୍ଧ ଥମିବାର ନାଁ ଲାଗୁନି। କାରଣ ହମାସ ଏବେ ଇସ୍ରାଏଲର ସମର୍ଥନ କରୁଥିବା ଆମେରିକାର ସର୍ତ୍ତ ମାନିବାକୁ ପ୍ରସ୍ତୁତ ନୁହେଁ। ଅନ୍ୟପକ୍ଷେ ଇଜିପ୍ଟର ପ୍ରସ୍ତାବକୁ ଇସ୍ରାଏଲ ଓ ଆମେରିକା ମାନିବାକୁ ପ୍ରସ୍ତୁତ ନୁହେଁ। ଏହା ଭିତରେ ଇସ୍ରାଏଲକୁ ଲାଗିଥିବା ମୁସଲମାନ ଦେଶ ଜୋର୍ଡନ ଗାଜାରେ ବୋମାମାଡ଼ ରୋକିବାକୁ ଅପିଲ କରିଛି ଓ ଇସ୍ରାଏଲ ଆଗରେ ନୂଆ ପ୍ରସ୍ତାବ ଉପସ୍ଥାପିତ କରିଛି। ମିଡିଲ ଇଷ୍ଟ ଆଇର ଏକ ରିପୋର୍ଟ ଅନୁସାରେ,  ଗାଜାରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ଚେଷ୍ଟା କରୁଛି ଜୋର୍ଡାନ।  ତେଣୁ ସେ ହମାସ ଓ ଏହାର ସେନା ଓ୍ବିଙ୍ଗର ୩୦୦୦ ସଦସ୍ୟ ଓ ଯୋଦ୍ଧାଙ୍କୁ ଗାଜା ପଟିରୁ ପଳାୟନ ଓ ନିର୍ବାଚନ  କରିବାର ଯୋଜନାର ପ୍ରସ୍ତାବ ଦେଇଛି। 

ଉଲ୍ଲେଖନୀୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟ ଏଭଳି ସମାନ ପ୍ରସ୍ତାବ ଦେଇ ସାରିଛନ୍ତି। ଯାହାକୁ ବହୁ ଆରବ ଦେଶ ଖଣ୍ଡନ କରିସାରିଛନ୍ତି। ଆମେରିକା ଓ ପାଲେଷ୍ଟାଇନ୍ ସୁତ୍ର ଅନୁସାରେ, ନିର୍ବାସିତ କରାଯାଇଥିବା ଲୋକଙ୍କ ଭିତରେ ସେନା, ନାଗରିକ ନେତା ଓ ହମାସ ସଦସ୍ୟ ଉଭୟ ସାମିଲ ହେବେ। ରିପୋର୍ଟରେ କୁହାଯାଇଛି ଯେ, ଜୋର୍ଡାନର ପ୍ରସ୍ତାବରେ ଏକ ନିର୍ଦ୍ଧାରିତ ସମୟ-ସୀମା ଅନୁସାରେ ଗାଜାରେ ହମାସ ଓ ଅନ୍ୟ ପ୍ରତିରୋଧ ଗୋଷ୍ଠୀଙ୍କ ନିରସ୍ତ୍ରୀକରଣକୁ ମଧ୍ୟ ଆହ୍ବାନ କରାଯାଇଛି। ଏହାଦ୍ବାରା ଯୁଦ୍ଧଗ୍ରସ୍ତ ଗାଜାରେ ହମାସ ଶାସନ ଶେଷ ହୋଇଯିବ ଓ ପାଲେଷ୍ଟାଇନ ପ୍ରଶାସନକୁ  ନିୟନ୍ତ୍ରଣ ସମ୍ଭାଳିବାର ଅନୁମତି ମିଳିଯିବ।

ପୁଣି ଗାଜା ଉପରେ ଇସ୍ରାଏଲର ବୋମାମାଡ଼, ୫୧ ମୃତ, ଏ ପର୍ଯ୍ୟନ୍ତ ଗଲାଣି ୫୦ ହଜାର ପାଲେଷ୍ଟିନୀୟଙ୍କ ଜୀବନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.