ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଜମିବାଡ଼ି କଳହକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ, ପୁତୁରାକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ କାକା ଓ ଖୁଡୀ

ବଲାଙ୍ଗୀର, ୧୮/୦୭ : ଜମିବାଡ଼ି କଳହକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ। ପୁତୁରାକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ କାକା ଓ ଖୁଡୀ। ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅଇଁଲାସାରି ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ।

ସୂଚନାନୁଯାୟୀ, ଚାଷ ଜମି ଭାଗବଣ୍ଟା ଓ ଘରୋଇ କଳହକୁ ନେଇ ପୁଇଁନ୍ତଳା ଥାନା ଅଇଁଲାସାରି ଗାଁର ଦୁଇ ଭାଇ କାଳିଆ ଭୁଏ ଓ ମୁରଲୀ ଭୁଏଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ମୁରଲୀ ଭୁଏ ଓ ତାଙ୍କ ସ୍ତ୍ରୀ ବରଗଡ଼ରେ ରହୁଥିବା ବେଳେ ପୁଅ ସମୀର ଅଇଲାସାରି ଗାଁରେ ସ୍ତ୍ରୀ ସହ ରହୁଥିଲା। ଆଜି କାକା କାଳିଆ ଓ ଖୁଡି ପଙ୍କ ପୁଣି ଥରେ ସମୀର ସହ ଝଗଡା କରିଥିଲେ। ଠେଙ୍ଗା ବାଡ଼ି ଓ ଟାଙ୍ଗିଆ ଧରି ସମୀରଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ସମୀରଙ୍କ ମୃତ୍ୟୁ ଘଟିଥିଲା। ତେବେ ଘଟଣା ସ୍ଥଳରୁ କାକା ଖୁଡି ଫେରାର ମାରିଥିବା ବେଳେ ପୁଇଁନ୍ତଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ପୋଲିସ କହିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.