ପ୍ରମୂଖ ଖବର
  • ମୋହନା : ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ, ଜଣେ ଗିରଫ
  • ||
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ରାଜ୍ୟରେ ବନ୍ଦ ହୋଇଯିବ କି ମୁକ୍ତା ? ୪ ମାସ ହେଲା ଧିମେଇ ଗଲାଣି

ଭୁବନେଶ୍ୱର ୧୨/୧୧: ସହରାଞ୍ଚଳରେ ଲୋକଙ୍କ ହାତକୁ କାମ ଯୋଗାଇଦେବା ସହିତ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନା ଏବେ ଅନିଶ୍ଚିତତା ଭିତରେ । ଏଥିରେ  କାର୍ଯ୍ୟରତ କର୍ମଚାରୀଙ୍କ ଆଉ ଚାକିରି ନଥିବାବେଳେ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିବ କି ନାହିଁ ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ହେଉନାହିଁ ।  ଫଳରେ ଅନେକ ଅଧାପନ୍ତରିଆ ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।  

ରାଜ୍ୟର ୫ଟି ମହାନଗର ନିଗମ ସହିତ ମୋଟ୍‌ ୩୧୪ଟି  ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଛି ମୁକ୍ତା ଯୋଜନା । ସହରାଞ୍ଚଳରେ ବୃକ୍ଷରୋପଣ ଠାରୁ ଆରମ୍ଭ କରି ବର୍ଷାଜଳ ସଂରକ୍ଷଣ, ପାର୍କ ନିର୍ମାଣ ଓ  ପୁନରୁଦ୍ଧାର ଆଦି ଅନେକ ଶ୍ରମଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହିସବୁ ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ପ୍ରତ୍ୟେକ ପୌରାଞ୍ଚଳରେ  ଜଣେ ପ୍ରୋଗ୍ରାମ ମ୍ୟାନେଜର, ଜଣେ ଅର୍ଥ ବିଶେଷଜ୍ଞ ଓ ଜଣେ  କାର୍ଯ୍ୟ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଥିଲା । ତେବେ ମହାନଗର  ନିଗମରେ ଏମାନଙ୍କ ସଂଖ୍ୟା ଅଧିକ ରହିଥିଲା ।

ମୁକ୍ତା ପ୍ରକଳ୍ପରେ ସମସ୍ତ ପୌରାଞ୍ଚଳରେ ପାଖପାଖି ୪୦୦ କର୍ମଚାରୀ  ନିଯୁକ୍ତ ହୋଇ ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେଉଥିବାବେଳେ ଏମାନଙ୍କ ଚାକିରି ସେପ୍ଟେମ୍ବର ଶେଷରୁ ସରିଯାଇଛି । ନିଯୁକ୍ତିର ନବୀକରଣ ହେବ  କି ନାହିଁ ସେଥିନେଇ କୌଣସି ସ୍ପଷ୍ଟତା ନଥିବାବେଳେ କର୍ମଚାରୀମାନେ  କିନ୍ତୁ ଆଶାବାନ୍ଧି ବିନା ଦରମାରେ ଆସି କାମ କରୁଛନ୍ତି । ନିକଟରେ  ଉପକୂଳ ଓଡିଶାରେ ଆସିଥିବା ବାତ୍ୟା ଦାନାର ପ୍ରକୋପ ସମୟରେ  ଉପକୂଳରେ ଥିବା ପୌରାଞ୍ଚଳରେ ଏହି କର୍ମଚାରୀମାନେ ହିଁ ବାତ୍ୟା  ମୁକାବିଲାର ମଙ୍ଗ ଧରିଥିଲେ ।  

ତେବେ କର୍ମଚାରୀମାନେ ଅନିଶ୍ଚିତତାରେ ଥିବାରୁ ବିଭିନ୍ନ  ପୌରାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟ ବି ଆଗେଇ ପାରୁନାହିଁ । ମୁକ୍ତା ଯୋଜନାରେ  ଅର୍ଥ ରହିଥିଲେ ମଧ୍ୟ କାହିଁକି କର୍ମଚାରୀମାନଙ୍କର ନିଯୁକ୍ତି ଅବଧିର  ନବୀକରଣ ହେଉନାହିଁ ଏବଂ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଉନାହିଁ ତାହାର ଉତ୍ତର କାହା ପାଖରେ ନାହିଁ । ଇତି ମଧ୍ୟରେ ମୁକ୍ତାରେ ମୋଟ୍‌ ୭୬୨୦ ଟି  ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଏଥିରୁ ୫୩୮୫ଟି ସମ୍ପୂର୍ଣ୍ଣ ହୋଇଛି ।  ୨୨୩୫ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ତେବେ ଆସନ୍ତା ଡିସେମ୍ବର  ସୁଦ୍ଧା ୩୦୦ ଟି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରହିଛି । ସରିଛି ମାତ୍ର ୨୫ଟି ।  ଅକ୍ଟୋବର ମାସରେ ୩୦ଟି ପ୍ରକଳ୍ପ ପାଇଁ ଲକ୍ଷ୍ୟ ଥିବାବେଳେ ସରିଛି ୪ଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.