ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

IPL 2025: ଆଇପିଏଲରୁ ଅବସର ନେବେ କି ଧୋନୀ ? ସସପେନ୍ସ ବଢ଼ାଇଲା ମାହିଙ୍କ ଜବାବ

Published By : Tapas Panda | May 1, 2025 5:19 PM

Image Courtesy: wionews

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ୍‌ ପାଖରୁ ଶୋଚନୀୟ ପରାଜୟ ପରେ ଆଇପିଏଲ୍‌ର ପ୍ଲେଅଫ୍‌ରୁ ବିଦା ହୋଇଛି ଚେନ୍ନାଇ ସୁପର କିଙ୍ଗସ୍‌ । ଆଇପିଏଲ ୨୫ରେ ୧୦ରୁ ୮ଟି ମ୍ୟାଚ୍‌ରେ ପରାସ୍ତ ହେବା ପରେ ସିଏସ୍‌କେ ଏବଂ ଏମଏସ୍‌ ଧୋନୀଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଋତୁରାଜ ଗାଏକ୍ବାଡ୍‌ ଆହତ କାରଣରୁ ଧୋନୀ ଦଳର ନେତୃତ୍ବ ନେଇଥିଲେ । ଦଳକୁ ୫ ଥର ଟାଇଟଲ୍‌ ଜିତାଇଥିବା ଧୋନୀ ଦଳର ନେତୃତ୍ବ ନେଇଥିଲେ ସତ କିନ୍ତୁ ମାହି ମ୍ୟାଜିକ୍‌ ଦେଖିବାକୁ ମିଳିଲା ନାହିଁ । ଦଳ ନିରାଶ, ସିଏସକେ ଫ୍ୟାନଙ୍କ ମନରେ ଅହେତକୁ ଦୁଃଖ । ଏତେ ସବୁ ପରେ, ଧୋନୀ ଆଗାମୀ ସିଜିନ୍‌ରେ ଖେଳିବେ କି ନାହିଁ ବୋଲି ପୁଣି ଥରେ ପ୍ରଶ୍ନ ଉଠିଛି । 

ବୁଧବାର ମ୍ୟାଚ୍‌ ହାରିବା ପରେ ଧୋନୀ ସିଏସକେର ସିଇଓ କାଶୀ ବିଶ୍ବନାଥଙ୍କ ସହ ହାତ ମିଳାଇଥିଲେ । ଏହା ପରେ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ପୁଣି ଥରେ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ କ୍ରିକେଟରୁ ୫ ବର୍ଷ ହେଲା ଅବସର ନେଇସାରିଥିବା ଧୋନୀ ଆଇପିଏଲ୍‌ରୁ କେବେ ନେବେ ଅବ୍ୟାହତି, ଏହି ପ୍ରଶ୍ନ ଏବେ ଅସମାହିତ ।  କିନ୍ତୁ ଖୋଦ ମହେନ୍ଦ୍ର ସିଂହ ଧୋନୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । 

ଯଦିଓ ତାଙ୍କର ଏହି ଉତ୍ତରରେ ସେତେଟା ସ୍ପଷ୍ଟତା ନାହିଁ , ତଥାପି ସେ ଆସନ୍ତା ସିଜିନରେ ଖେଳିପାରନ୍ତି ବୋଲି କୁହାଯାଇପାରେ ।  କମେଣ୍ଟେଟର ଡାନି ମୋରିସନ୍‌ ଭବିଷ୍ୟତ ଯୋଜନା ସଂପର୍କରେ ଧୋନୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଜବାବରେ ଧୋନୀ କହିଥିଲେ, ‘ଆଗାମୀ ମ୍ୟାଚ୍‌ (ସିଜିନ୍)‌ ରେ ଖେଳିବି କି ନାହିଁ ଜାଣିନାହିଁ ’ । ସେପଟେ ଦକ୍ଷିଣ ଆଫ୍ରିକା ଟିମର ପୂର୍ବତନ ଅଧିନାୟକ ଶନ୍ ପୋଲକଙ୍କ ଅନୁସାରେ, ଆଗାମୀ ସିଜିନରେ ସିଏସ୍‌କେକୁ ଅଧିନାୟକ ଭାବରେ ଧୋନୀଙ୍କର ଆବଶ୍ୟକତା ନାହିଁ ଏବଂ ଗାୟକୱାଡଙ୍କ ନେତୃତ୍ୱରେ ଦଳ ଖେଳିବାକୁ ଚାହିଁବ । 

ବୁଧବାର (ଏପ୍ରିଲ ୩୦) । IPL 2025ର ୪୯ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌ର ଅଧିନାୟକ ଶ୍ରେୟାସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍‌ ୧୯.୨ ଓଭରରେ ୧୯୦ ରନ୍‌ରେ ଅଲଆଉଟ୍ ହୋଇଥିଲା । ସେପଟେ ପଞ୍ଜାବ ୧୯.୪   ଓଭରରେ ୬ ଓ୍ବିକେଟ ହରାଇ ୧୯୧ ରନ୍‌ର ଲକ୍ଷ୍ୟ ହାସଲ କରିଥିଲା । ପଞ୍ଜାବ ପାଖରୁ ପରାଜୟ ବରଣ କରିବା ସହ ପ୍ଲେଅଫ୍‌ରୁ ଆଉଟ୍‌ ହୋଇଯାଇଛି ସିଏସକେ ।

ଆଇପିଏଲ ୨୦୨୫ ରେ ଚେନ୍ନାଇ ସୁପର କିଙ୍ଗସ୍‌ ଦଳର ଅବସ୍ଥା ବହୁତ ଖରାପ । ଏହି ସିଜିନରେ CSK ଏପର୍ଯ୍ୟନ୍ତ କେବଳ ୨ଟି ମ୍ୟାଚ୍ ଜିତିଛି। ସିଏସକେ ୮ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ଚେନ୍ନାଇ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.