ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟଳିଗଲା ଏକ ନିଶ୍ଚିତ ଦୁର୍ଘଟଣା; କାନ୍ଥ ପଡ଼ି ମହିଳା ଆହତ, ବର୍ତ୍ତିଗଲେ ବୋହୂ ଏବଂ ନାତୁଣୀ

Published By : Manash Sahoo | July 10, 2025 5:17 PM

ନରସିଂହପୁର, ୧୦/୦୭: ଏକ ନିଶ୍ଚିତ ମୃତ୍ୟୁ ଟଳିଗଲା । କାନ୍ଥ ପଡ଼ି ବୃଦ୍ଧା ଆହତ, ଅଳ୍ପକେ ବର୍ତ୍ତିଗଲେ ବୋହୂ ଏବଂ ନାତୁଣି । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ବୋକଡ଼ା ଗାଁରେ ଏହି ଅଘଟଣ ଘଟିଛି । 

ସୂଚନା ଅନୁଯାୟୀ, ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବୋକଡ଼ା ଗାଁରେ ସନ୍ତୋଷ କୁମାର ସାହୁ ଏକ ଟାଇଳ ଛପର ଘରେ ରୁହନ୍ତି । ଗୁରୁବାର ମଧ୍ୟାହ୍ନରେ ହଠାତ୍ ଟାଇଲ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ସନ୍ତୋଷଙ୍କ ୭୦ ବର୍ଷିୟା ମାଆ ପଦ୍ମାବତୀ ଏବଂ ତାଙ୍କ ବୋହୂ ଓ ନାତୁଣୀ ଘରେ ଥିଲେ  । ଏହି ଅଘଟଣରେ ପଦ୍ମାବାତୀ ଆହତ ହୋଇଥିବା ବେଳେ ବୋହୂ ଓ ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ସନ୍ତୋଷଙ୍କ ଘରେ ପହଞ୍ଚି ପଦ୍ମାବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.