ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

୪୦ ଲକ୍ଷ ଟଙ୍କାର ବଜେଟ୍‌ – ଟିଭିରେ ରିଲିଜ୍‌ର ଥିଲା ପ୍ଲାନିଂ, ଦୀପକ ତିଜୋରୀ କହିଲେ ‘ଆଶିକୀ’ର ବ୍ୟାକ୍‌ଷ୍ଟୋରୀ

Published By : Prameya | November 30, 2024 9:39 PM

ମୁମ୍ୱାଇ : ୯୦ ଦଶକର ସୁପର ହିଟ୍‌ ଫିଲ୍ମ ‘ଆଶିକୀ’ ରାହୁଲ ରାୟ-ଅନୁ ଅଗ୍ରୱାଲଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। କିନ୍ତୁ ଆପଣ ଜାଣନ୍ତି କି, ଏହି ଫିଲ୍ମର ବଜେଟ୍‌ ଖୁବ୍‌ କମ୍‌ ଥିଲା। କେବଳ ଏତିକି ନୁହେଁ ଏହାକୁ ବଡ଼ ପରଦାରେ ରିଲିଜ କରାଯିବାକୁ ନେଇ ପ୍ଲାନିଂ ବି ନଥିଲା। ଫିଲ୍ମରେ ଦୀପକ ତିଜୋରୀ ମଧ୍ୟ ପ୍ରମୁଖ ରୋଲ୍‌ରେ ଥିଲେ, ଏବେ ସେ ଫିଲ୍ମର ବ୍ୟାକ୍‌ ଷ୍ଟୋରୀ ରିଭିଲ୍‌ କରିଛନ୍ତି।

ଦୀପକ ତିଜୋରୀ କହିଛନ୍ତି ଯେ, ଫିଲ୍ମର ବଜେଟ୍‌ ପାଖାପାଖି ୪୦ ଲକ୍ଷ ଟଙ୍କା ଭିତରେ ସ୍ଥିର କରାଯାଇ ଥିଲା। ପ୍ରଯୋଜକ ଭାବୁ ଥିଲେ ଏହାକୁ ଟେଲିଭିଜନରେ ରିଲିଜ କରାଯିବା ଖୁବ୍‌ ଭଲ ହେବ। ଦୀପକ କହିଛନ୍ତି – ଯେବେ ଆଶିକୀ ନିର୍ମିତ ହେଉଥିଲା,ସେତେବେଳେ ଏହାକୁ ୪୦ ଲକ୍ଷ ଟଙ୍କାରେ ତିଆରି କରାଯାଉ ଥିଲା, ଆମେ ଭାବି ଥିଲୁ କି ଏହା ଟିଭିରେ ଆସିବ। ଏହା ଏମିତି ଥିଲା ଯେମିତି ଗୁଲସନ କୁମାର ଜୀ ଲାଲ ଦୁପଟ୍ଟା ମଲମଲ  (୧୯୯୮ର ଫିଲ୍ମ) ତିଆରି କରିଥିଲେ। ଏହା ଏମିତି ଭାବେ ତିଆରି କରାଯାଇ ଥିଲା, ଯେମିତି ଏକ ଛୋଟ ଫିଲ୍ମ ପରି। ଏଥିପାଇଁ ଆମେ ଆଶିକୀରେ ଏହିପରି କାମ କରୁଥିଲୁ କି ଏହା ଏକ ଛୋଟ ଫିଲ୍ମ। 

ଦୀପକ ଆହୁରି କହିଛନ୍ତି ଟି-ସିରିଜର ଫାଉଣ୍ଡର ଗୁଲସନ କୁମାର ଫିଲ୍ମର ମେକିଂରେ ବହୁତ ପ୍ରମୁଖ ଭୂମିକାରେ ଥିଲେ। ଗୁଲସନଙ୍କର ରଣନୀତି ପ୍ରଥମେ ଫିଲ୍ମର ଗୀତ ଗୁଡ଼ିକର ସଫଳତା ସ୍ଥିର କରିବା ଏବଂ ପୁଣି ଫିଲ୍ମକୁ ତିଆରି କରିବାର ଥିଲା। ଦୀପକ କହି ଥିଲେ- ଗୁଲସନ କୁମାର ଏମିତି ହିଁ କଲେ , ସେ ଲାଲ୍ ଦୁପଟ୍ଟା ମଲମଲକୁ ହିଟ୍‌ କରାଇ ଥିଲେ ଏବଂ ଏହାପରେ ଫିଲ୍ମ ତିଆରି କରି ଥିଲେ। ସେ ଆଶିକୀ ସହ ମଧ୍ୟ ଏମିତି କରି ଥିଲେ, ସେ ସୁନିଶ୍ଚିତ କରିଥିଲେ ଯେ ଗୀତ ହିଟ୍‌ ହେଉ ଏବଂ ପୁଣି ସେ ଭଟ୍ଟ ସାହେବଙ୍କୁ ଫିଲ୍ମ କରିବାକୁ କହି ଥିଲେ।

ଆଶିକୀ ର ଗୀତ ନଦୀମ-ଶ୍ରବଣ କରି ଥିଲେ , ଯାହାକି ବହୁତ ହିଟ୍‌ ହୋଇଥିଲା। ଏଥିରେ ଫିଲ୍ମ ମେକିଂର ରାସ୍ତା କ୍ଲିୟର ହୋଇ ଯାଇ ଥିଲା। ଦୀପକ କହିଥିଲେ , କେମିତି କୁମାର ମହେଶ ଭଟ୍ଟଙ୍କୁ ଗୀତକୁ ନେଇ ଫିଲ୍ମ କରିବା ଭାବନା ସହ ସଂପର୍କ କରିଥିଲେ। 

ଦୀପକ କହିଛନ୍ତି –ଗୀତ ଖୁବ୍‌ ମଧୁର ଥିଲା, ତାଙ୍କୁ ପସନ୍ଦ ଆସି ଗଲା , ଯେବେ ଲୋକେ ଗୀତକୁ ପସନ୍ଦ କଲେ ତ ଫିଲ୍ମ ତିଆରି କରାଗଲା। ଏଥିପାଇଁ ସେ ଭଟ୍ଟ ସାହେବଙ୍କୁ ଡକାଇଲେ ଏବଂ ତାଙ୍କୁ ଗୀତ ଶୁଣାଇଲେ ଏବଂ କହିଲେ – ଏହା ଉପରେ ଫିଲ୍ମ କରନ୍ତୁ । ଭଟ୍ଟ ସାହେବ ସେୟା ହିଁ କଲେ ଏବଂ ଫିଲ୍ମ ସେମିତି ହିଁ ହେଲା , ଯେମିତି ତାହା ଥିଲା , ଏବଂ ଏଥିରେ ଆହୁରି ଗୀତ ଯୋଡ଼ା ଗଲା ଏବଂ ଆଉ ସବୁ ଏବେ ଇତିହାସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.