ଚେନ୍ନାଇ: ଆଜି ସକାଳୁ ସକାଳୁ ମାଲାୟାଲମ ଫିଲ୍ମ ଓ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଦୁଃଖଦ ଖବର ଶୁଣିବାକୁ ମିଳିଛି। ଲୋକପ୍ରିୟ ଅଭିନେତ୍ରୀ ଚିତ୍ରୀଙ୍କ ପରଲୋକ ହୋଇଛି। ଶତାଧିକ ଫିଲ୍ମରେ ଅଭିୟନ କରିଥିବା ଚିତ୍ରାଙ୍କର ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ସେ ଚେନ୍ନାଇ ସ୍ଥିତ ତାଙ୍କ ବାସଭବନରେ ସ୍ୱାମୀ ବିଜୟ ରାଘବନ, ଓ ଝିଅ ମହାଲକ୍ଷ୍ମୀଙ୍କ ସହିତ ରହୁଥିଲେ।
ଶିଶୁ କଳାକାର ଭାବରେ କ୍ୟାରିୟର ଆରମ୍ଭ କରିଥିବା ଚିତ୍ରା ଉଭୟ ତାମିଲ ଓ ମାଲାୟଲମ ଫିଲ୍ମରେ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ୧୯୭୫ ମସିହାରେ ଶିଶୁ କଳାକାର ଭାବେ କେ. ବାଲଚନ୍ଦ୍ରନଙ୍କ ଫିଲ୍ମ ଅପୂର୍ବା ରାଗଙ୍ଗାଲରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଚିତ୍ରା। ଏହାପରେ ତାମିଲ ଓ ମାଲାୟଲାମ ଫିଲ୍ମରେ ଅନେକ ବଡ଼ ଷ୍ଟାର୍ଙ୍କ ସହିତ ସେ ଅଭିନୟ କରିଛନ୍ତି। ସେ ବଡ଼ ହେବା ପରେ ମାଲାୟାଲମ ଫିଲ୍ମ ଆଟ୍ଟାକାଲାସାମରେ ଡେବ୍ୟୁ କରିଥିଲେ।
ସେହିପରି ୧୯୮୩ରେ ସେ ପ୍ରେନ ନଜୀରରେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ନାଲ୍ଲେନ୍ନାଇ ଚିତ୍ରା ନାମରେ ବେଶ୍ ପରିଚିତ। ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ପଞ୍ଚଗନୀ, ଅଭାଲ ଅପ୍ପାଡିଥାନ, ଅଟୋ ରାଜା, କ୍ରୋଧମ, ଚିନ୍ନା, ପୂଭେ ମାଲ୍ଲା ପେସୁ, ଓରୁ ବଡକ୍କନ ଭୀରାଗଥା, ଅମରମ, ନୟାମ, ଭ୍ୟକ୍ଥାମକ୍କୁନ୍ନୁ ଏବଂ ଏକଲଭ୍ୟ ଅନ୍ୟତମ। ଚିତ୍ରା ବିବାହ କରିବା ପରେ କିଛିଦିନ ଫାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ।
ଏହାପରେ ପୁଣି ସେ ମଝାଭିଲ୍ଲୁ ଏବଂ ସୁଥ୍ରାଧରନରୁ ଫିଲ୍ମରୁ ଯାତ୍ରୀ ପୁନଃ ଆରମ୍ଭ କରିଥିଲେ। ଚିତ୍ରାଙ୍କ ବିୟୋଗରେ ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରୀ ତାରାକାମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।