ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଲେମନ ଗ୍ରାସ୍‌ ଚାଷ ନାଁରେ ହରିଲୁଟ୍‌, ତଦନ୍ତ ଦାବି କଲେ ଗ୍ରାମବାସୀ

Published By : Prameya | November 1, 2024 8:46 PM

ମାଲକାନଗିରି : ଲୋକଙ୍କୁ ସ୍ଵାବଲମ୍ବୀ କରିବା ନେଇ ଲେମନ ଗ୍ରାସ୍ ଚାଷ ନାମରେ କୋଟି କୋଟି ଟଙ୍କା ଚଳୁ ନେଇ ହୋଇଛି ଅଭିଯୋଗ। ଏହାର ତଦନ୍ତ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ମାଲାକାନଗିରି ଆଇଟିଡିଏରେ ଏହି ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ, ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଲାର ୩ଟି ବ୍ଲକରେ ଲେମନ ଗ୍ରାସ୍ ପ୍ଲାଣ୍ଟେଶନ ସାଙ୍ଗକୁ ତେଲ ଉତ୍ପାଦନ କାମ ଆରମ୍ଭ ହୋଇଥିଲା। 

ଉଦ୍ଦେଶ୍ୟ ଥିଲା ଆଦିବାସୀଙ୍କୁ କାମ ଧନ୍ଦା ଯୋଗାଇବା ଓ ସେମାନଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବା। ଏହି କ୍ରମରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଉଦୟଗିରି ଗାଁ ମୁଣ୍ଡରେ ୨ଟି ଲେମନ ଗ୍ରାସ ପ୍ଲାଣ୍ଟେଶନ ଧର୍ମକୁ ଆଖି ଠାର ଭଳି କରାଯାଇ ଥିଲା। ସେଠାରେ ନାମକୁ ମାତ୍ର ନାମଫଳକ ରହିଥିବା ବେଳେ ୱାର୍କ କୋଡ ନାହଁ କି ତାରିଖ ବି ଲେଖା ଯାଇ ନାହିଁ। ତେବେ ମନରେଗା ୱେବସାଇଟରୁ ମିଳି ଥିବା ତଥ୍ୟ ଅନୁସାରେ, ମାଥିଲି କର୍ତ୍ତନପାଲି ଉଦୟଗିରି ଗାଁରେ ୧୮ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚରେ ୫ ହେକ୍ଟର ଜମିରେ ୩ ଲକ୍ଷ ୧୨ ହଜାର ୫ ଶହ ଲେମନ ଗ୍ରାସ ଚାରା ଲଗାଯାଇ ଥିଲା। 

କିନ୍ତୁ ପ୍ରକୃତ କ୍ଷେତ୍ରରେ ଏଠାରେ ନା ଅଛି ୫ହେକ୍ଟର ଜମି, ନା ଲଗା ଯାଇଛି ୩ ଲକ୍ଷରୁ ଉର୍ଦ୍ଧ୍ଵ ଚାରା। ପ୍ରାୟ ଏକ ହେକ୍ଟର ଜମିରେ ପ୍ରାୟ ୧୦ରୁ ୧୨ ହଜାର ଚାରା ଲଗାଯାଇ ଏହି ଦୁର୍ନୀତି ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆଉ ଲେମନ ଗ୍ରାସ ତେଲ ପ୍ରକଳ୍ପ ଥରେ ଦୁଇ ଥର ଚାଲି ଅଚଳ ପଡିଛି ବୋଲି ଲୋକେ ପ୍ରକାଶ କରିଛନ୍ତି। ଆଦିବାସୀଙ୍କ ଜୀବିକା ନାମରେ ହରିଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ଏହି ଲେମନ ଗ୍ରାସ ଚାଷ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତରେ ହୋଇଛି ନା ସେଥିରେ ବି ଦୁର୍ନୀତି ହୋଇଛି , ସେନେଇ ତଦନ୍ତ ଲାଗି ସାଧାରଣରେ ଦାବି ହୋଇଛି। 

ୱେବସାଇଟର ତଥ୍ୟ ଅନୁସାରେ, ଗତ ୨ବର୍ଷରେ କେବଳ କର୍ତନପାଲି ପଞ୍ଚାୟତରେ ୩୨ଟି ଲେମନ ଗ୍ରାସ ପ୍ରକଳ୍ପ ହାତକୁ ନିଆ ଯାଇଛି ଏବଂ ତାହା ଚାଲୁ ମଧ୍ୟ ରହିଛି। ତେବେ କର୍ତନପାଲି ପଞ୍ଚାୟତରେ ପ୍ରାୟ ୬ଟି ଅଧପନ୍ତରିଆ ପ୍ରକଳ୍ପ ପରେ ଆଦୌ ଲେମନଗ୍ରାସ ଚାଷ ହୋଇ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ ୨ବର୍ଷରେ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକରେ ୨୬କୋଟି ୮୯ଲକ୍ଷ ୨୨ ହଜାର ଟଙ୍କା ବିନିମୟରେ ୨୯୮ଟି ପ୍ରକଳ୍ପ କାମ ହାତକୁ ନିଆଯାଇ ଥିବା ବେଳେ ସମସ୍ତ ଛୋଟ ବଡ ପ୍ରକଳ୍ପକୁ ମିଶାଇ, ବର୍ତ୍ତମାନ ଯାଏ ୩୧୧୨ଟି ପ୍ରକଳ୍ପ ବାବଦକୁ ୬୨.୦୯ କୋଟି ଟଙ୍କା ଆଇଟିଡିଏ ଓ ଓଟିଏଲପି ଖର୍ଚ୍ଚ କରିଥିବା ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.