ପ୍ରମୂଖ ଖବର
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ଗୋଡ଼ିଶୁଳ ତାରିଣୀ ମନ୍ଦିରରୁ ଲୁଟ୍, ଜଙ୍ଗଲରୁ ଠାବ ହେଲା ଚୋରି ଦାନହୁଣ୍ଡି

Published By : Anindita Ratha | June 19, 2025 1:37 PM

ନୀଳଗିରି,୧୯/୦୬: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନ ଗୋଡ଼ିଶୁଳ ଛକ ତାରିଣୀ ମନ୍ଦିରରୁ ଲୁଟ୍। ଭାଲୁକାଶୁଣି ଜଙ୍ଗଲରୁ ଠାବ ହେଲା ଦାନବାକ୍ସ। ଗତକାଲି ବିଳମ୍ବିତ ରାତିରେ ମା'  ତାରିଣୀଙ୍କ ଠାରେ ଲାଗି ହୋଇଥିବା ଅଳଙ୍କାର,ଦାନ ହୁଣ୍ଡି ଆଦି ଚୋରି ହୋଇଥିବା ଜଣାପଡିଛି। 

ତେବେ ଆଜି ସକାଳେ ସ୍ଥାନୀୟ ଲୋକେ ତାରିଣୀ ମନ୍ଦିରରୁ ଲୁଟ୍ ହୋଇଥିବା ଖବର ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଏନେଇ  ଖବର ପାଇ ପୁଲିସ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ କରୁଛି । ସବୁଠାରୁ ବଡ଼ କଥା ନୀଳଗିରି ଅଞ୍ଚଳରେ କିଛି ଦିନ ବ୍ୟବଧାନରେ ଦିନକୁ ଦିନ ବିଭିନ୍ନ ମନ୍ଦିରଗୁଡ଼ିକୁ ଟାର୍ଗେଟ କରି ଲୁଟ୍ କରୁଛନ୍ତି ଲୁଟେରା । ଯାହା ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ସୂଚନା ଥାଉକି, କିଛି ମାସ ପୂର୍ବରୁ ନୀଳଗିରି ଥାନା ଅଧିନ ପୋଡ଼ାଶୁଳ ଛକଠାରେ ମା' ଶ୍ୟାମାକାଳୀ ମନ୍ଦିର,ଚତର ଗ୍ରାମର ଥିବା ଶନି ମନ୍ଦିରରୁ ଠିକ୍ ସମାନ ଢଙ୍ଗରେ ଅଳଙ୍କାର ସମେତ ଦାନ ହୁଣ୍ଡି ଲୁଟି ନେଇଥିଲେ ଦୁବୃର୍ତ୍ତ। ସେହିପରି ଟାଙ୍ଗଣା ଗ୍ରାମର ବିଶ୍ୱନାଥ ବୁଗୁଡାଈଙ୍କ ଘରେ ଗତକାଲି ମଧ୍ୟରାତ୍ରରେ ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ କରିନେଇଥିବା ଜଣାପଡିଛି।







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.