ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପଞ୍ଜାବ ପୋଲିସକୁ ବଡ଼ ସଫଳତା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କୁଖ୍ୟାତ ଅପରାଧି ଗିରଫ

Published By : Anindita Ratha | March 22, 2025 8:53 AM

ନୂଆଦିଲ୍ଲୀ,୨୨/୦୩:  ପଞ୍ଜାବ ପୋଲିସର ବଡ଼ ସଫଳତା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କୁଖ୍ୟାତ ଅପରାଧିକୁ କରିଛି ଗିରଫ। ସେ ଚଣ୍ଡିଗଡ଼ ନିକଟରେ ଏକ ବଡ଼ ଘଟଣା ଘଟାଇବାକୁ ଯାଉଥିବା ବେଳେ  ପୋଲିସ ଏହି ଯୋଜନାକୁ ପଣ୍ଡ କରିଛି। ପଞ୍ଜାବର ମୋହାଲିର ଜିରକପୁରରେ ଏକ ଏନକାଉଣ୍ଟର ପରେ ପଞ୍ଜାବ ପୋଲିସ ଗ୍ୟାଙ୍ଗଷ୍ଟର ଲାଭିଶ ଗ୍ରୋଭରଙ୍କୁ ଗିରଫ କରିଛି। ତେବେ ଗ୍ରୋଭରଙ୍କ ବିରୋଧରେ ହତ୍ୟା ଏବଂ ଅନେକ ମାମଲା ରୁଜୁ ହୋଇଛି। 

ଏହା ମଧ୍ୟ ପଢନ୍ତୁ-  ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଲୁଟେରାର ଏନକାଉଣ୍ଟରରେ ମୃତ୍ୟୁ , ଲକ୍ଷେ ଟଙ୍କାର ଥିଲା ପୁରସ୍କାର ଘୋଷିତ

ଅଭିଯୁକ୍ତ ଜିରକପୁରରେ ଏକ ବଡ଼ ଘଟଣା ଘଟାଇବାକୁ ଯୋଜନା କରୁଥିଲା। ପୋଲିସ ସୂଚନା ପାଇ ତାଙ୍କ ଆଡ୍ଡାରେ ପହଞ୍ଚିବା ପରେ ସେ ପୋଲିସ ଉପରେ ଗୁଳି ଚଳାଇଥିଲେ। ଏହାର ଜବାବରେ ପାଲଟା ଆକ୍ରମଣ କରିଥିଲା ପୋଲିସ। ଏଥିରେ ଅଭିଯୁକ୍ତ ଗୋଡ଼ରେ ଗୁଳି ବାଜି ଥିବା ବେଳେ  ପୋଲିସ ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।  ଅଭିଯୁକ୍ତ ବର୍ତ୍ତମାନ ଡେରାବାସିର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ପୋଲିସ ଅଭିଯୁକ୍ତଙ୍କ ପାଖରୁ ତିନୋଟି ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ଜବତ କରିଛି। ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରୁ କିଛି ଭାରତରେ ନିଷିଦ୍ଧ।  ସୂଚନା ଅନୁଯାୟୀ, ପୋଲିସ ଗତ କିଛିଦିନ ଧରି ତାଙ୍କୁ ଖୋଜୁଥିଲା। ସେ ଗତ କିଛି ଦିନ ଧରି ଜିରକପୁର ଅଞ୍ଚଳରେ ନିଜର ନେଟୱାର୍କ ଚଳାଉଥିବା ବେଳେ ଅଭିଯୁକ୍ତ ଜଣକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ବୋଲି କୁହାଯାଉଛି। ଅନ୍ୟପଟେ ଏସପି ଗ୍ରାମୀଣ ମନପ୍ରୀତ ସିଂହ କହିଚନ୍ତି, ଅଭିଯୁକ୍ତ ଲାଭିଶ ଲୁଧିଆନାର ବାସିନ୍ଦା ଏବଂ ଜିରକପୁରରେ ଏକ ଭଡା ଘରେ ରହୁଥିଲେ। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଡକାୟତି ଏବଂ ଅସ୍ତ୍ରଶସ୍ତ୍ର ଆଇନ ସମେତ ୧୦ ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି।  ଶିବ ଏନକ୍ଲେଭରେ ଲାଭିଶ ଲୁଚି ରହିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା, ଯାହା ପରେ ସ୍ୱତନ୍ତ୍ର ଦଳ ସେହି ଅଞ୍ଚଳକୁ ଘେରି ଯାଇଥିଲା। 


 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.