ପ୍ରମୁଖ ଖବର
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||
  • ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
  • ||

ବୁଲା ବେପାରୀ ଠାରୁ ଆଇସକ୍ରିମ ଖାଇ ଦୁଇ ଯାଆଁଳା ଶିଶୁ କନ୍ୟାଙ୍କ ମୃତ୍ୟୁ, ଗୁରୁତର ଅବସ୍ଥାରେ ମା’ ହସ୍ପିଟାଲରେ ଭର୍ତ୍ତି...

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆଇସକ୍ରିମ ଖାଇବା ପରେ ଦୁଇ ନିରୀହ ଯାଆଁଳା ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଏଥି ସହ ତାଙ୍କ ମା ଗୁରୁତର ଅସୁସ୍ଥ ହୋଇପଡିଛନ୍ତିଯିଏକି ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀଏହି ଘଟଣା ମାଣ୍ଡ୍ୟା ଜିଲ୍ଲାର ବେଟାଲୀ ଗ୍ରାମରେ ଘଟିଛି । ଏନେଇ ପୋଲିସ କହିଛି ଯେ ବୁଧବାର ଦିନ ମା ଓ ଝିଅମାନେ ଗାଁର ଜଣେ ବିକ୍ରେତାଙ୍କ ଠାରୁ ଆଇସକ୍ରିମ କିଣି ଖାଇଥିଲେ । ଅଳ୍ପ ସମୟ ମଧ୍ୟରେ ସେମାନେ ଅସୁସ୍ଥ ହୋଇ ପଡିଥିଲେ । ପରେ ଉଭୟ ଯାଆଁଳା ଶିଶୁକନ୍ୟା ପୂଜା ଏବଂ ପ୍ରସନ୍ନାଙ୍କ ଘରେ ମୃତ୍ୟୁ ହୋଇଥିଲା । ଆଉ ଏହାର କିଛି ସମୟ ପରେ ମାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ପୋଲିସ କହିଛି ଯେ, ପିଲାମାନଙ୍କର ମୃତଦେହ ମିମ୍ସ ହସ୍ପିଟାଲକୁ ପଠାଯାଇଛି । ମାଆ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପିଲାମାନଙ୍କର ମୃତ୍ୟୁକୁ ନେଇ ଅନେକ ସନ୍ଦେହ ଅଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି । ଆମେ ସେହି ଆଇସକ୍ରିମ ବ୍ୟବସାୟୀଙ୍କୁ ଖୋଜୁଛୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.