ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

କର୍ଣ୍ଣାଟକରେ ପ୍ରାକ-ମୌସୁମୀ ବର୍ଷାର ତାଣ୍ଡବ! ୧୨୫ ବର୍ଷର ଭାଙ୍ଗିଲା ପୁରୁଣା ରେକର୍ଡ, ୬୦ ଦିନରେ ଗଲାଣି ୭୧ ଜଣଙ୍କ ଜୀବନ

Published By : Prameya | June 1, 2025 8:45 AM

Image Source-tv9hindi

ନୂଆଦିଲ୍ଲୀ,୦୧/୦୬:କର୍ଣ୍ଣାଟକରେ  ୧୨୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପ୍ରାକ-ମୌସୁମୀ ବର୍ଷା।ଏନେଇ ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କାର୍ଯ୍ୟାଳୟ କହିଛି ଯେ, ଏପ୍ରିଲ୍ ପରଠାରୁ ରାଜ୍ୟରେ ଅତ୍ୟଧିକ ପ୍ରାକ-ମୌସୁମୀ ବର୍ଷା ଯୋଗୁଁ ୭୧ ଜଣ ପ୍ରାଣ ହରାଇଛନ୍ତି।  ରାଜ୍ୟରେ ସାଧାରଣତଃ ମୌସୁମୀ ମାସରେ ୭୪ ମିମି ବର୍ଷା ହୁଏ। କିନ୍ତୁ ଏଥର ୨୧୯ ମିମି ବର୍ଷା ହୋଇଛି। ଯାହା ସ୍ୱାଭାବିକ ଅପେକ୍ଷା ୧୯୭ ପ୍ରତିଶତ ଅଧିକ। ସେହିପରି, ୨୦୨୫ ମସିହାରେ ପ୍ରାକ ମୌସୁମୀ ଅବଧି ରେ ରାଜ୍ୟରେ ୨୮୬ ମିମି ବର୍ଷା ହୋଇଥିଲା।  ଯେତେବେଳେ ଏହି ସମୟ ମଧ୍ୟରେ ସାଧାରଣତଃ ୧୧୫ ମିମି ବର୍ଷା ହୁଏ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ଗତ ୧୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଜ୍ୟରେ ମେ ମାସରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୨୮ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ସମସ୍ତ ଜିଲ୍ଲାର ଡେପୁଟି କମିଶନର ଏବଂ ଜିଲ୍ଲା ପଞ୍ଚାୟତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସିଦ୍ଧରମୈୟା ସେମାନଙ୍କୁ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ତୁରନ୍ତ ପରିଦର୍ଶନ କରିବାକୁ ଏବଂ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା କିମ୍ବା ଭୂସ୍ଖଳନ ଦ୍ୱାରା ମୋଟ ୨,୨୫୨ଟି ଗାଁ ପ୍ରଭାବିତ ହୋଇଛି। ୧୭୦୨ ଘର କ୍ଷତିଗ୍ରସ୍ତ ହୋଇଛି।

ସିଦ୍ଧରମୈୟା ଆହୁରି ମଧ୍ୟ କହିଛନ୍ତି ଯେ, ଘରଗୁଡ଼ିକର କ୍ଷତି ପୂରଣ ପାଇଁ ପାଣ୍ଠିର କୌଣସି ଅଭାବ ନାହିଁ। ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି  ଅଧୀନରେ ୧ ହଜାର କୋଟି ଟଙ୍କା ଉପଲବ୍ଧ। ସେ ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ଏବଂ ରିଲିଫ୍ କାର୍ଯ୍ୟ ତଦାରଖ କରିବାକୁ ଡିସି ଏବଂ ସିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଘରଗୁଡ଼ିକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କ ପାଇଁ ସରକାର ୧.୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଏପରି ପରିବାର ପାଇଁ ଏକ ନୂତନ ଘର ନିର୍ମାଣ କରାଯିବ, ଯାହା ପାଇଁ ଡିସିଙ୍କୁ ପଦକ୍ଷେପ ନେବାକୁ ପଡିବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.