ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପଛରେ ମାନବୀୟ ତ୍ରୁଟି; ମୃତ୍ୟୁ ସଂଖ୍ୟା ୮, ଆହତ ୨୫, ମୃତାହତଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା

କୋଲକାତା,୧୭/୦୬: ପଶ୍ଚିମବଙ୍ଗରେ ସୋମବାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ମାନବୀୟ ତ୍ରୁଟି ଯୋଗୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ। ସୂଚନାଥାଉକି, ସୋମବାର ସକାଳ ୯ଟା ବେଳେ ପଶ୍ଚିମବଙ୍ଗର ନିଉ ଜଲପାଇଗୁରୀ ନିକଟରେ ଏହି ବଡ଼ ରେଳ ଦୁର୍ଘଟଣା ଘଟିଥିଲା। କଟିହାର ଡିଭିଜନର ରଙ୍ଗପାନୀ ଏବଂ ନିଜବାଡ଼ି ଷ୍ଟେସନ ମଧ୍ୟରେ ଷ୍ଟେସନରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ପଛରୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଏଥିରେ କାଞ୍ଚନଜଙ୍ଘା ଏକ୍ସପ୍ରେସର ପ୍ରାୟ ତିନୋଟି ବଗି ଲାଇନଚ୍ୟୁତ ହୋଇ ଉପରକୁ ଉଠିଯାଇଥିଲା। ସୂଚନା ପାଇବା ମାତ୍ରେ କାଟିହର ରେଳ ବିଭାଗ ତ୍ବରିତ ପଦକ୍ଷେପ ଗ୍ରହଣ କରିଥିଲା।

ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଉଦ୍ଧାରକରୀ ଦଳ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଥିଲେ। କହିରଖୁଛୁ ଯେ, ଏହି ଦୁ୍ର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ତମାମ ମାମଲାରେ ମୃତକଙ୍କ ପାଇଁ କେନ୍ଦ୍ର ସରକାର ୧୦ ଲକ୍ଷ ଓ ଆହତଙ୍କ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିିଛି। ସେପଟେ ତମାମ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.