ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଅପ୍‌ଡେଟ୍‌; ୫ ମୃତ, ହେଲ୍ପଲାଇନ୍‌ ନମ୍ବର ଜାରି, ଯୁଦ୍ଧକାଳିନ ବେଗରେ ଚାଲିଛି ଉଦ୍ଧାର କାର୍ଯ୍ୟ

କୋଲକାତା,୧୭/୦୬: ପଶ୍ଚିମବଙ୍ଗର ନିଉ ଜଲପାଇଗୁରୀ ନିକଟରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଭିତରକୁ ମାଲ୍‌ ଗାଡ଼ିର ଗୋଟିଏ ବଗି ପଶି ଯାଇଥିବା ବେଳେ ଗୋଟିଏ କୋଚ୍ ଅନ୍ୟ ଏକ ବଗି ଉପରକୁ ଚଢ଼ିଯାଇଥିଲା। ସଦ୍ୟତମ ସୂଚନା ଅନୁଯାୟୀ, ଉଭୟ ଟ୍ରେନ୍ ସମାନ ଟ୍ରାକରେ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। 

କଟିହାର ଡିଭିଜନର ରଙ୍ଗପାନୀ ଏବଂ ନିଜବାଡ଼ି ଷ୍ଟେସନ ମଧ୍ୟରେ ଷ୍ଟେସନରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ପଛରୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଏଥିରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ପ୍ରାୟ ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ସୂଚନା ପାଇବା ମାତ୍ରେ କାଟିହର ରେଳ ବିଭାଗ ତ୍ବରିତ ପଦକ୍ଷେପ ଗ୍ରହଣ କରିଥିଲା। ରେଳ ବିଭାଗର ଅଧିକାରୀମାନେ ଦୁର୍ଘଟଣା ସ୍ଥଳରେ ରିଲିଫ ଟ୍ରେନ ଏବଂ କାଟିହାର ଏବଂ ଏନଜେପିରୁ ମେଡିକାଲ ଭ୍ୟାନ ନେଇ ପହଞ୍ଚିଛନ୍ତି। ଏହି ଘଟଣାରେ ୫ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। 

ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚଲାଇଛନ୍ତି। ସେପଟେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ରେଳବାଇ ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର ହେଉଛି- ୦୩୩୨୩୫୦୮୭୯୪, ୦୩୩୨୩୮୩୩୩୨୬। ଏହି ନମ୍ବରରେ କଲ୍‌ କରି ଯାତ୍ରୀଙ୍କ ପରିବାରବର୍ଗ ରେଳବାଇ ପକ୍ଷରୁ ସୂଚନା ହାସଲ କରିପାରିବେ।  


  • PrameyaOdia
  • prameya
  • Kanchanjunga Express Accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.