ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଏସଏସଡି ହାଇସ୍କୁଲର ମୃତ ଆଦିବାସୀ ଛାତ୍ରଙ୍କ ପରିବାରକୁ ନ୍ୟାୟ ଦେବାକୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାବି

Published By : Prameya | February 7, 2025 6:07 PM

ମାଲକାନଗିରି : ଗତ ୩ ତାରିଖ ରାତିରେ ଗମ୍ଫାକୋଣ୍ଡା ଏସ.ଏସ.ଡି ହାଇସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନରତ, ଜନୈକ ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା କରିଥିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଛାତ୍ର ରିଗେନ ମାଡକାମୀ ଜଣେ ଶାନ୍ତ , ସରଳ ସ୍ଵଭାବ ଏବଂ ମେଧାବୀ ଛାତ୍ର ଥିଲେ ବୋଲି ପିତା ମୁକା ମାଡକାମୀ ପ୍ରକାଶ କରିଛନ୍ତି। ଏହାସହ ଶିକ୍ଷକ ଦେବାଶିଷ ପ୍ରଧାନଙ୍କ ମାତ୍ରାଧିକ ମାନସିକ ଅତ୍ୟାଚାରକୁ ସହ୍ୟ କରି ନପାରି ତାଙ୍କ ପୁଅ ଫାଶୀ ଦେଇ ଜୀବନ ହାରି ଥିବା ସେ ଅଭିଯୋଗ କରିଛନ୍ତି।

ଚଳିତ ମାସ ୩ ତାରିଖ ଦିନ ଶିକ୍ଷକ ଦେବାଶିଷ ପ୍ରଧାନ , ରିଗେନଙ୍କ ବାପାଙ୍କୁ ଫୋନ ଯୋଗେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରି ଥିଲେ। ସବୁ ବିଷୟ ଶୁଣି ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ମୁକା ମାଡକାମୀ କହିଛନ୍ତି। ପ୍ରକାଶ ଥାଉକି, ଏସଂକ୍ରାନ୍ତରେ ତଥ୍ୟ ଅନୁସନ୍ଧାନ କରିବାକୁ ଏସ.ଟି/ଏସ.ସି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଜାରା ଶବର ମାଡ଼ିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉକ୍ତ ହାଇସ୍କୁଲ ପରିଦର୍ଶନ କରିଥିଲେ। ତଥ୍ୟ ସଂଗ୍ରହ ପରେ ମୃତକ ପରିବାରବର୍ଗଙ୍କୁ ସାକ୍ଷାତ କରି ଥିଲେ। 

ଆଜି କ୍ରିୟାନୁଷ୍ଠାନ କମିଟିର ସଭାପତି ଜରା ଶବର ମାଡି, ଉପ ସଭାପତି ବି.କାମେଶ୍ୱର ରାଓ, ସାଧାରଣ ସମ୍ପାଦକ ହରିବନ୍ଧୁ ଗୋଲୋରୀ, ସାଙ୍ଗଠନିକ ସମ୍ପାଦକ ସନାତନ କବାସୀ, ସହ ସମ୍ପାଦକ ଜୟ କୁମାର ଓ ସହଦେବୀ ମାଡ଼ି ଜିଲ୍ଲାପାଳଙ୍କୁ, ମୃତ ଆଦିବାସୀ ଛାତ୍ର ରିଗେନ ମାଡ଼ିଙ୍କ ପରିବାରବର୍ଗଙ୍କୁ ନ୍ୟାୟ ଦେବା ସକାଶେ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.