ନୂଆଦିଲ୍ଲୀ,୨୦/୭ : କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଜିତିନ ପ୍ରସାଦଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଫଳରେ ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ଏଭଳି ଘଟଣା ଘଟିଛି ମଝୋଲା- ବିଜ୍ଟି ରୋଡ଼ ସ୍ଥିତ ବହରୁଆ ଗାଁରେ । ଏସକଟ ଗାଡ଼ି ଦ୍ରୁତଗତିରେ ଥିବାବେଳେ ଧକ୍କା ହେବାରୁ କାରଟି କ୍ଷତିଗ୍ରସ୍ତ ହୋଇଛି ।
ନିଜ ନିର୍ବାଚନୀ ମଣ୍ଡଳୀ ପିଲିଭିତ ଗସ୍ତ ଥିବା ସମୟରେ ମନ୍ତ୍ରୀଙ୍କ ଗାଡ଼ି ଯାଉଥିବା ଏସକଟ ଗାଡ଼ି ସହ ଧକ୍କା ହୋଇଥିଲା । ଜିତନ ପ୍ରସାଦଙ୍କ ସହ ରୋଷିଆ ଏବଂ ବ୍ୟକ୍ତିଗତ ସଚିବ ବି ଆହତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ରାସ୍ତାରେ ଉକ୍ତ କ୍ଷତିଗ୍ରସ୍ତ ଗାଡ଼ିକୁ ଘଟଣାସ୍ଥଳରେ ଛାଡ଼ି ଦେଇଥିଲେ ଏବଂ ଅନ୍ୟ ଗାଡ଼ିରେ ବସି କାର୍ଯ୍ୟକ୍ରମ ଲାଗି ଚାଲି ଯାଇଥିଲେ ।