ପ୍ରମୂଖ ଖବର
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ଝାଡ଼ଖଣ୍ଡ ନିର୍ବାଚନ: ଥମିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ବୁଧବାର ୪୩ ଆସନରେ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ରାଞ୍ଚି,୧୨/୧୧: ଝାଡ଼ଖଣ୍ଡରେ ପ୍ରଥମ  ପର୍ଯ୍ୟାୟ ମତଦାନ ଲାଗି ସୋମବାର ପ୍ରଚାର ଶେଷ  ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪୩ଟି ଆସନରେ ଆସନ୍ତା ୧୩ ତାରିଖରେ ମତଦାନ  ହେବ ।  ପ୍ରଚାରର ଶେଷ ଦିନରେ ବିଭିନ୍ନ  ରାଜନୈତିକ ଦଳ ପକ୍ଷରୁ ରାଲି କରାଯାଇଛି ।  ନେତାମାନେ ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି । 

 ପ୍ରଥମ ପର୍ଯ୍ୟାୟରେ ମୋଟ ୧ କୋଟି ୩୭ ଲକ୍ଷ  ୧୦ ହଜାର ୭୧୭ ଭୋଟର ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ  ସ୍ଥିର କରିବେ । ଭୋଟରଙ୍କ ମଧ୍ୟରେ ୬୮ ଲକ୍ଷ  ୭୩ ହଜାର ୪୫୫ ପୁରୁଷ, ୬୮ ଲକ୍ଷ ୩୬  ହଜାର ୯୫୯ ମହିଳା ଓ ୩୦୩ ତୃତୀୟ ଲିଙ୍ଗୀ  ସାମିଲ । ସେହିପରି ଏହି ପର୍ଯ୍ୟାୟରେ ଲଢ଼ୁଥିବା  ୬୮୩ ପ୍ରାର୍ଥୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଦଳଗୁଡ଼ିକର  ୮୭, ଝାଡ଼ଖଣ୍ଡର ମାନ୍ୟତାପ୍ରାପ୍ତ ରାଜନୈତିକ  ଦଳଗୁଡିକର ୩୨, ଅନ୍ୟ ରାଜ୍ୟର ମାନ୍ୟତାପ୍ରାପ୍ତ  ଦଳର ୪୨, ଅଣମାନ୍ୟତା ପ୍ରାପ୍ତ ପଞ୍ଜିକୃତ ଦଳର  ୧୮୮ ଜଣ ପ୍ରାର୍ଥୀ ଅଛନ୍ତି । ଏହାଛଡ଼ା ୩୩୪ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ  ୭୩ ମହିଳାଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ ।  ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ତୃତୀୟଲିଙ୍ଗୀ ବି ଅଛନ୍ତି ।  

ପ୍ରଥମ ପର୍ଯ୍ୟାୟର ୪୩ଟି ଆସନ ମଧ୍ୟରୁ ୬ଟି  ଏସ୍‌ସି ଓ ୨୦ଟି ଏସ୍‌ଟିଙ୍କ ଲାଗି ସଂରକ୍ଷିତ । ଏହି  ପର୍ଯ୍ୟାୟରେ ଯେଉଁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ  ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ ରାଜ୍ୟର  ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ସାମିଲ । ସେହିପରି ୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ରାମେଶ୍ୱର  ଓରାଓଁ, ରାମଦାସ ସୋରେନ୍‌, ବନ୍ନା ଗୁପ୍ତା,  ମିଥିଲେଶ ଠାକୁର, ଦୀପକ ବିରୁଆ ଓ ବୈଦନାଥ  ରାମ ମଧ୍ୟ ମୈଦାନରେ ଅଛନ୍ତି । ଏମାନଙ୍କ ବ୍ୟତୀତ  ଜେଡିୟୁର ସରଜୂ ରାୟ, ବିଜେପିର ସିପି ସିଂହ,  ନୀରା ଯାଦବ, ନୀଳକଣ୍ଠ ସିଂହ ମୁଣ୍ଡା, ରାମଚନ୍ଦ୍ର  ଚନ୍ଦ୍ରବଂଶୀ, କଂଗ୍ରେସର କେଏନ୍‌ ତ୍ରିପାଠୀ, ପୂର୍ବତନ  ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ,  ଚମ୍ପାଇ ସୋରେନ୍‌ଙ୍କ ପୁଅ ବାବୁଲାଲ ସୋରେନ୍‌,  କ୍ୟାବିନେଟ୍‌ ମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତାଙ୍କ ବୋହୂ  ରଶ୍ମି ପ୍ରକାଶଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ୧୫,୩୪୪  ବୁଥ୍‌ କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ  ସୁରକ୍ଷାକୁ କଡ଼ାକଡି଼ କରାଯାଇଥିବା ନିର୍ବାଚନ  କମିଶନଙ୍କ ସୂତ୍ରରୁ ପ୍ରକାଶ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.