ପ୍ରମୂଖ ଖବର
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଘନେଇଲା ବଡ଼ ଯୁଦ୍ଧ ଆଶଙ୍କା... ଅନ୍ତରାଷ୍ଟ୍ରୀୟ ସୀମାରେ ବଢିଲା ସୁରକ୍ଷା, ୨କି.ମି ପର୍ଯ୍ୟନ୍ତ କର୍ଫ୍ୟୁ ଜାରି

Published By : Rasmita Pradhan | August 13, 2025 10:52 AM

ନୂଆଦିଲ୍ଲୀ, ୧୩/୦୮ : ଭାରତ-ପାକିସ୍ତାନ ମଧ୍ୟରେ ବଢୁଛି ତିକ୍ତତା । ବିଳିବିଳୋଉଛି ଆତଙ୍କୀସ୍ତାନ। ପାକ୍ ସେନା ମୁଖ୍ୟ ମୁନିର ଓ ବିଲାୱାଲ ଭୁଟ୍ଟୋଙ୍କ ପରେ ଏବେ ଭାରତକୁ ଧମକ ଦେଲେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ । ଯାହା ପରେ ଘନେଇଲା ବଡ଼ ଯୁଦ୍ଧ ଆଶଙ୍କା। ସୀମା ସୁରକ୍ଷା ବଢାଇଲା ଭାରତ। ଜାମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି। ମୁତୟନ ହେଲେ ଅତିରିକ୍ତ ବିଏସଏଫ୍ ଯବାନ। ଅନ୍ତରାଷ୍ଟ୍ରୀୟ ସୀମାଠାରୁ ୨କିମି ପର୍ଯ୍ୟନ୍ତ କର୍ଫ୍ୟୁ ଜାରି। ଇଣ୍ଟର ନ୍ୟାସନାଲ ବର୍ଡରରେ ଆତଙ୍କୀ ଗତିବିଧି ଉପରେ ରଖାଯାଇଛି କଡ଼ା ନଜର। ସୁରକ୍ଷା ଏଜେନ୍ସିମାନଙ୍କ ସହ କରାଯାଉଛି ଆଲୋଚନା। 

ପାକିସ୍ତାନର ବାରମ୍ବାର ଧମକ ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି । ସାମ୍ବା ଜିଲ୍ଲାରେ ଆଇବି ନିକଟରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ କଟକଣା ଜାରି କରାଯାଇଛି । ୨ ମାସ ଯାଏଁ ଏହି ପ୍ରତିବନ୍ଧକ ଜାରି ରହିବ। କର୍ଫ୍ୟୁ ସମୟରେ ସୀମା ନିକଟରେ କାହାକୁ ଯିବା ଆସିବା ନେଇ ଅନୁମତି ନାହିଁ । କେବଳ ଜରୁରୀ ଥିଲେ ମୁତୟନ ଥିବା ଯବାନଙ୍କୁ ପରିଚୟ ପତ୍ର ଦେଖାଇ ଯା' ଆସ କରିପାରିବେ। କର୍ଫ୍ୟୁ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସୀମା ପାର୍ ଆତଙ୍କବାଦୀଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ସୀମା ଗଳାବାଟ ପାଲଟିଛି। ଏହି ବାଟ ଦେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରୁଛନ୍ତି। ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ତସ୍କରୀ କରାଯାଉଛି। ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ବାହିନୀକୁ ସହଯୋଗ କରିବାକୁ ସ୍ଥାନୀୟ ଲୋକଙ୍କୁ ଅପିଲ୍ କରାଯାଇଛି। ସୀମାରେ ଶାନ୍ତି ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପ୍ରଶାସନ କହିଛି ।

ଆଗକୁ ସ୍ବାଧୀନତା ଦିବସ ରହିଥିବାରୁ ଦେଶର ହାଇ-ଆଲର୍ଟ ଜାରି ହୋଇଛି । କୌଣସି ପ୍ରକାର ଆତଙ୍କୀ ଗତିବିଧିକୁ ପଣ୍ଡ କରିବାକୁ ପ୍ରସ୍ତୁତ ସୁରକ୍ଷା ବାହିନୀ । ଅନ୍ୟପଟେ ସୀମାରେ ଆତଙ୍କୀ ଅନୁପ୍ରବେଶ ଉପରେ କଡ଼ା ନଜର ରଖିଛି ସେନା । ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନକୁ ବଢ଼ାଇ ଦିଆଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.