ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଫାଦର୍ସ ଡେ’ରେ ଚର୍ଚ୍ଚିତ ଫଟୋ...ଆଇଏଏସ୍‌ ଝିଅକୁ ଆଇପିଏସ୍‌ ବାପାଙ୍କ ସାଲ୍ୟୁଟ

ନୂଆଦିଲ୍ଲୀ ୧୭/୦୬: ଫାଦର୍ସ ଡେ’ ଅବସରରେ ଇଣ୍ଟରନେଟରେ ଭାବବିହ୍ୱଳ ଏବଂ ଗର୍ବିତ ମୁହୂର୍ତ୍ତର ଏକ ଫଟୋ ବେଶ୍‌ ଭାଇରାଲ ହୋଇଛି । ତେଲଙ୍ଗାନା ରାଜ୍ୟ ପୁଲିସ ଏକାଡେମୀ (ଟିଏସ୍‌ପିଏ)ର ଉପନିର୍ଦ୍ଦେଶକ ଥିବା ଜଣେ ଏସ୍‌ପି ଏନ୍‌. ଭେଙ୍କରେଶ୍ୱରାଲୁ ଗର୍ବର ସହ ତାଙ୍କ ଝିଅ ଏନ୍‌. ଉମା ହାରାଥିଙ୍କୁ ସାଲ୍ୟୁଟ କରୁଥିବା ଏବଂ ତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଉଥିବା ଏଥିରେ ଦେଖିବାକୁ ମିଳିଛି । ତାଙ୍କ ଝିଅ ଉମା ତାଲିମ ଅଧୀନରେ ଥିବା ଜଣେ ଆଇଏଏସ୍‌ ଅଧିକାରୀ । ରବିବାର ଟ୍ରେନି ଅଫିସରମାନେ ଟିଏସ୍‌ପିଏକୁ ଏକ ସେମିନାରରେ ଯୋଗ ଦେବାକୁ ଯାଇଥିବାବେଳେ ସେଠାରେ ଏହି ବାପ-ଝିଅଙ୍କ ଏଭଳି ମୁହୁର୍ତ୍ତ ଦେଖିବାକୁ ମିଳିଥିଲା । 

ରିପୋର୍ଟ ଅନୁସାରେ, ୨୦୨୨ରେ ୟୁପିଏସ୍‌ସି ସିଭିଲ ସର୍ଭିସ୍‌ ପରୀକ୍ଷାରେ ଏନ୍‌ ଉମା ହାରାଥି ୩ ନମ୍ବର ର‌୍ୟାଙ୍କ ହାସଲ କରିଥିଲେ । ଏବେ ଏନ୍‌ ଉମାମାରି ଚେନ୍ନା ରେଡ୍ଡୀ ହ୍ୟୁମାନ ରିସୋର୍ସ ଡେଭେଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ (ଏମ୍‌ସିଆର୍‌ ଏଚ୍‌ଆର୍‌ଡି)ରେ ଆଇଏଏସ୍‌ ଅଫିସର୍ସ ଟ୍ରେନିଂ ବ୍ୟାଚ୍‌ରେ ପ୍ରୋବେସନରେ ଅଛନ୍ତି । ଟ୍ରେନିଂ ପାଇଁ ସେ ରାଜ୍ୟ ପୁଲିସ ଏକାଡେମୀକୁ ଯାଇଥିଲେ । ଅନ୍ୟ ଟ୍ରେନି ଅଫିସରମାନେ ଟିଏସ୍‌ପିଏରେ ସେମାନଙ୍କ ଭୂମିକା ଏବଂ ଟ୍ରେନିଂ ପ୍ରକ୍ରିୟା ଉପରେ ପ୍ରେଜେଣ୍ଟେସନ ଦେଇଥିଲେ । ଏହି ଫଟୋରେ ସୋସିଆଲ ମିଡିଆରେ ଅନେକେ ସେମାନଙ୍କ ପ୍ରତିକ୍ରିୟା ଦେଇ ଉଭୟ ବାପ- ଝିଅଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି । 

ସୂଚନା ଅନୁଯାୟୀ, ଆଇଏଏସ୍‌ ଅଧିକାରୀ ଉମା ହାରାଥି ତେଲଙ୍ଗାନା ବାସିନ୍ଦା । ସେ ଆଇଆଇଟି ହାଇଦ୍ରାବାଦରୁ ସିଭିଲ ଇଞ୍ଜିନିୟରିଂ ସାରିବା ପରେ ୨୦୨୨ରେ ୟୁପିଏସ୍‌ସିରେ ଅଲ୍‌ ଇଣ୍ଡିଆ ର‌୍ୟାଙ୍କ ୩ ପାଇଥିଲେ । ଆଇଆଇଟି ଛାତ୍ରୀ ହେବା ସତ୍ତେ୍ୱ ଆଇଏଏସ୍‌ ଅଧିାକରୀ ଭାବେ ସମାଜର ସେବା କରିବା ତାଙ୍କ ଲକ୍ଷ୍ୟ ଥିଲା । ତେଣୁ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରିଥିଲେ । ୪ ଥରର ପ୍ରୟାସରେ ସେ ବିଫଳ ହୋଇଥିଲେ । କିନ୍ତୁ ପଞ୍ଚମ ପ୍ରୟାସରେ ସେ ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିଲେ । ତାଙ୍କ ବାପା ସିଭିଲ ସର୍ଭିସରେ ଥିବାରୁ ସେ ଏଥିରୁ ବେଶ୍‌ ପ୍ରେରିତ ହୋଇଥିବା ଏକ ସାକ୍ଷାତକାରରେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.