ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମଧ୍ୟବିତ୍ତଙ୍କ ବଢ଼ିଛି ଆର୍ଥିକ ସମସ୍ୟା: ଆୟ କମୁଛି, ବଢୁଛି ୠଣ, ଅଟୋମେଶନ ଯୋଗୁ ହ୍ରାସ ପାଇଛି ନିଯୁକ୍ତି ସମ୍ଭାବନା

Published By : Prameya | March 25, 2025 8:30 AM

ନୂଆଦିଲ୍ଲୀ,୨୫/୦୩: ଏକାଧିକ କାରଣ ଯୋଗୁ ଭାରତର ମଧ୍ୟବିତ୍ତଙ୍କ ଆର୍ଥିକ ସମସ୍ୟା ବଢ଼ିଚାଲିଛି । ସ୍ଥିର ଆୟ, ଅଟୋମେଶନ-ଚାଳିତ ନିଯୁକ୍ତି  ହ୍ରାସ ଏବଂ ସାମ୍ପ୍ରତିକ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ ମଧ୍ୟବିତ୍ତମାନେ ଆର୍ଥିକ ବୋଝରେ ସନ୍ତୁଳି ହେଉଥିବା ମାର୍ସେଲସ୍‌ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜର୍ସର ପ୍ରତିଷ୍ଠାତା ଏବଂ ମୁଖ୍ୟ  ନିବେଶ ଅଧିକାରୀ ସୌରଭ ମୁଖାର୍ଜୀ  ପ୍ରକାଶ କରିଛନ୍ତି । 

ଏହି ସମସ୍ୟାଗୁଡ଼ିକୁ ନେଇ  ଆଲୋକପାତ କରିବା ସହ ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ, ଏସବୁ ସମସ୍ୟା ବିଭିନ୍ନ ଉପାୟରେ ମଧ୍ୟବିତ୍ତଙ୍କ ଆର୍ଥିକ ସୁରକ୍ଷାକୁ ବାଧା ଦେଉଛି । ସେ କହିଛନ୍ତି ଯେ, ମଧ୍ୟବିତ୍ତଙ୍କ  ଆୟ ଯେଉଁଠି ସେଇଠି ସ୍ଥିର ରହିଛି ।  ଏହା ଏକ ପ୍ରମୁଖ ସମସ୍ୟା । ଗତ ୧୦ ବର୍ଷ ଧରି ଏହି ବର୍ଗଙ୍କ ବାର୍ଷିକ ହାରାହାରି ଆୟ ପ୍ରାୟ ସାଡେ ୧୦ ଲକ୍ଷ ଟଙ୍କାରେ ସ୍ଥିର ରହିଛି । ବାସ୍ତବରେ ଯଦି ଦେଖାଯାଏ ତେବେ ମୁଦ୍ରାସ୍ଫୀତି ଯୋଗୁ ମଧ୍ୟବିତ୍ତଙ୍କ ଆୟ ଏବେ ଅଧା କହିଲେ ଚଳେ । ଏହା ଏକ  ବଡ଼ ସମସ୍ୟା ।  

ଲୋକେ ଏକ ଭଲ ଜୀବନଶୈଳୀ ଜିଇଁବାକୁ ଚାହାନ୍ତି । କିନ୍ତୁ  ଦରଦାମ ବୃଦ୍ଧି ଯୋଗୁ ଭଲ ଜୀବନଶୈଳୀ ପାଇଁ ଲୋକଙ୍କୁ ମୋଟା  ଋଣ କରିବାକୁ ପଡୁଥିବା ମୁଖାର୍ଜୀ  ପ୍ରକାଶ କରିଛନ୍ତି ।  

ଅଟୋମେଶନ ଯୋଗୁ ନିଯୁକ୍ତି  ସମ୍ଭାବନା ବି ହ୍ରାସ ପାଇଛି । ଫ୍ୟାକ୍ଟ୍ରି  ହେଉ କିମ୍ବା ଅଫିସ୍‌, ପାରମ୍ପରିକ  ମଧ୍ୟବିତ୍ତ ବର୍ଗଙ୍କ ନିଯୁକ୍ତିର ଜାଗା ନେଉଛି ମେଶିନ୍‌  । ଉଦାହରଣ  ଭାବେ ମୁଖାର୍ଜୀ ବ୍ୟାଙ୍କ ଟେଲର୍‌ଙ୍କୁ  ଦର୍ଶାଇଛନ୍ତି । ସେ କହିଛନ୍ତି ଯେ,  ଏଟିଏମ୍‌ ସହ ଅଟୋମେଶନ୍‌ର ପ୍ରଥମ  ଲହର ଆସିଛି । ଦ୍ୱିତୀୟ ଲହର  ହେଉଛି ବ୍ୟାଙ୍କ ଟେଲର୍‌ଙ୍କ ସ୍ଥାନ ନେବ  ବଟ୍‌ । ଜେନେରେଟିଭ୍‌ ଏଆଇ ଦ୍ୱାରା  ଚାଳିତ ଅଟୋମେଶନ୍‌ର ପରବର୍ତ୍ତୀ  ପର୍ଯ୍ୟାୟରେ ଉଭୟ ମାନୁଫାକ୍‌ଚରିଂ  ଏବଂ ହ୍ୱାଇଟ୍‌-କୋଲାର କ୍ଷେତ୍ରର ନିଯୁକ୍ତି ପ୍ରଭାବିତ ହେବ । 

ସେହିଭଳି ମଧ୍ୟବିତ୍ତଙ୍କ ଉପରେ  ପ୍ରଭାବ ପକାଉଛି ଆର୍ଥିକ ମାନ୍ଦାବସ୍ଥା । କୋଭିଡ୍‌-ପରବର୍ତ୍ତୀ  ଚକ୍ରାକାର ଅର୍ଥନୈତିକ ମାନ୍ଦାବସ୍ଥାର ସବୁଠାରୁ ବଡ଼ ପ୍ରଭାବ  ମଧ୍ୟମ ବର୍ଗଙ୍କ ଉପରେ ପଡ଼ିବ ବୋଲି ମୁଖାର୍ଜୀ ପ୍ରକାଶ କରିଛନ୍ତି ।  

ମୁଖାର୍ଜୀ ଆହୁରି କହିଛନ୍ତି ଯେ, ଅର୍ଥନୈତିକ ମାନ୍ଦାବସ୍ଥା  କ୍ଷୀଣସ୍ଥାୟୀ । କିନ୍ତୁ ସ୍ଥିର ଆୟ ଏବଂ ଅଟୋମେଶନଚାଳିତ  ନିଯୁକ୍ତି ହ୍ରାସ ଢ଼ାଞ୍ଚାଗତ । ଆସନ୍ତା ଦଶନ୍ଧିରେ ଏହାର  ବୃହତ୍‌ ପ୍ରଭାବ ଦେଶର ମଧ୍ୟବିତ୍ତ ଅନୁଭବ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.