ପ୍ରମୂଖ ଖବର
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଖୁବଶୀଘ୍ର ଦେଶରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍; ଭାରତ ହେବ ବିଶ୍ବର ପଞ୍ଚମ ଦେଶ

Published By : Anindita Ratha | August 13, 2025 1:28 PM

ନୂଆଦିଲ୍ଲୀ,୧୩/୦୮:  ଖୁବଶୀଘ୍ର ଭାରତରେ ଚାଲିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍। ଏହି କ୍ଷେତ୍ରରେ ଭାରତ ବିଶ୍ୱରେ ହେବ ପଞ୍ଚମ ଦେଶ । ଯାହା ପରିବେଶ ଅନୁକୂଳ ଏବଂ ସ୍ଥାୟୀ ପରିବହନ ଦିଗରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ। ଏହି ଟ୍ରେନ୍ ପୂର୍ବରୁ ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ ଏବଂ ଚୀନରେ ଚାଲୁଛି। ହାଇଡ୍ରୋଜେନ୍ ଟ୍ରେନ୍ ପ୍ରଥମ ଥର ପାଇଁ ଭାରତର ହରିୟାଣାରେ ଚାଲିବ। ଟ୍ରେନକୁ ଇନ୍ଧନ ଯୋଗାଇବା ପାଇଁ ଜିନ୍ଦରେ ଏକ ହାଇଡ୍ରୋଜେନ୍ ପ୍ଲାଣ୍ଟ ନିର୍ମାଣାଧୀନ ରହିଛି ।  

ଅନ୍ୟପକ୍ଷରେ, ଟ୍ରେନର ଇଞ୍ଜିନ୍ ପ୍ରସ୍ତୁତ ସରିଛି । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହି ଟ୍ରେନର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଟ୍ରେନର ଡିଜାଇନ୍ ଏବଂ ବୈଶିଷ୍ଟ୍ୟଗୁଡ଼ିକ ବ୍ୟାଖ୍ୟା କରାଯାଇଛି।  ସୂତ୍ର ଅନୁସାରେ, ଏହି ହାଇଡ୍ରୋଜେନ୍ ଟ୍ରେନ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଦୀର୍ଘତମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ହେବ। ଏହା ୨,୬୦୦ ଯାତ୍ରୀଙ୍କୁ ନେଇପାରିବ । ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନର କୋଚର ପରୀକ୍ଷଣ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ସମାପ୍ତ ହୋଇଛି। 

ଜୁଲାଇ ମାସରେ, ରେଳମନ୍ତ୍ରୀ ବୈଷ୍ଣବ ଏହି ପରୀକ୍ଷଣକୁ ଭାରତର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଥିଲେ।  ଭାରତୀୟ ରେଳବାଇ ଦେଶରେ ୩୫ଟି ହାଇଡ୍ରୋଜେନ୍ ଟ୍ରେନ୍ ଚଲାଇବାକୁ ଯୋଜନା କରୁଛି। ପ୍ରତ୍ୟେକ ଟ୍ରେନ୍ ପାଇଁ ପ୍ରାୟ ୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଜିନ୍ଦର ରିଫ୍ୟୁଏଲିଂ ଷ୍ଟେସନରେ ୩ ହଜାର କିଲୋଗ୍ରାମ ହାଇଡ୍ରୋଜେନ ଷ୍ଟୋରେଜ ସହିତ ଦୁଇଟି ଡିସପେନ୍ସର, ଏକ କମ୍ପ୍ରେସର ଏବଂ ଦ୍ରୁତ ଇନ୍ଧନ ପାଇଁ ପ୍ରି-କୁଲର ଇଣ୍ଟିଗ୍ରେସନ ରହିବ। ଜିନ୍ଦ-ଗୋହାନା-ସୋନିପତ ରେଳ ଟ୍ରାକ ପ୍ରାୟ ୮୯ କିଲୋମିଟର ଲମ୍ବା। ହାଇଡ୍ରୋଜେନ୍ ଟ୍ରେନର ଗତି ଘଣ୍ଟା ପ୍ରତି ୧୧୦ ରୁ ୧୪୦ କିଲୋମିଟର ହେବ। ଟ୍ରେନରେ ଏକକାଳୀନ ୨,୬୩୮ ଜଣ ଯାତ୍ରୀ ଯାତ୍ରା କରିପାରିବେ।  ୮ କୋଚ୍ ବିଶିଷ୍ଟ ଏହି ଟ୍ରେନ୍‌ ଏପରି ଏକ ଟ୍ରେନ୍‌ ଯାହା ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.