ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସରିଲା ଗଗନଯାତ୍ରୀଙ୍କ ପ୍ରାରମ୍ଭିକ ତାଲିମ, ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌କୁ ଯିବେ

Published By : Prameya | November 30, 2024 2:29 PM

ନୂଆଦିଲ୍ଲୀ ୩୦/୧୧: ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) ଏକ ଖୁସି  ଖବର ଦେଇଛି । ନିଜ ଏକ୍ସ ହ୍ୟାଣ୍ଡେଲରେ ଇସ୍ରୋ ସ୍ପଷ୍ଟ କରିଛି,  ଗଗନଯାତ୍ରୀ ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲା ଓ ଗ୍ରୁପ୍‌ କ୍ୟାପ୍ଟେନ୍‌  ବାଲକ୍ରୀଷ୍ଣ ନାୟର ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ଶେଷ ହୋଇଛି । ଏମାନଙ୍କୁ  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଇବାକୁ ଇସ୍ରୋ ଓ ନାସା ମିଳିତ ମିଶନରେ ଅଛନ୍ତି । ମହାକାଶ କେନ୍ଦ୍ରକୁ ଜଣେ ଗଗନଯାତ୍ରୀଙ୍କୁ  ପଠାଯିବ । ଏଥିପାଇଁ ମୁଖ୍ୟତଃ ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲାଙ୍କୁ  ଚୟନ କରାଯାଇଛି । ସେ ଏହି ମିଶନରେ ପାଇଲଟ୍‌ ଭୂମିକା ନିର୍ବାହ  କରିବେ । ଗ୍ରୁପ୍‌ କ୍ୟାପ୍ଟେନ୍‌ ନାୟରଙ୍କୁ ବ୍ୟାକ୍‌ଅପ ବିକଳ୍ପ ଭାବେ  ପଠାଯିବ । ମିଶନରେ ଇସ୍ରୋ ସମେତ ନାସା, ସ୍ପେସ୍‌ଏକ୍ସ, ଆକ୍ସିଓମ୍‌ ଭଳି  ଏଜେନ୍ସି ମଧ୍ୟ ସାମିଲ । ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ସ୍ପେସ୍‌ଏକ୍ସର ରକେଟ୍‌  ଓ କ୍ୟାପ୍‌ସୁଲରେ ବସି ‘ଆକ୍ସିଓମ୍‌-୪’ ମିଶନରେ ଯିବେ । ଏଥିରେ  ୪ ମହାକାଶଚାରୀଙ୍କୁ ମହାକାଶ କେନ୍ଦ୍ରକୁ ପଠାଯିବ । ବର୍ତ୍ତମାନ ଶେଷ  ହୋଇଥିବା ଗଗନଯାତ୍ରୀଙ୍କ ଟ୍ରେନିଂରେ ସ୍ପେସ୍‌ଏକ୍ସ ସୁଟ୍‌ ଫିଟ୍‌ ଚେକ୍‌, ସ୍ପେସ୍‌  ଫୁଡ୍‌ ସିଲେକ୍ସନ୍‌, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଓ ଡ୍ରାଗନ୍‌ କ୍ୟାପ୍‌ସୁଲ ସହ  ପରିଚୟ କରାଇବା ଏବଂ ଆପାତକାଳୀନ ଚିକିତ୍ସା ପ୍ରତିକ୍ରିୟା ତାଲିମ ଥିଲା ।  ପରବର୍ତ୍ତୀ ତାଲିମ ଆମେରିକାର ଅର୍ବିଟାଲ ସେଗ୍‌ମେଣ୍ଟ୍‌ ଓ ମାଇକ୍ରୋଗ୍ରାଭିଟି  ଅଧ୍ୟୟନ ଉପରେ ହେବ । 

ଲକ୍ଷ୍ନୌରେ ଜନ୍ମିତ ଶୁଭାଂଶୁଙ୍କ ମିଲିଟ୍ରି ଟ୍ରେନିଂ ଏନ୍‌ଡିଏରେ ହୋଇଥିଲା ।  ୨୦୦୬ ମସିହାରେ ସେ ବାୟୁସେନାର ଫାଇଟର ଶାଖାରେ ସାମିଲ  ହୋଇଥିଲେ । ସେ ଜଣେ ଫାଇଟର କମ୍ବାଟ୍‌ ଲିଡର, ଟେଷ୍ଟ୍‌ ପାଇଲଟ୍‌ ମଧ୍ୟ ।  ୨୦୦୦ ଘଣ୍ଟାର ଉଡ଼ାଣ ଅନୁଭବ ତାଙ୍କର ରହିଛି । ସେ ସୁଖୋଇ-୩୦  ଏମ୍‌କେଆଇ, ମିଗ୍‌-୨୧, ମିଗ୍‌-୨୯, ଜାଗୁଆର, ହକ୍‌, ଡର୍ନିୟର, ଏନ୍‌-୩୨ ଭଳି ବିମାନ ଓ ଫାଇଟର ଜେଟ୍‌ ଉଡ଼ାଇଛନ୍ତି ।  

କେରଳରେ ଜନ୍ମିତ ଗ୍ରୁପ୍‌ କ୍ୟାପ୍ଟେନ୍‌ ପ୍ରଶାନ୍ତ ବାଲକ୍ରୀଷ୍ଣନ ନାୟର  ଏନ୍‌ଡିଏରେ ଟ୍ରେନିଂ ପୂରଣ କରିଛନ୍ତି । ଏୟାରଫୋର୍ସ ଏକାଡେମୀରୁ  ସେ ସୋର୍ଡ ଅଫ୍‌ ଅନର୍‌ ହାସଲ କରିଛନ୍ତି । ୧୯୯୮ ମସିହାରେ ତାଙ୍କୁ  ବାୟୁସେନାର ଫାଇଟର ଜେଟ୍‌ ପ୍ରୋଗ୍ରାମ୍‌ରେ ସାମିଲ କରାଯାଇଥିଲା ।  ସେ ସିଏଟି-ଏ ଶ୍ରେଣୀର ଉଡ଼ାଣ ପ୍ରଶିକ୍ଷକ ଓ ଟେଷ୍ଟ୍‌ ପାଇଲଟ୍‌ । ପ୍ରାୟ  ୩୦୦୦ ଘଣ୍ଟାର ଉଡ଼ାଣ ଅନୁଭବ ତାଙ୍କର ରହିଛି । ପ୍ରଶାନ୍ତ ସୁଖୋଇ୩୦ଏମ୍‌କେଆଇ, ମିଗ୍‌-୨୧, ମିଗ୍‌-୨୯, ହକ୍‌, ଡର୍ନିୟର, ଏଏନ୍‌-୩୨  ଆଦି ବିମାନ ଉଡ଼ାଇଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.