ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଆହୁରି ଶକ୍ତିଶାଳୀ ହେଉଛି ଭାରତୀୟ ସେନା; ସାମିଲ ହେବେ ୫ ଭୈରବ ବାଟାଲିୟନ ଓ ୫ ଦିବ୍ୟାସ୍ତ୍ର

Published By : Harapriya Sethi | August 14, 2025 3:06 PM

ନୂଆଦିଲ୍ଲୀ, ୧୪/୦୮: ଶତ୍ରୁଦେଶ ଉପରେ ହେବା ପ୍ରଚଣ୍ଡ ପ୍ରହାର । ଦିବ୍ୟାସ୍ତ୍ର ମାଡ଼ରେ ହଜିଯିବ ନିଦ । ଜଖମ ଦେବ ଭୈରବ ବାଟାଲିୟନ । ସେନାରେ ସାମିଲ୍ ହେବ ୫ ଭୈରବ ବାଟାଲିୟନ ଏବଂ ୫ ଦିବ୍ୟାସ୍ତ୍ର । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି 'ଅପରେସନ୍ ସିନ୍ଦୁର' । ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନା କେବଳ ପାକିସ୍ତାନର ଆତଙ୍କୀ ଆଡ୍ଡା ଧ୍ୱଂସ କରିନଥିଲା ବରଂ ପାକ୍ ସେନାର ମେରୁହାଡ଼କୁ ଟାର୍ଗେଟ୍ କରିଥିଲା । ଘନଘନ ମିସାଇଲ୍ ମାଡ଼ରେ ଫେଲ୍ ମାରିଥିଲା ପାକିସ୍ତାନର ସମସ୍ତ ଆକ୍ରମଣ । ଅପରେସନ ସନ୍ଦୂରର ବଡ଼ ସଫଳତା ପରେ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆରମ୍ଭ କରିଛନ୍ତି । ଦେଶରେ ସମସ୍ତ କ୍ଷେତ୍ରରେ ଦ୍ରୁତ ଗତିରେ କାମ ଚାଲିଛି । ବିଶେଷ କରି ଭାରତୀୟ ସେନାକୁ ଆହୁରି ମଜବୁଜ କରିବା ପାଇଁ ପ୍ରସ୍ତୁତି କରାଯାଉଛି । ସେଥିପାଇଁ ଚଳିତ ମାସ ଅର୍ଥାତ୍ ଅଗଷ୍ଟ ମାସ ଶେଷ ସୁଦ୍ଧା ଭାରତୀୟ ସେନାରେ ୫ ଭୈରବ ବାଟାଲିୟନ, ଦିବ୍ୟାସ୍ତ୍ର ବ୍ୟାଟେରୀ, ୩ଟି ଶକ୍ତିବାଣ ରେଜିମେଣ୍ଟ ସହ ପ୍ରତ୍ୟେକ ଇଂଫେଣ୍ଟ୍ରୀ (ପାଦଚଲା ସେନା) ବାଟାଲିୟନରେ ଡ୍ରୋନ୍ ପ୍ଲାଟୁନ୍ ସାମିଲ କରିବାକୁ ଯାଉଛନ୍ତି  । ସୁରକ୍ଷା ବାହିନୀର ଦକ୍ଷତା ବଢାଇବା ସହ ଭବିଷ୍ୟତରେ ଆସିବାକୁ ଥିବା ବିଭିନ୍ନ ପ୍ରକାରର ବିପଦ ସହ ଲଢିବାକୁ ଏହା ଏକ ପ୍ରସ୍ତୁତି ।

ଲାଇଟ୍‌ କମାଣ୍ଡୋ ବାଟାଲିୟନ-

ନାଁରୁ ହିଁ ଜଣାପଡ଼ୁଛି ଯେ, ଏହା ଛୋଟ ଏବଂ ଘାତକ ବାଟାଲିୟନ ହେବ । ଏହି ଭୈରବ ବାଟାଲିୟନ ଶତ୍ରୁଙ୍କୁ ଚମକାଇବା ପାଇଁ ଯଥେଷ୍ଟ । ଅଗଷ୍ଟ ମାସ ଶେଷ ସୁଦ୍ଧା ଭାରତୀୟ ସେନାରେ ଏହିପରି ୫ଟି ବାଟାଲିୟନ ପ୍ରସ୍ତୁତ ହୋଇଯିବ । ଏହା ଘାତକ ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ ହେବ ଏବଂ ହାଇ ଇନ୍‌ଟେନ୍‌ସିଟି ଅପରେସନ ପରିଚାଳନା କରିବାରେ ମାହିର ହେବ । ଏହା ପାରା କମାଣ୍ଡୋଠାରୁ ଅଲଗା ହେବ କାରଣ ବର୍ଡରରେ ତ୍ୱରିତ ଏବଂ ଛୋଟ ତଥା ଅଧିକ ଘାତକ ଅପରେସନ କରିବାରେ ଧ୍ୟାନ ଦେବ ।

ପ୍ରତ୍ୟେକ ଇଂଫ୍ରେଣ୍ଟ୍ରୀ ବାଟାଲିୟନରେ ରହିବ ଡ୍ରୋନ୍ ପ୍ଲାଟୁନ-

ଅପରେସନ ସିନ୍ଦୂର ଜରିଆରେ ସମଗ୍ର ବିଶ୍ୱ ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍‌ରେ ବ୍ୟବହାର ଦେଖିଲା । ଯେତେବେଳେ ପାକିସ୍ତାନ ବହୁ ସଂଖ୍ୟାରେ ଡ୍ରୋନ୍ ଛାଡ଼ିଥିଲା, ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସେଗୁଡ଼ିକୁ ମାରି ଖସାଇ ଦେଇଥିଲା । ବର୍ତ୍ତମାନ ଭାରତୀୟ ସେନାର ପ୍ରତ୍ୟେକ  ଇଂଫ୍ରେଣ୍ଟ୍ରୀ ବାଟାଲିୟନରେ ଡ୍ରୋନ୍‌ ପ୍ଲାଟୁନ ସାମିଲ ହେବ । ଏବେ ମଧ୍ୟ ଡ୍ରୋନ୍‌ର ବ୍ୟବହାର କରାଯାଉଛି ଆଉ ଏଥିପାଇଁ ଲଗାତାର ଟ୍ରେନିଂ ମଧ୍ୟ ଦିଆଯାଉଛି । ହେଲେ ଆଗାମୀ ଦିନରେ ସେନାରେ ଡେଡିକେଟେଡ୍‌ ପ୍ଲାଟୁନ ରହିବ। ଚଳିତ ମାସ ଶେଷ ସୁଦ୍ଧା ଏହା ମଧ୍ୟ ପ୍ରସ୍ତୁତ ହୋଇଯିବ ।

ଦିବ୍ୟାସ୍ତ୍ର ଏବଂ ଶକ୍ତି ବାଣ-

ଭାରତୀୟ ସେନାରେ ଆର୍ଟିଲରୀ (ଅସ୍ତ୍ରାଗାର) ରେଜିମେଣ୍ଟ ଅପରେସନ ସିନ୍ଦୁର ଚାଲିଥିବା ସମୟରେ ଏଲଓସିରେ ପାରିସ୍ତାନର ଏନେକ ପୋଷ୍ଟ ଏବଂ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍‌ ନଷ୍ଟ କରି ଦେଇଥିଲେ । ଆର୍ଟିଲରୀ ରେଜିମେଣ୍ଟ ଶତ୍ରୁକୁ ଦୂରରୁ ଏନ୍‌ଗେଜ୍ କରିଥାଏ ଏବଂ ଏହି ଟାର୍ଗେଟ ଭିଜୁଆଲ ରେଞ୍ଜରୁ ବାହାରେ ରହିଥାଏ ।  ଅସ୍ତ୍ରାଗାରର ଶକ୍ତି ବଢାଇବା ପାଇଁ ଅଗଷ୍ଟ ଶେଷ ସୁଦ୍ଧା ୫ଟି ଆର୍ଟିଲରୀ ରେଜିମେଣ୍ଟରେ ଗୋଟିଏ ଲୋଖାଏଁ ଦିବ୍ୟାସ୍ତ୍ର ବ୍ୟାଟେରୀ ପ୍ରସ୍ତୁତ ହେବ ଏବଂ ୩ଟି ଶକ୍ତିବାଣ ରେଜିମେଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଯିବ । ଦିବ୍ୟାସ୍ତ୍ର ବ୍ୟାଟେରୀ ଆର୍ଟିଲରୀ ପ୍ରତ୍ୟେକ ରେଜିମେଣ୍ଟରେ ପ୍ରସ୍ତୁତ ହେବ । ପ୍ରଥମ ପର୍ଯ୍ୟାୟରେ ଯେଉଁ ୫ଟି ରେଜିମେଣ୍ଟରେ ଏହା ତିଆରି ହେଉଛି, ତାହା ସେନାର ସେଣ୍ଟ୍ରାଲ କମାଣ୍ଡକୁ ଛାଡ଼ି ଭିନ୍ନ ଭିନ୍ନ କମାଣ୍ଡରେ ପ୍ରସ୍ତୁତ ହେବ । ଶକ୍ତିବାଣ ରେଜିମେଣ୍ଟ ଡେଡିକେଟେଡ୍ ଡ୍ରୋନ୍ ଟାର୍ଗେଟ ଉପରେ ଚକ୍କର ମାରି ସଠିକ ଆଟାକ୍ କରିବାରେ ମାହିର ହେବ ।  ଦିବ୍ୟାସ୍ତ୍ର ବ୍ୟାଟେରୀରେ ଡ୍ରୋନ୍‌ ଏବଂ ଲାଇଟରିଂଗ ଏମ୍ୟୁନିଶନ ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.