ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଭାରତ ଓ ଶ୍ରୀଲଙ୍କାକୁ ଯୋଡ଼ିବ ବ୍ରିଜ୍; ସୂଚନା ଦେଲେ ରାଷ୍ଟ୍ରପତି ରୋନିଲ ବିକ୍ରମାସିଙ୍ଘେ

Image source: NDTV

ନୂଆଦିଲ୍ଲୀ,୧୭/୦୬: ଭାରତ ଏବଂ ଶ୍ରୀଲଙ୍କାକୁ ସଂଯୋଗ କରିବା ପାଇଁ ସମୁଦ୍ରରେ ଏକ ସେତୁ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରସ୍ତାବିତ ସ୍ଥାନ ସଂଯୋଗ ସମ୍ପର୍କରେ ଅଧ୍ୟୟନ ଶେଷ ପର୍ଯ୍ୟାୟରେ ଅଛି ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମେସିଙ୍ଘେ କହିଛନ୍ତି। ଉକ୍ତ ଅଞ୍ଚଳର ବିକାଶମୂଳକ କାର୍ଯ୍ୟର ଯାଞ୍ଚ ପାଇଁ ଉତ୍ତର-ପୂର୍ବ ଜିଲ୍ଲା ମନ୍ନାର ଗସ୍ତରେ ଆସିଥିବା ୱିକ୍ରମାସିଙ୍ଘେ କହିଛନ୍ତି ଯେ, ସମ୍ଭାବ୍ୟ ଅଧ୍ୟୟନର ପ୍ରାଥମିକ କାର୍ଯ୍ୟ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଶେଷ ପର୍ଯ୍ୟାୟ ଅଧ୍ୟୟନ ପୂରା ହେବ। 

ଏହି ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଶ୍ରୀଲଙ୍କା ଗସ୍ତ ସମୟରେ ତମାମ ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଯଦି ଏହା ନିଶ୍ଚିତ ହୁଏ, ତେବେ ଚଳିତ ମାସ ଆରମ୍ଭରେ ନୂତନ ସରକାରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ ନିଯୁକ୍ତ ହେବା ପରେ ଏହା ଜୟଶଙ୍କରଙ୍କ ପ୍ରଥମ ସରକାରୀ ବୈଦେଶିକ ଗସ୍ତ ହୋଇପାରେ। ଜୁଲାଇ ୨୦୨୩ ରେ ବିକ୍ରମାସିଙ୍ଘେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ବୈଠକରେ ଦୁଇ ଦେଶ ମଧ୍ୟରେ ଏକ ଏହି ସେତୁର ବିକାଶ ବିଷୟରେ ଆଲୋଚନା କରିଥିଲେ। ସେତେବେଳେ ଭାରତ କହିଥିଲା ଯେ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣ ପାଇଁ ପ୍ରସ୍ତାବ ଶ୍ରୀଲଙ୍କାରୁ ଆସିଛି।

ଶ୍ରୀଲଙ୍କାର ଅଧିକାରୀମାନେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସ୍ପଷ୍ଟ କରିଛନ୍ତି ଯେ, ଜୟଶଙ୍କରଙ୍କ ଗସ୍ତ ସମୟରେ ଦେଶର ଉତ୍ତର-ପୂର୍ବ ମନ୍ନାରରେ ଆଦାନୀ ଗ୍ରୁପ୍‌ର ପବନ ଶକ୍ତି ପ୍ରକଳ୍ପ ଏବଂ ଦେଶର ପୂର୍ବରେ ଥିବା ଟ୍ରିନକୋମାଲି ବନ୍ଦରରେ ଏକ ଶିଳ୍ପାଞ୍ଚଳ ନିର୍ମାଣ ସମେତ ଦ୍ୱୀପପୁଞ୍ଜର ସମସ୍ତ ଭାରତୀୟ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯିବ। ଡେକାନ୍ ହେରାଲ୍ଡ ଅନୁଯାୟୀ, ଏହି ପ୍ରସ୍ତାବରେ ଭାରତରୁ ଶ୍ରୀଲଙ୍କାର ଟ୍ରିନକୋମାଲି ଏବଂ କଲମ୍ବୋ ବନ୍ଦର ପର୍ଯ୍ୟନ୍ତ ସ୍ଥାନ ସଂଯୋଗ ସୃଷ୍ଟି ହୋଇଛି। ଯଦି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ସେତୁ ନିର୍ମାଣ ହୁଏ, ତେବେ ରାମାୟଣ ସମୟ ପରେ ଏହା ପ୍ରଥମ ଥର ହେବ। ଧାର୍ମିକ ଗ୍ରନ୍ଥ ରାମାୟଣରେ ବର୍ଣ୍ଣନା କରାଯାଇଛି ଯେ ଶ୍ରୀଲଙ୍କା ଯିବା ପାଇଁ ଭଗବାନ ରାମ ସମୁଦ୍ରରେ ଏକ ସେତୁ ନିର୍ମାଣ କରିଥିଲେ, ଯାହା ରାମ ସେତୁ ନାଁର ଜଣାଶୁଣା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.