ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ICICI ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି,ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ୫୦ ହଜାର ଟଙ୍କା ରଖିବାର ଆଦେଶ ପ୍ରତ୍ୟାହାର

Published By : Anindita Ratha | August 14, 2025 7:58 AM

ନୂଆଦିଲ୍ଲୀ,୧୪/୦୮: ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ।ବ୍ୟାଙ୍କ ସହରାଞ୍ଚଳରେ ଥିବା ସଞ୍ଚୟ ଖାତାର ସର୍ବନିମ୍ନ ବାଲାନ୍ସ ୫୦ ହଜାର ଟଙ୍କା  ରଖିବାର ନିର୍ଦ୍ଦେଶରେ କରିଛି ପରିବର୍ତ୍ତନ ।  ଏବେ ସର୍ବନିମ୍ନ ବାଲାନ୍ସ ପରିମାଣ ୧୫ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ବ୍ୟାଙ୍କର ଏହି ନିର୍ଦ୍ଦେଶକୁ ନେଇ ଗ୍ରାହକଙ୍କୁ  ବଡ଼ ଆଶ୍ୱସ୍ତି ମିଳିଛି। ଏହା ବ୍ୟତୀତ, ବ୍ୟାଙ୍କ ଗ୍ରାମାଞ୍ଚଳ ଏବଂ ସହରରେ ରହୁଥିବା ଗ୍ରାହକମାନଙ୍କୁ ମଧ୍ୟ ଆଶ୍ୱସ୍ତି ଦେଇଛି।

ବୁଧବାର ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ଏବେ ସଞ୍ଚୟ ଖାତାର ସର୍ବନିମ୍ନ ବାଲାନ୍ସ ପାଇଁ ନିୟମ ପୁଣି ଥରେ ପରିବର୍ତ୍ତନ କରାଯାଇଛି। ଗ୍ରାହକମାନଙ୍କୁ ଆଶ୍ୱସ୍ତି ଦେଇ, ମେଟ୍ରୋ ଏବଂ ସହରାଞ୍ଚଳରେ ଏହି ସୀମା ୫୦ ହଜାର ଟଙ୍କାରୁ ହ୍ରାସ କରି କେବଳ ୧୫ ହଜାର ଟଙ୍କା କରାଯାଇଛି। ବ୍ୟାଙ୍କ ସୂଚନା ଦେଇଛି ଯେ ସହରଗୁଡ଼ିକରେ ନୂତନ ICICI ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ସୀମା ୨୫ ହଜାର ଟଙ୍କାରୁ ହ୍ରାସ କରି ୭,୫୦୦ ଟଙ୍କା କରାଯାଇଛି। ସେହିପରି ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳର ପୁରୁଣା ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ୫,୦୦୦ ଟଙ୍କା ରହିବ। ଏହା ପରେ ମଧ୍ୟ, ଯଦି ଗ୍ରାହକମାନେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଏହାର ମଧ୍ୟ ସମାଧାନ କରାଯିବ। ଗ୍ରାହକ ନିକଟସ୍ଥ ଶାଖା କିମ୍ବା ବ୍ୟାଙ୍କର ଗ୍ରାହକ ସେବା ନମ୍ବରରେ ତାଙ୍କର ଅଭିଯୋଗ ପଞ୍ଜୀକୃତ କରିପାରିବେ।

ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କ ଏହାର କିଛି ଗ୍ରାହକଙ୍କୁ ସର୍ବନିମ୍ନ ବାଲାନ୍ସରେ ଛାଡ଼ ଦେଉଛି। ଏଥିରେ ୬୦ ବର୍ଷରୁ କମ୍ ବୟସର ପେନସନଭୋଗୀ ସାମିଲ ଅଛନ୍ତି। ବ୍ୟାଙ୍କ କହିଛି ଯେ, ଏହି ଗ୍ରାହକମାନଙ୍କୁ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ। ତେବେ  ଏହି ନୂତନ ନିୟମଗୁଡ଼ିକ ଦରମା ଆକାଉଣ୍ଟ, ବରିଷ୍ଠ ନାଗରିକ ଆକାଉଣ୍ଟ, ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଆକାଉଣ୍ଟ କିମ୍ବା ବିଶେଷ ଆବଶ୍ୟକତା ଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ଏହି ଆକାଉଣ୍ଟଗୁଡ଼ିକ ପାଇଁ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ପୂର୍ବ ପରି ରହିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.