ନୂଆଦିଲ୍ଲୀ, ୧୦/୧୧ : ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସିଡ୍ୟୁଲ ଉପରେ ମୋହର ଲାଗିବାରେ ଥିଲାବେଳେ ଏବେ ଏହାକୁ ନେଇ ଆସିଛି ବଡ଼ ଖବର । ଗଣମାଧ୍ୟମ ରିପୋର୍ଟ ଅନୁସାରେ ୧୧ନଭେମ୍ବରରେ ଲାହୋରରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଏକ କାର୍ଯ୍ୟକ୍ରମ ହେବାରେ ଥିଲା । ଏଥିରେ ବଡ଼ ଅଧିକାରୀ ସାମିଲ ହେବାର ଆଶା ଥିଲା , କିନ୍ତୁ ଏବେ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଆଇସିସି ଏହି କାର୍ଯ୍ୟକ୍ରମକୁ ରଦ୍ଦ କରି ଦେଇଛି ।
କ୍ରିକବଜ ଅନୁସାରେ ଆଇସିସି ଏକ ଇଭେଣ୍ଟ କରିବାରେ ଥିଲା, କିନ୍ତୁ ସିଡ୍ୟୁଲ ସମ୍ବନ୍ଧୀୟ ସମସ୍ୟା ଲାଗି ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି । ସୂତ୍ରରୁ ଜଣାପଡ଼ିଛି କି, ସିଡ୍ୟୁଲ ଉପରେ ଏବେ ମୋହର ଲାଗି ନାହିଁ । ଏବେ ସିଡ୍ୟୁଲ ସମ୍ବନ୍ଧରେ ଆୟୋଜକ ପାକିସ୍ତାନ ଏବଂ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଅନ୍ୟ ଦେଶ ସହ ଚର୍ଚ୍ଚା ଜାରି ରହିଛି । ଏହା ବି ଜଣାପଡ଼ିଛି କି ଭାରତ ଚାମ୍ପିୟନ୍ସ ଟ୍ରଫି ଲାଗି ପାକିସ୍ତାନ ଯିବାକୁ ମନା କରି ଦେଇଛି ଏଣୁ ସିଡ୍ୟୁଲର ଘୋଷଣା ବିଳମ୍ବର କାରଣ ହେଉଛି ବୋଲି କୁହାଯାଉଛି ।