ମେଷ: ଷଷ୍ଠ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହରହିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁ ମାନଙ୍କର ଦ୍ୱିଜାମେଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗେରୁଆ, ସଂଖ୍ୟା: ୧୧, ଆରାଧନା: ପ୍ରଭୁ ହନୁମାନ ।
ବୃଷ: ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହଭାବ ପ୍ରକାଶ ପାଇବ ଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା, ସମ୍ମାନ ହାନିଘଟିବ । ସନ୍ତାନ ମାନେ ଅବଜ୍ଞା କରିବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଯେଉଁ ମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୨, ଆରାଧନା: ମା’ ଗାୟତ୍ରୀ ।
ମିଥୁନ: ଚତୁର୍ଥ ଚନ୍ଦ୍ର, ବୁଧବାର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ବନ୍ଧୁବାନ୍ଧବଙ୍କ ସାହାଯ୍ୟ, ସହଯୋଗ ମିଳିବ । ଭାଗ୍ୟରେ, କର୍ମରେ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ ଏବଂ ନୂତନ ଆୟର ମାର୍ଗ ଖୋଲିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ପୁନର୍ବସୁ ମିଥୁନ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା: ମା’ ଛିନ୍ନମସ୍ତା ।
କର୍କଟ: ଘାତବାର ଏବଂ ତୃତୀୟ ଚନ୍ଦ୍ର ଯୋଗୁ ନୂତନ କର୍ମାରମ୍ଭ, ଗୃହାରମ୍ଭ, ଗୃହ ପ୍ରତିଷ୍ଠା ଆଦି ଶୁଭକର୍ମର ଆୟୋଜନ କରିପାରନ୍ତି । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଭାଇଭଉଣୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁ ମାନଙ୍କର ପୁନର୍ବସୁ କର୍କଟ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧, ଆରାଧନା: ଭଗବାନ ଶିବ ।
ସିଂହ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ କାରବାର ବେଳେ ସତର୍କ ହେବେ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ଅପବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁ ମାନଙ୍କର ଉତ୍ତରା ଫାଲଗୁନୀ ସିଂହ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୩, ଆରାଧନା: ମା’ ମାତଙ୍ଗୀ ।
କନ୍ୟା : ଶ୍ରୀଚନ୍ଦ୍ର, ବୁଧବାର ଯୋଗୁ ନୂତନ ଭୂମିପୂଜା, ଗୃହପ୍ରତିଷ୍ଠା ଏବଂ ଗୃହାରମ୍ଭ ଆଦି ଶୁଭକର୍ମର ଆୟୋଜନ କରିପାରନ୍ତି । ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି ଏବଂ ଦେହ ମନ ସୁସ୍ଥ ରହିବ । ଚାଳିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଉତ୍ତମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ହସ୍ତା କନ୍ୟା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ମେରୁନ୍, ସଂଖ୍ୟା : ୧୨, ଆରାଧନା : ମା’ ଷୋଡ଼ଶୀ ।
ତୁଳା : ଦ୍ୱାଦଶଚନ୍ଦ୍ର, ଘାତତିଥି ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ମିଳିବ ନାହିଁ । ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ ଏବଂ ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ସ୍ୱାତୀ ଓ ବିଶାଖା ତୁଳା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ସିଲ୍ଭର, ସଂଖ୍ୟା : ୮, ଆରାଧନା : ମା’ ସମଲେଶ୍ୱରୀ ।
ବିଛା : ଏକାଦଶ ଚନ୍ଦ୍ର, ମଙ୍ଗଳଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ନୂତନ ଭୂମି, ମୂଲ୍ୟବାନ ଧାତୁ ଓ ଯାନବାହନ ଆଦି କ୍ରୟ କରିବେ । ଧନର ସତ୍ବିନିଯୋଗ କରିବେ ଏବଂ ଉନ୍ନତି ମୂଳକ କର୍ମରେ ଅଧିକ ଧ୍ୟାନ ଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ବିଶାଖା ଓ ଜ୍ୟେଷ୍ଠାବିଛା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ମା’ ବଗଳାମୁଖୀ ।
ଧନୁ : ଦଶମଚନ୍ଦ୍ର ଓ ଘାତତିଥି ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଏବଂ ସେଥିରେ ସଫଳତା ପାଇବା ପାଇଁ ଚେଷ୍ଟା କରିବେ । କର୍ମରେ ତତ୍ପରତା, କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ଯେଉଁ ମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୨, ଆରାଧନା: ମା’ ତାରା ।
ମକର : ନବମ ଚନ୍ଦ୍ରଯୋଗୁ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ ଏବଂ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା, ସମ୍ମାନ ହାନି ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁ ମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠାମକର, ସେମାନେ ସତର୍କ ହେବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।
କୁମ୍ଭ : ଅଷ୍ଟମ ଚନ୍ଦ୍ର ଯୋଗୁ ବାଦ ବିବାଦ, ସ୍ୱାସ୍ଥ୍ୟ, ସ୍ୱଜନରେ କଥାବାର୍ତ୍ତା, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ନିଶ୍ଚିତତାକୁ ପରିତ୍ୟାଗକରି ଅନିଶ୍ଚିତତା ପଛରେ ପଶ୍ଚାତ୍ ଧାବନ କରିବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତକର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁ ମାନଙ୍କର ଧନିଷ୍ଠା କୁମ୍ଭ, ସେମାନେ ସତର୍କ ହେବେ । ଶୁଭରଙ୍ଗ: କଳା, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।
ମୀନ : ସପ୍ତମଚନ୍ଦ୍ର, ମଙ୍ଗଳବାର ଯୋଗୁ ମୂଲ୍ୟବାନ ଧାତୁ, ବସନଭୂଷଣ ଓ ସୌଖୀନ ଘରୋଇ ଉପକରଣ କ୍ରୟ କରିବେ । ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିଚିତ ମହିଳାଙ୍କ ଠାରୁ ଧନ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁ ମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୦୯, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।
ଜ୍ୟୋତିର୍ବିଦ୍: କୈଳାସ ଦାଶ : ୯୪୩୭୧୩୩୪୭୩