ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ମଣିପୁର ସୁରକ୍ଷା ପାଇଁ ଗୃହ ମନ୍ତ୍ରାଳୟରେ ବୈଠକ, ଗୃହମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସାମିଲ୍...

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାର ତୃତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଦେଶର ଅନେକ ରାଜ୍ୟର ସୁରକ୍ଷା ପ୍ରତି ଅତ୍ୟନ୍ତ ସତର୍କ ଥିବା ଦେଖିବାକୁ ମିଳୁଛି । ଏଥିରେ ହିଂସା ଏବଂ ଆତଙ୍କବାଦରେ ପୀଡିତ ରାଜ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି (ରବିବାର) ଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଯେଉଁଥିରେ ଘାଟିର ସୁରକ୍ଷା ସମୀକ୍ଷା କରାଯାଇଥିଲା । ଏହା ପରେ ଆଜି ଅର୍ଥାତ୍ ସୋମବାର ଦିନ ଉତ୍ତର-ପୂର୍ବ ରାଜ୍ୟ ମଣିପୁରର ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଏକ ବୈଠକ କରିଛନ୍ତି । ସୂଚନାନୁସାରେ, ଗୃହ ମନ୍ତ୍ରଣାଳୟରେ ଅନୁଷ୍ଠିତ ଏହି ବୈଠକରେ ମଣିପୁରର ଡିଜିପିଙ୍କ ସମେତ ବହୁ ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ସହ ଉପସ୍ଥିତ ଥିଲେ । ତେବେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏହି ବୈଠକରେ ଯୋଗ ଦେଇନାହାଁନ୍ତି।

ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଗୃହ ମନ୍ତ୍ରଣାଳୟରେ ଅନୁଷ୍ଠିତ ଏହି ବବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା, ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ ତପନ ଡେକା, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଜିଓସି ଥ୍ରିକୋର୍ ଏଚଏସ ସାହି, ମଣିପୁର ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂ,ମଣିପୁର ମୁଖ୍ୟ ସଚିବ ଭିନୀତ ଯୋଶୀ ଯୋଗ ଦେଇଥିଲେ । ଏଥିସହ ମଣିପୁର ଡିଜିପି ରାଜୀବ ସିଂ ଏବଂ ଆସାମ ରାଇଫଲ୍ସ ଡିଜି ପ୍ରଦୀପ ଚନ୍ଦ୍ରନ ନାୟାର ଅଂଶଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.