ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

IND vs ENG: ହିଟମ୍ୟାନ୍‌ ଇଜ୍‌ ବ୍ୟାକ୍‌...ବାରବାଟୀରେ ଛକା ମାରି ଶତକ ପୂରା କଲେ ରୋହିତ ଶର୍ମା

Published By : Tapas Panda | February 9, 2025 8:33 PM

କଟକ: ଦୀର୍ଘ ଦିନ ଧରି ଖରାପ ଫର୍ମରେ ଥିବା ହିଟମ୍ୟାନ୍‌ ରୋହିତ ଶର୍ମା ବିସ୍ଫୋରକ ଶତକ କରି ସାମଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ବାଂଲାଦେଶ ବିପକ୍ଷରେ ଟେଷ୍ଟ ସରିଜ୍‌ରୁ ଆରମ୍ଭ ହୋଇଥିବା ତାଙ୍କର ଏହି ସଂଘର୍ଷ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସଫଳତା ଆଣିଛି । କଟକର ବାରବାଟୀରେ ଖେଳାଯାଉଥିବା ଦ୍ବିତୀୟ ଦିନିକିଆରେ ଶତକ କରିଛନ୍ତି ରୋହିତ ଶର୍ମା । ଛକା ମାରି ଶତକ ପୂରା କରିଛନ୍ତି ଭାରତୀୟ ଅଧିନାୟକ ।

ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତ ବଡ଼ ସ୍କୋର କରିଛନ୍ତି ।  ରୋହିତ ଶର୍ମା ୭୬ ବଲରେ ଶତକ ପୂରଣ କରିଛନ୍ତି । ଦିନିକିଆରେ ଏହା ତାଙ୍କର ୩୨ ତମ ଶତକ । ଶତକ ପୂରା କରିବା ବେଳକୁ ରୋହିତ ୯ ଚୌକା ଓ ୭ ଛକା ମାରିଥିଲେ। ରୋହିତ ଶର୍ମା ଆଦିଲ ରସିଦଙ୍କ ବଲରେ ଛକା ମାରି ଶତକ ପୂରଣ କରିଛନ୍ତି । ଶେଷରେ ୧୧୯ ରନ୍‌ କରି ପାଭିଲିୟନ୍‌ ଫେରିଛନ୍ତି ରୋହିତ ଶର୍ମା । ଲିୟାମ ଲିଭିଂଷ୍ଟୋନ ବଲ୍‌ରେ ଆଦିଲ ରସିଦଙ୍କ ହାତରେ ସେ କ୍ୟାଚ୍‌ ଆଉଟ ହୋଇଛନ୍ତି । ଦୀର୍ଘ ଦିନ ପରେ ହିଟମ୍ୟାନ୍‌ ଫର୍ମକୁ ଫେରିବାକୁ ନେଇ ଖେଳପ୍ରେମୀଙ୍କ ଗହଣରେ ଉତ୍ସାହ ବଢ଼ିଯାଇଛି । ସେପଟେ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଭାରତୀୟ ଅଧିନାୟକଙ୍କ ପ୍ରଦର୍ଶନରେ ପରିବର୍ତ୍ତନ ଜରୁରି ଥିଲା । ଆଉ ଏବେ ଏହାର ପ୍ରମାଣ ଦେଇଛନ୍ତି ରୋହିତ ଶର୍ମା ।  

ରୋହିତ ଶର୍ମାଙ୍କ ବ୍ୟତୀତ ବାରବାଟୀ ଶୁଭମନ ଗିଲ୍‌ କମାଲ ପ୍ରଦର୍ଶନ କରିବା ସହ ୬୦ ରନ୍‌ କରିଛନ୍ତି । କିନ୍ତୁ ବିରାଟ କୋହଲିଙ୍କ ପୁଣି ଥରେ ନିରାଶ କରିଛନ୍ତି ।  ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଛନ୍ତି କୋହଲି । ତେବେ ଆଜି ବାରବାଟୀରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଜାରି ରହିଛି । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ଦଳ ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନ୍‌ କରିଥିଲା । ଏହା ସହ ଇଂଲଣ୍ଡ ଅଲଆଉଟ୍‌ ହୋଇଯାଇଥିଲା ।  ଆଜି ଇଂଲଣ୍ଡ ଟିମ୍‌ର ବେନ୍‌ ଡକେଟ ଏବଂ ଜୋ ରୁଟ୍‌ ଅର୍ଦ୍ଧଶତକ କରିଥିଲେ । ଡକେଟ୍‌ ୫୬ ବଲ୍‌ରେ ୬୫ ରନ୍‌ କରିଥିବା ବେଳେ ଜୁ ରୁଟ୍‌ ୬୯ ରନ୍‌ କରିଥିଲେ । ସେପଟେ ବାରବାଟୀରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିଛି । ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟ ବୋଲର ଓ୍ବିକେଟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜା ୧୦ ଓଭରରେ ମାତ୍ର ୩୫ ରନ୍‌ ଦେବା ସହ ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଛନ୍ତି । ଏହା ସହ ମହମ୍ମଦ ଶାମି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲଖାଏଁ ଓ୍ବିକେଟ ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.