ପ୍ରମୂଖ ଖବର
  • ଗଞ୍ଜାମ : ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ
  • ||
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ରଥଯାତ୍ରା ଆଉ ୫ ଦିନ, ଆଜି ଚୂଡ଼ାନ୍ତ ସମନ୍ୱୟ ବୈଠକ, ରାସ୍ତାଘାଟ ଓ ପରିମଳକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

ଲକ୍ଷେ ଟଙ୍କିଆ ସ୍କୁଟର ପାଇଁ ୧୪ ଲକ୍ଷର ନମ୍ବର ପ୍ଲେଟ୍‌

Published By : Rasmita Pradhan | June 21, 2025 12:36 PM

ନୂଆଦିଲ୍ଲୀ, ୨୧/୦୬ : ଲୋକେ ସଉକ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ଏଭଳି ଏକ ମାମଲା ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜର ନୂଆ ସ୍କୁଟର୍‌ର ଭିଆଇପି ନମ୍ବର ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଖାସ୍‌କଥା ହେଉଛି ସ୍କୁଟର ମୂଲ୍ୟ ମାତ୍ର ଲକ୍ଷେ ଟଙ୍କା । ଭିଆଇପି ଫ୍ୟାନ୍ସି ନମ୍ବର ପ୍ରତି ବ୍ୟକ୍ତିଙ୍କର ପ୍ରେମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । 

ରିପୋର୍ଟ ଅନୁସାରେ, ହିମାଚଳ ପ୍ରଦେଶର ହମୀରପୁର ବାସିନ୍ଦା ସଞ୍ଜୀବ କୁମାର ନିକଟରେ ଏକ ନୂଆ ସ୍କୁଟର କିଣିଲେ । ସ୍କୁଟର ପାଇଁ ସେ ଏକ ଭିଆଇପି ନମ୍ବର ଚାହୁଁଥିଲେ । ଏଥିପାଇଁ ସେ ଅନ୍‌ଲାଇନ୍‌ ଆବେଦନ କରିଥିଲେ । ହିମାଚଳ ପ୍ରଦେଶ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଅନ୍‌ଲାଇନ୍‌ ନିଲାମୀରେ ସୋଲନ ଜିଲ୍ଲାର ବଦ୍ଦୀ ବାସିନ୍ଦା ଆଉ ଜଣେ ବ୍ୟକ୍ତି ମଧ୍ୟ ଦୌଡ଼ରେ ଥିଲେ । ସେ ଏହି ନମ୍ବର ପ୍ଲେଟ୍‌ ପାଇଁ ୧୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋଲୀ ଲଗାଇଲେ । ସଞ୍ଜୀବ ୧୪ ଲକ୍ଷ ଟଙ୍କାରେ ନମ୍ବର ହାସଲ କଲେ । ଭିଆଇପି ନମ୍ବର ପ୍ଲେଟ୍‌ ନିଲାମରୁ ପ୍ରାପ୍ତ ରାଶି ରାଜ୍ୟ ସରକାରଙ୍କ ଭଣ୍ଡାରରେ ଜମା କରି ଦିଆଯାଇଛି। 

ପରିବହନ ଅଧିକାରୀଙ୍କ ଅନୁସାରେ, ଏହା ରାଜ୍ୟରେ ଦୁଇଚକିଆ ବାହନ ପାଇଁ ଜାରି କରାଯାଇଥିବା ଏପର୍ଯ୍ୟନ୍ତର ସବୁଠୁ ମହଙ୍ଗା ପଞ୍ଜୀକରଣ ନମ୍ବର ହୋଇପାରେ । ସଞ୍ଜୀବ କୁମାର କହିଛନ୍ତି, ସ୍ୱତନ୍ତ୍ର ଓ ଅଭିନବ ନମ୍ବର ସଂଗ୍ରହ କରିବା ତାଙ୍କର ସଉକ । ନୂଆ ସ୍କୁଟର ପାଇଁ ସେ ଏଭଳି ଏକ ଭିଆଇପି ନମ୍ବର ଚାହୁଁଥିଲେ । ତାଙ୍କ ଅନୁସାରେ, ପାସନ୍‌ର କୌଣସି ମୂଲ୍ୟ ନାହିଁ । ଆପଣ ଯେତେବେଳେ କିଛି ଅସାଧାରଣ ଚାହାନ୍ତି, ଟଙ୍କାକୁ ଖାତିର କରନ୍ତି ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.